ସକାଳ ଶକ୍ତି ର ଆଧାର ସୂର୍ଯ୍ୟଙ୍କର ଆଲୋକ କୁ ବହୁ ପୁରାତନ କାଳରୁ ମନୁଷ୍ୟ ବିଭିନ୍ନ ପ୍ରକାର ବ୍ୟବହାର କରିଆସିଛି | ତେବେ ଆଜି କା ଯୁଗ ରେ ସୋଲାର ପ୍ୟାନେଲ ସେହିପରି ଏକ ଚମତ୍କାରୀ ଉଦ୍ଭାବନ | ତେବେ ଏହାର ବ୍ୟବହାର ବିଷୟରେ ଆମେ ସମସ୍ତେ ଜାଣିଥିବା |ପାଣି ଗରମ କରିବା ଠାରୁ ଆରମ୍ଭ କରି ବିଦ୍ୟୁତ ଉତ୍ପାଦନରେ କାର୍ଯ୍ୟକାରୀ ହେଉଛି ସୋଲାର ପ୍ୟାନେଲ l ତେବେ ଏବେ ସରକାର ଏଥିପାଇଁ ସବସିଡି ବ୍ୟବସ୍ଥା ମଧ୍ୟ କରୁଛନ୍ତି l
ସହର ହେଉ କି ଗାଁ, ସବୁଆଡ଼େ ବିଦ୍ୟୁତର ଚାହିଦା ଦିନକୁ ଦିନ ବଢ଼ିଚାଲିଛି ।ସୂର୍ଯ୍ୟ କିରଣ ଏକ ନବୀକରଣ ଯୋଗ୍ୟ ସମ୍ପଦ (renewable resource),ଏଥିରୁ ସୋଲାର ପ୍ୟାନେଲ ସାହାଯ୍ୟରେ ବିଦ୍ୟୁତଉତ୍ପାଦନ କରିବା ସହଜ ଏବଂ ପ୍ରଦୂଷଣ ମୁକ୍ତ l ଦେଶରେ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ସୋଲାର ଛାତ ସବସିଡି ଯୋଜନା (solar roof top scheme) ,ଭାରତ ସରକାରଙ୍କ ଏକ ନିଆରା ପଦକ୍ଷେପ । ଏଣିକି ଘରେ ସୋଲାର ପ୍ୟାନେଲ ଲଗାଇବାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଆପଣ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ମହଙ୍ଗା ବିଜୁଳି ବିଲ ପୈଠ କରିବାରୁ ଆଶ୍ବସ୍ତି ପାଇ ପାରିବେ।
ଏବେ କେନ୍ଦ୍ର ସରକାର ଦେଶରେ ଗ୍ରୀନ ଏନାର୍ଜି ବୃଦ୍ଧି ଦିଗରେ କାମ କରୁଛନ୍ତି । ଏହି ଆଧାରରେ ସରକାର ସୋଲାର ପ୍ୟାନେଲ ଲଗାଇବାକୁ ସବସିଡି ପ୍ରଦାନ କରୁଛନ୍ତି । ପ୍ରତିଦିନ ଆପଣଙ୍କ ଘରେ ବିଜୁଳିର କେତେ ୟୁନିଟ ଉଠୁଛି ତାହାକୁ ଧ୍ୟାନରେ ରଖି ସୋଲାର ପ୍ୟାନେଲ ଲଗାଇବାକୁ ହେବ । ଏହି ବ୍ୟବସ୍ଥା ପାଇଁ ସରକାର ସମସ୍ତ ସୁବିଧା ମଧ୍ୟ କରୁଛନ୍ତି l
ଘରେ ୨/୩ଟି ପଙ୍ଖା, ଗୋଟିଏ ରେଫ୍ରିଜେରେଟର, ଗୋଟିଏ ଏସି ଓ ଗୋଟିଏ କୁଲର ଚଲାଇବାକୁ ୬ରୁ ୮ ୟୁନିଟ ବିଜୁଳିର ଆବଶ୍ୟକତା ପଡ଼ିଥାଏ । ୬ରୁ ୮ ୟୁନିଟ ବିଜୁଳି ପାଇଁ ଆପଣ ଆପଣଙ୍କ ଘର ଛାତ ଉପରେ ଦୁଇକିଲେୱାଟର ସୋଲାର ପ୍ୟାନେଲ ଲଗାଇ ପାରିବେ। ଏଥିରେ ଆପଣଙ୍କୁ ୪୦ ପ୍ରତିଶତ ସରକାରଙ୍କ ତରଫରୁ ସବସିଡି ମିଳିଯିବ । ଏଥିସହିତ ଆପଣଙ୍କୁ ୭୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅଳ୍ପ ଖର୍ଚ୍ଚରେ ଆପଣ ଅଧିକ ଲାଭ ପାଇ ପାରିବେ ଯେଉଁଥିରେ ସରକାର ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ l
ସବୁଠାରୁ ବଡ କଥା ହେଲା ସୋଲାର ପ୍ୟାନେଲର ଗ୍ୟାରେଣ୍ଟି ୨୫ବର୍ଷ ପର୍ଯ୍ୟନ୍ତ ରହିଥାଏ । ତେଣୁ ଆପଣ ଥରେ ଏଥିରେ ଖର୍ଚ୍ଚ କରିଦେଲେ ଅନେକ ଦିନ ପର୍ଯ୍ୟନ୍ତ ବିଜୁଳି ବିଲରୁ ଆଶ୍ବସ୍ତି ପାଇ ପାରିବେ ଏବଂ ସରକାରଙ୍କ ତରଫରୁ ସବସିଡି ମଧ୍ୟ ପାଇବେ । ସରକାର ୩କିଲୋୱାଟ ପର୍ଯ୍ୟନ୍ତ ରୁଫଟପ ସୋଲାର ପ୍ୟାନେଲ ଲଗାଇବାକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେଉଥିବା ବେଳେ ୧୦କିଲୋୱାଟ ସୋଲାର ପ୍ୟାନାଲ ଉପରେ ୨୦ପ୍ରତିଶତ ସବସିଡି ଦେଉଛନ୍ତି।
Share your comments