Farm Mechanization

ସୋନାଲିକାର ଉନ୍ନତ ଟେକ୍ନୋଲୋଜି, ଚାଷକୁ କରିବ ସହଜ

ଟ୍ରାକ୍ଟର ସାହାଯ୍ୟ ରେ ଜମି ହଳ କରିବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟ,ମଞ୍ଜି ଓ ସାର ବୁଣିବା ,ବାଳୁଙ୍ଗା ଗଛ ଉପାଡିବା ଓ ମାଟିର ଟେଳା ଭାଙ୍ଗିଲା ପରି କଷ୍ଟ ସାଧ୍ୟ କାମ ଏବେ ଖୁବ ସରଳ ଉପାୟରେ ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରି ହେଉଛି |

30 May, 2022 10:36 AM IST By: Rajashree

ଚାଷକୁ ସହଜ ସରଳ କରିଛି ଟ୍ରାକ୍ଟର | ଟ୍ରାକ୍ଟର ହଳ (tractor farming)ଆଧୁନିକ ଚାଷ ପ୍ରଣାଳୀକୁ ଏକ ନୂଆ ରଙ୍ଗ ଦେଇଛି | କୃଷକ(farmer)ମାନଙ୍କୁ ଚାଷ ପାଇଁ ଏବେ ଝାଳ ବୁହାଇ ଲଙ୍ଗଳା ଧରି ହଳ କରିବାକୁ ପଡୁ ନାହିଁ | ଟ୍ରାକ୍ଟର ସାହାଯ୍ୟ ରେ ଜମି ହଳ କରିବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟ,ମଞ୍ଜି ଓ ସାର ବୁଣିବା ,ବାଳୁଙ୍ଗା ଗଛ ଉପାଡିବା ଓ ମାଟିର ଟେଳା ଭାଙ୍ଗିଲା ପରି କଷ୍ଟ ସାଧ୍ୟ କାମ ଏବେ ଖୁବ ସରଳ ଉପାୟରେ ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରି ହେଉଛି | ଏହା ଛଡା ଏଥିରେ ଅନ୍ୟାନ୍ୟ ବହୁ ପ୍ରକାରର ଉପକରଣମାନ ଲଗେଇହୁଏ ଯାହାଦ୍ୱାରା ଖେତର କଷ୍ଟ ସାଧ୍ୟ କାର୍ଯ୍ୟ ମଧ୍ୟ ସୁବିଧାଜନକ ହୋଇଥାଏ |

ଏବେ ବଜାରରେ ଉତ୍ତମ ଗୁଣବତ୍ତା ବିଶିଷ୍ଟ ବିଭିହ୍ନ ପ୍ରକାର ଟ୍ରାକ୍ଟର (tractor)ଉପଲବ୍ଧ , ତେବେ ଏହି ମଧ୍ୟରୁ ସୋନାଲିକା ଡିଆଇ 35 ଆରଏକ୍ସ ଟ୍ରାକ୍ଟର (tractor sonalika)ଚାଷ ପାଇଁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି | କମ ବ୍ୟୟରେ ଅଧିକ ଲାଭ ଦେଉଥିବା ଏହି ଟ୍ରାକ୍ଟର କାର୍ଯ୍ୟ କ୍ଷମତା ଖୁବ ଅଧିକ , ତେବେ ଆଜି ଆସନ୍ତୁ ଜାଣିବା ଏହି ଟ୍ରାକ୍ଟରର କିଛି ବିଶେଷତ୍ୱ |

ଏହାର ବିଶେଷତ୍ୱ :

1 -) ୪ ଷ୍ଟ୍ରୋକ ଇଞ୍ଜିନ ଥିବାରୁ ଏହା କାର୍ଯ୍ୟକ୍ଷମତା ବେଶ ଅଧିକ |

2 -) ୱାଟର କୁଲେଡ଼ ସହ ଅଧିକ ଦକ୍ଷ କୁଲିଙ୍ଗ ସିଷ୍ଟମ (Cooling system)ଦ୍ୱାରା ଗ୍ରୀଷ୍ମ ଋତୁରେ ମଧ୍ୟ କାର୍ଯ୍ୟ କରିବାରେ ଅସୁବିଧା ହୁଏ ନାହିଁ |

3 - ) ଏହାର ଟ୍ରାକ୍ଟରର ଓସାର କାମ ହୋଇଥିବାରୁ ଏହା ଇଣ୍ଟରର କ୍ରପିଙ୍ଗରେ ସହାୟକ ଅଟେ |

4- ) ଏହି ଟ୍ରାକ୍ଟର ଗତି ହଳ ତୁଳନାରେ ଅଧିକ ହୋଇଥିବାରୁ ଏହା ଜମିରେ ଅଧିକ ଚାଷ କରିପାରେ |

5 -) ଏହି ଟ୍ରାକ୍ଟର( tractor)ପାଇଁ କମ ଇନ୍ଧନର ବ୍ୟବହାର କରିବାକୁ ପଡୁଥିବାରୁ ଏହାର ବ୍ୟବହାରରେ ଚାଷୀକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ |

6 - ) ଏହି ଟ୍ରାକ୍ଟର (tractor) ବର୍ତମାନ ସରକାରଙ୍କ ଦ୍ୱାରା ସଵଷିଡିରେ ମଧ୍ୟ ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ଭଡାରେ ମଧ୍ୟ ଯୋଗାଇ ଦିଆଯାଉଛି |

ଉନ୍ନତ ମାନର ଚାଷ ପାଇଁ ଆପଣାନ୍ତୁ ଏହି ଟ୍ରାକ୍ଟର

ପ୍ରଥମ ସ୍ୱୟଂଚାଳିତ ବୈଦୁତିକ ଟ୍ରାକଟର

ଚାଷୀ ଙ୍କ ଲାଗି ଉବର ଟ୍ରାକଟର