Krishi Jagran odia
Menu Close Menu

କୃଷିକ୍ଷେତ୍ରରେ କୃଷି ଯନ୍ତ୍ରପାତି ରହିବା ଆବଶ୍ୟକ(ପ୍ରଥମ ଭାଗ)

Tuesday, 25 June 2019 10:06 AM
implements

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ମୋଟ ଜାତୀୟ ଉତ୍ପାଦନ ୨୦୧୧-୨୦୧୨ ରେ ୧୪.୧% ଥିଲା । ୨୦୧୧ ସେନ୍ସସ ଅନୁସାରେ ଚାଷ ହେଉଥିବା ମୋଟ କ୍ଷେତ୍ରଫଳର ୭୦ ଭାଗ ହେଉଛି ଛୋଟ ଓ ନାମମାତ୍ର କ୍ଷେତ । ୨୦୧୧ ବର୍ଷର ତଥ୍ୟ ଅନୁଯାୟୀ ଭାରତ ବର୍ଷରେ ହାରାହାରି ପ୍ରତି ହେକ୍ଟର କୃଷିକ୍ଷେତ୍ର ପାଇଁ ଉପଲବ୍ଧ ବିଜୁଳୀ ଶକ୍ତି ୧.୭ କିଲୋ ୱାଟ ଥିଲା । ସେଥିମଧ୍ୟରୁ ପଞ୍ଜାବ ରାଜ୍ୟରେ ସବୁଠାରୁ ଅଧିକ ଉପଲବ୍ଧ ବିଜୁଳୀ ଶକ୍ତି ୩.୫୦ କିଲୋ ୱାଟ ଓ ଉତ୍ପାଦକତା ୪୦୩୨କିଲୋଗ୍ରାମ ପ୍ରତି ହେକ୍ଟର ଥିଲା । ତାପରକୁ ହରିୟାନା ଓ ଉତ୍ତରପ୍ରଦେଶ ଥିଲା । କୃଷିଯାନ୍ତ୍ରିକିକରଣ ସମାୟାନୁସାରେ କୃଷି କାର୍ଯ୍ୟ ସମ୍ପାଦନରେ ଏବଂ ଯାହାଦ୍ଵାରା ଉତ୍ପାଦକତା ଓ ଲାଭପ୍ରଦତା ବଢାଇଥାଏ । ଏହା କୃଷି ସାମଗ୍ରୀ ଯେପରିକି ବିହନ, ରାସାୟନିକ, ସାର, ଜଳସେଚନ,ଜଳ ଇତ୍ୟାଦିର ବ୍ୟବହାରରେ ନିର୍ଭୁଲତାର ସହିତ ପ୍ରୟୋଗ କରିଥାଏ ଯାହାକି ଏହି ସବୁ ବ୍ୟୟବହୁଳ କୃଷି ସାମଗ୍ରୀର କାର୍ଯ୍ୟ ଦକ୍ଷତାକୁ ବଢାଇଥାଏ, ଲାଭପ୍ରଦତାକୁ ବଢାଇଥାଏ । ନିମ୍ନ ଲିଖିର କୃଷି ଯନ୍ତ୍ରପାତି ସବୁ କ୍ଷେତରେ ବା ଫାର୍ମରେ ରହିବା ଆବଶ୍ୟକ ।

ଟ୍ରାକ୍ଟର:

୧୯୫୦-୫୧ ତଥ୍ୟ ଅନୁସାରେ ସାରା ଭାରତ ବର୍ଷରେ ମାତ୍ରା ୮୦୦୦ ଗୋଟି ଟ୍ରାକ୍ଟର ଥିଲା ଯାହା ୨୦୦୦-୨୦୦୧ ବର୍ଷରେ ଅତିପ୍ରବଣ ଭାବେ ୨ ଲକ୍ଷ ୪୦ ହଜାରରେ ପହଞ୍ଚି ଯାଇଥିଲା ଓ ତାପର ବର୍ଷ ଗୁଡିକରେ ୧୦.୩% ବୃଦ୍ଧି ହାର ରହିଥିଲା । ଭାରତବର୍ଷରେ ଟ୍ରାକ୍ଟରର ଘନତ୍ଵ ୧୦୦୦ ହେକ୍ଟର କୃଷି ଜମି ପାଇଁ ହାରାହାରି ୧୬ ଟି ଟ୍ରାକ୍ଟର ଥିବାବେଳେ ପୃଥିବୀ ବର୍ଷରେ ହାରାହାରି ଘନତ୍ଵ ୧୯ ଟି ଟ୍ରାକ୍ଟର ଅଛି ଏବଂ ବିକଶିତ ଦେଶଗୁଡିକରେ ଏହା ଆହୁରି ଅଧିକ । ଟ୍ରାକ୍ଟର ବିଭିନ୍ନ ଆକାରର ମିଳିଥାଏ ଏବଂ ଏହା ଏକ ଅତି ଜରୁରୀ କ୍ଷେତ ଯନ୍ତ୍ରପାତି । ଆପଣମାନେ ଆପଣଙ୍କର ଜମିର ପ୍ରକାର କିମ୍ବା ପ୍ରାକୃତିକ ବୈଶିଷ୍ଟ ଥିବା ଭୂଭାଗ ଅନୁସାରେ ଆବଶ୍ୟକ ହେଉଥିବା ଉପଯୁକ୍ତ ଅଶ୍ଵଶକ୍ତି ଥିବା ଟ୍ରାକ୍ଟର ଚୟନ କରିପାରିବେ ।

ମିନି ଟ୍ରାକ୍ଟର:

ବର୍ତ୍ତମାନ ପରିସ୍ଥିତିରେ ମିନି ଟ୍ରାକ୍ଟର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ବିଶେଷତଃ କୋଡାଖୁସା ପାଇଁ ଆବଶ୍ୟକ ହେଉଥିବା ଗୌଣ କର୍ଷଣ କାର୍ଯ୍ୟରେ, ଖାଇ ବା ଖାତ ତିଆରି କରିବାରେ, ପ୍ରଣାଳୀ ଚାଷ ଆଦିରେ ବହୁଳ ଭାବେ ବ୍ୟବହାର ହେଉଛି । ଯେଉଁଠାରେ ବଡ ଟ୍ରାକ୍ଟର ଦ୍ଵାରା କାର୍ଯ୍ୟ ସମ୍ପାଦନ ସମ୍ଭବପର ହୋଇନଥାଏ ସେହିଠାରେ ଏହି ପ୍ରକାରର ମିନି ଟ୍ରାକ୍ଟର ବ୍ୟଭାର କରାଯାଏ । ଉଦ୍ୟାନ କୃଷି ଜନିତ ଫସଲ ପାଇଁ ଏହା ଏହାର ଆକାର ଯୋଗୁଁ ଉପଯୁକ୍ତ । ଏହା ମଧ୍ୟ ଫଳ ବଗିଚାରେ ଗଛଗୁଡିକ ମଧ୍ୟରେ ଚଞ୍ଚଳ ଓ କୁଶଳ ସଞ୍ଚାଳନ ହୋଇପାରେ । କିଛିଟା ମିନି ଟ୍ରାକ୍ଟର ମଧ୍ୟ ବୃକ୍ଷରୋପଣ ଫସଲରେ ଗଛର ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟବହାର କରାଯାଇଥାଏ

power tiller

ପାୱାରଟିଲର:

ଏହା ଏକ ଦୁଇ ଚକା ବିଶିଷ୍ଟ ଟ୍ରାକ୍ଟର ଯାହାକୁ ଟ୍ରାକ୍ଟର କିମ୍ବା ପାୱାରଟିଲର ପଛରେ ଚାଲିବା ରୂପରେ ମଧ୍ୟ ଜଣାଯାଏ । ପ୍ରଦର୍ଶନର ଆଧାରରେ ୬ ରୁ ୯ ଅଶ୍ଵଶକ୍ତିଥିବା ପାୱାର ଟିଲର ବଜାରରେ ୬୦,୦୦୦ ରୁ ୮୦,୦୦୦ ଟଙ୍କା ମଧ୍ୟରେ ଉପଲବ୍ଧ ଅଟେ । ଏହା ଗହମ, ଧାନ, ଆଖୁ ଆଦି ଚାଷ କରିବା ପାଇଁ ବ୍ୟବହାର କରାଯାଏ । ଏହାଛଡା ଫଳବଗିଚାରେ ମଧ୍ୟ ଏହା ସଫଳ ରୂପେ ସଞ୍ଚାଳନ କରାଯାଇପାରେ । ଏହାର ପାୱାରଟିଲରରେ ମଧ୍ୟ ବିଭିନ୍ନ ପ୍ରକାରର ସଂଯୋଗୀକରଣ ଯନ୍ତ୍ର ଲଗାଇ କାର୍ଯ୍ୟ କରାଯାଇଥାଏ, ଯେପରିକି ରୋଟୋଟିଲର, ସିଡର, ଟ୍ରୋଲି, ବେଡସେପର ଏବଂ ଆହୁରି ଅନେକ ।

ଜଳସେଚନ:

ଭାରତବର୍ଷରେ ଚାଷ ହେଉଥିବା ଜମି ମଧ୍ୟରୁ ୩୬% ଜମି ଜଳସେଚିତ । ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରରେ ୮୩% ଜଳର ବ୍ୟବହାର କରାଯାଉଛି । ବଢୁଥିବା ଜଳାଭାବ କାରଣରୁ ଭାରତକୁ ଜଳସେଚନର କୁଶଳ ପ୍ରଣାଳୀ, ବୁନ୍ଦା ଜଳସେଚନ, ସିଞ୍ଚା ଜଳସେଚନ ଆଦି ପ୍ରଣାଳୀକୁ ଆପଣେଇବାର ଆବଶ୍ୟକତା ଅଛି । ଆପଣ କରିଥିବା ଚାଷ ଅନୁସାରେ ଆପଣଙ୍କୁ ଜଳସେଚକୁ ନିୟନ୍ତ୍ରଣ କରିବାକୁ ପଡିଥାଏ । ଜଳସେଚନ ପାଇଁ ଉପଲବ୍ଧ ଥିବା ଜଳର ମାତ୍ରା ଅନୁସାରେ ଆପଣ ଜଳସେଚନର ପଦ୍ଧତି ଆପଣେଇ ପାରିବେ ଯାହା ମଡାପାଣି ରୂପେ ଅତି ସରଳ ହୋଇପାରେ କିମ୍ବା ବହୁସ୍ତରୀୟ କଠିନ ବୁନ୍ଦାଜଳସେଚନ ପ୍ରଣାଳୀ ହୋଇପାରେ ।

 

harrow

କଲ୍ଟିଭେଟର ଏବଂ ହାରୋ:

ଏଗୁଡିକ ମୃତ୍ତିକା କର୍ଷଣରେ ବା ମାଟିକୁ ଗୁଣ୍ଡ କରିବାରେ, ତଳିଘେରା ପ୍ରସ୍ତୁତ କରିବାରେ କିମ୍ବା ରୋପଣ ପୂର୍ବରୁ ଘାସ ଦମନ କାର୍ଯ୍ୟରେ ବ୍ୟବହାର ହୋଇଥାଏ । ସେଗୁଡିକ ସେଥିରେ ଥିବା ଦାନ୍ତୀ କିମ୍ବା ଥାଳିଆ ଅନୁସାରେ ବିଭିନ୍ନ ଆକାରର ହୋଇଥାଏ । ସେଗୁଡିକ ମଧ୍ୟ ଆପଣଙ୍କ ପାଖରେ ଥିବା ଟ୍ରାକ୍ଟରର ଅଶ୍ଵଶକ୍ତି ଅନୁସାରେ ହୋଇଥାଏ କିମ୍ବା ମିଳିଥାଏ ।

ଅନ୍ୟ କେତେକ କୃଷି ଭିତ୍ତିକ ଯନ୍ତ୍ର ବିଷୟରେ କାଲି ପ୍ରକାଶ ପାଇବ

Share your comments


CopyRight - 2019 Krishi Jagran Media Group. All Rights Reserved.