Gardening

ବରଗଡରେ ଫଳୁଛି ଜାପାନୀ ଆମ୍ବ, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆମ୍ବର ଦାମ ଲକ୍ଷେ ଟଙ୍କା । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଓଡିଶାର ବରଗଡ ଜିଲ୍ଲାରେ ଫଳୁଛି ଏହି ବିଦେଶୀ ଆମ୍ବ । ଦେଖିବାକୁ ଯେମିତି ସୁନ୍ଦର, ସ୍ବାଦ ବି ସେମିତି ନିଆରା । ଏହି ଲକ୍ଷେ ଟଙ୍କିଆ ଆମ୍ବର ନାଁ ହେଉଛି ମିୟାଜାକି-ଅମୃତମ ।

29 May, 2022 11:35 AM IST By: Shuvanshu Kar

ଫଳମାନଙ୍କ ଭିତରେ ରାଜା ଆମ୍ବ । ବାସ୍ନା ଯେମିତି ସ୍ବାଦ ବି ସେମିତି । ଦେଶୀଠୁ ନେଇ ବିଦେଶୀ, ବିଭିନ୍ନ କିସମର ଆମ୍ବ ଆପଣ ଖାଇଥିବେ । ହେଲେ ଆମେ ଏଭଳି ଆମ୍ବ ବିଷୟରେ କହିବୁ, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଆଖିରେ ନଦେଖିଲେ ଆପଣ ବିଶ୍ବାସ ବି କରିପାରିବେନି ।

ଆମ୍ବର ଦାମ ଲକ୍ଷେ ଟଙ୍କା । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଓଡିଶାର ବରଗଡ ଜିଲ୍ଲାରେ ଫଳୁଛି ଏହି ବିଦେଶୀ ଆମ୍ବ । ଦେଖିବାକୁ ଯେମିତି ସୁନ୍ଦର, ସ୍ବାଦ ବି ସେମିତି ନିଆରା । ଏହି ଲକ୍ଷେ ଟଙ୍କିଆ ଆମ୍ବର ନାଁ ହେଉଛି ମିୟାଜାକି-ଅମୃତମ(Miyazaki Mango) ।

ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ନୀଳାଥର ଗାଁର ୫୦ ବର୍ଷୀୟ ଅଗ୍ରଣୀ ଚାଷୀ ଚନ୍ଦ୍ର ସତ୍ୟନାରାୟଣ ସ୍ବଦେଶୀ ମାଟିରେ ବିଦେଶୀ ଆମ୍ବ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି । ବରଗଡରେ ଫଳୁଥିବା ଏହି ଜାପାନୀ ଆମ୍ବ ମିୟାଜାକି(Miyazaki Mango)ର ଦାମ କିଲୋ ପିଛା ଅଢେଇରୁ 3 ଲକ୍ଷ ଟଙ୍କା ରହିଛି ।

ଆମ୍ବର ମଣିଷ: କିଷାନ ସୁମନ

୭ଟି ଆମ୍ବ ଥିବା ୨ଟି ଗଛକୁ ଜଗୁଛନ୍ତି ୪ସୁରକ୍ଷା କର୍ମୀ ଓ ୬ କୁକୁର

ମିୟାଜାକି ଆମ୍ବକୁ ଏଗ୍ମ ଅଫ୍ ସନ(EGG OF SUN) ମଧ୍ୟ କୁହାଯାଏ । ଲାଲ ସିନ୍ଦୁର ରଙ୍ଗର ଅଣ୍ଡାକୃତି ଏହି ଜାପାନୀ ଆମ୍ବକୁ ଦୀର୍ଘ ବର୍ଷ ଧରି ଫ୍ରିଜରେ ରଖିହେବ । ମିୟାଜାକି ଆମ୍ବର ଓଜନ ୩୫୦ ଗ୍ରାମରୁ ଅଧିକ । ଏଥିରେ ୧୫ ପ୍ରତିଶତରୁ ଅଧିକ ସର୍କରା ରହିଥିବା ବେଳେ ଆଣ୍ଟି ଅକ୍ସିଡାଣ୍ଟ, ବିଟା କାରୋଟିନ ଓ ଅନେକ ଔଷଧିୟଗୁଣ ରହିଛି । ଏହି ଆମ୍ବକୁ ଦେଖଇବାକୁ ଲୋକଙ୍କ ବେଶ ଭିଡ ଜମୁଥିବା ଦେଖିବାକୁ ମିଳୁଛି ।


ମିୟାଜାକି ଆମ୍ବ ମୁଖ୍ୟତଃ ଜାପାନର କ୍ୟୁୟୁସ୍ ଅଞ୍ଚଳରେ ହୋଇଥାଏ । ୨୦୧୭ରେ ଅନ୍ତର୍ଜାତୀୟ ବଜାରରେ କିଲୋ ପ୍ରତି ୩୬ଶହ ଡଲାର ମୂଲ୍ୟରେ ବିକ୍ରି ହୋଇଥିଲା । ଯାହାର ଭାରତୀୟ ମୁଦ୍ରାରେ କିଲୋ ପ୍ରତି ମୂଲ୍ୟ ପ୍ରାୟ ୨ ଲକ୍ଷ ୭୦ ହଜାର ହେବ । ସୂଚନା ଅନୁସାରେ, ଗତ ବର୍ଷ ମଧ୍ୟପ୍ରଦେଶର ଜଣେ ଚାଷୀ, ‘ମିୟାଜାକି’ ପ୍ରଜାତିର ଗୋଟିଏ ଆମ୍ବକୁ ମୁମ୍ବାଇରେ ୨୧୧ ହଜାର ଟଙ୍କାରେ ବିକ୍ରି କରିଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)