1. ସରକାରୀ ସ୍କିମ

ପ୍ରତ୍ୟେକ ପରିବାରର ମହିଳାଙ୍କୁ ସରକାର ଦେବେ ୧୦୦୦ ଟଙ୍କା

ସମାଜ ରେ ଏବେ ମହିଳାଙ୍କର ଅନେକ ଭୂମିକା ରହିଛି l ସେମାନେ ଚାଷ ରୁ ନେଇ ବୈଷୟିକ ଏପରି ଅନେକ କ୍ଷେତ୍ର ରେ ନିଜର ପାରଦର୍ଶିତା ଲାଭ କରିଛନ୍ତି l ତେବେ ଆଗ ଭଳି ମହିଳା ଆଉ ପଛରେ ନାହାନ୍ତି l ମହିଳା ବି ସବୁ କ୍ଷେତ୍ର ରେ ଆଗକୁ ବଢିଲେଣି l

Tanushree Mahapatra
Tanushree Mahapatra
1000 rupees per month for women family heads , image source - pexels.com

1000 rupees per month for women family heads , image source - pexels.com

ସମାଜ ରେ ଏବେ ମହିଳାଙ୍କର ଅନେକ ଭୂମିକା ରହିଛି l ସେମାନେ ଚାଷ ରୁ ନେଇ ବୈଷୟିକ ଏପରି ଅନେକ କ୍ଷେତ୍ର ରେ ନିଜର ପାରଦର୍ଶିତା ଲାଭ କରିଛନ୍ତି l ତେବେ ଆଗ ଭଳି ମହିଳା ଆଉ ପଛରେ ନାହାନ୍ତି l ମହିଳା ବି ସବୁ କ୍ଷେତ୍ର ରେ ଆଗକୁ ବଢିଲେଣି l ଆଉ ଏବେ କେନ୍ଦ୍ର ହୁଅନ୍ତୁ ଅବା ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି l

ଅନେକ ଯୋଜନା ମାଧ୍ୟମରେ ସେମାନେ ଲାଭ ନେଇ ପାରୁଛନ୍ତି l ପ୍ରତିବର୍ଷ ମହିଳାଙ୍କ ପାଇଁ ସରକାର ଅନେକ ଯୋଜନା ମଧ୍ୟ ବାହାର କରୁଛନ୍ତି ଯାହାର ସମ୍ପୂର୍ଣ୍ଣ ଫାଇଦା ନେଇ ପାରୁଛନ୍ତି ମହିଳା l ତେବେ ନିକଟରେ ମହିଳାଙ୍କ ଏକ ଖୁସି ଖବର ଆଣିଛନ୍ତି ଯାହା ମହିଳାଙ୍କୁ ଖୁସି ଦେଇଛି l

ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ l ଯାହାକୁ ଆଖିରେ ରଖି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି l ଆଉ ଏବେ ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ତାମିଲନାଡୁ ସରକାର କାମ ଆରମ୍ଭ କରିଛି । ତେବେ ନିର୍ବାଚନ ପ୍ରଚାର ବେଳେ ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବା ପାଇଁ ଆଲୋଚନା କରାଯାଇଥିଲା । ଏହି ଯୋଜନା ଉପରେ ନିଆଯାଇଥିବା ପରାମର୍ଶ ଉପରେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସମ୍ପୃକ୍ତ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଯୋଗ୍ୟ ମହିଳାଙ୍କ ପାଇଁ ରହିଛି କିଛି ମାନଦଣ୍ଡ , ଏହି ଯୋଜନା ଉପରେ ଆଲୋଚନା କରାଯାଇଥିଲା । ଏହି ରାଜ୍ୟର ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଯେଉଁଥିରେ ମହିଳା ପାଇବେ ୧୦୦୦ ଟଙ୍କା l

ତାମିଲନାଡୁରେ ମହିଳାଙ୍କ ପାଇଁ ଏହା ଏକ ବଡ ସଫଳ ଯୋଜନା ହେବ ବୋଲି ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୂଚନା ଦେଇ କହିଛନ୍ତି  l ତେବେ ଏହି ଯୋଜନା ପାଇଁ ଏପର୍ଯ୍ୟନ୍ତ ୧.୫ କୋଟି ମହିଳାଙ୍କ ଆବେଦନ ପତ୍ର ଗ୍ରହଣ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ପ୍ରାୟ ଏକ କୋଟି ଯୋଗ୍ୟ ଆବେଦନକାରୀଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିପାରିବେ । ଏହି ଯୋଜନା ନେଇ ଏହି ରାଜ୍ୟର ଯେ ଏହା ହେଉଛି ଆମ କାଲାଇଗାନାର ଜନ୍ମ ଶତବାର୍ଷିକୀ ବର୍ଷ । ତେଣୁ ଏଭଳି ପରିସ୍ଥିତିରେ ଆର୍ଥିକ ସହାୟତା ଯୋଜନାର ନାମକୁ ‘କାଲାଇଗର ମାଗଲିର ଉରିମାଇ ଥୋଗାଇ ଥିଟମ୍’ ରଖାଯାଇଛି ।

ଏହି ଯୋଜନା ଆବେଦନ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏ ନେଇ ସରକାର ଦେଇଥିବା ବିବୃତ୍ତିରେ ସୂଚନା ଦିଆଯାଇଛି ଯେ,୨୧ ବର୍ଷରୁ ଅଧିକ ବୟସର ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଏହି ଯୋଜନା ଆବେଦନ ପାଇଁ ସରକାର କିଛି ମାନଦଣ୍ଡ ସ୍ଥିର କରିଥିବା କହିଛନ୍ତି । ଏହି ଯୋଜନା ପାଇଁ ଆର୍ଥିକ ଯୋଗ୍ୟତା ମଧ୍ୟ ରଖାଯାଇଛି l ଏହି ଯୋଜନା ପାଇଁ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ହେବା ଉଚିତ୍ ନହେଲେ ଏହି ଯୋଜନା ରୁ ସେମାନେ ବଞ୍ଚିତ ହେବେ । ସେହିପରି ପରିବାରରେ ୫ ଏକରରୁ ଅଧିକ ଆର୍ଦ୍ର ଜମି ଏବଂ ୧୦ ଏକର ଶୁଖିଲା ଜମି ନଥିବ ସେହିଭଳି ଯୋଗ୍ୟ ଥିବା ମହିଳାଙ୍କୁ ପ୍ରଦାନ କରାଯିବ । 

ଏହି ଯୋଜନା ପାଇଁ ବାର୍ଷିକ ବିଦ୍ୟୁତ୍ ବ୍ୟବହାର ୩୬୦୦ ୟୁନିଟରୁ ଅଧିକ ହେଉନଥିବ ଏହି ସଦସ୍ୟଙ୍କ ଘରେ । ଯେଉଁ ବ୍ୟକ୍ତିଙ୍କ ଘରେ ନାମ ରାସନ କାର୍ଡରେ ପରିବାରର ମୁଖ୍ୟ ଭାବରେ ଉଲ୍ଲେଖ କରାଯାଇଥିବ, ତାଙ୍କ ପତ୍ନୀ ଏହି ଯୋଜନା ପାଇଁ ମହିଳା ମୁଖ୍ୟ ବିବେଚିତ ହେବେ । ସେହିପରି ଅବିବାହିତ, ଏକାକୀ ଥିବା ମହିଳା, ବିଧବା ଏବଂ ଟ୍ରାନ୍ସଜେଣ୍ଡରଙ୍କ କ୍ଷେତ୍ରରେ ସେମାନେ ମଧ୍ୟ ପରିବାରର ମହିଳା ମୁଖ୍ୟ ଭାବରେ ବିବେଚିତ ହେଉଥିବେ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments