1. ସରକାରୀ ସ୍କିମ

ଅଟକି ପାରେ କୃଷକମାନଙ୍କର ୧୪ତମ କିସ୍ତି

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

Tanushree Mahapatra
Tanushree Mahapatra
14th installment that these farmers can stop, image source - twitter

14th installment that these farmers can stop, image source - twitter

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା l

ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ  । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l

ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ । ସେହିଭଳି କେନ୍ଦ୍ର ସରକାର ଦେଶର କୃଷକମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି  l  ସେମାନଙ୍କୁ ଏହି ଯୋଜନାରେ ପ୍ରତି ଚାରିମାସରେ ୨ ହଜାର ଟଙ୍କା କିସ୍ତି ପ୍ରଦାନ କରାଯାଉଛି । ତେବେ ଏହି ପର୍ଯ୍ୟାୟରେ କୃଷକମାନେ ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି l

ତେବେ ଏହି ଯୋଜନା ପାଇବା ପାଇଁ ହେଲେ ସରକାରଙ୍କ କିଛି ସର୍ତ୍ତ ମାନିବାକୁ ପଡିବ l  ତେବେ ସେହି କୃଷକମାନଙ୍କର କିସ୍ତି ଅଟକି ଯିବାର ସମ୍ଭାବନା ରହିଛି ଯେଉଁମାନେ ଇ- KYC କରାଇ ନାହାନ୍ତି  କିମ୍ବା ତାହା ଜଡିତ କରିନାହାଁନ୍ତି ଏହି ଯୋଜନା ସହିତ । ନିୟମ ଅନୁଯାୟୀ, ଏହି ଯୋଜନା ସହିତ ଜଡିତ ପ୍ରତ୍ୟେକ କୃଷକଙ୍କୁ ଇ-KYC କାର୍ଯ୍ୟ କରିବା ବାଧ୍ୟତାମୂଳକ କରାଯାଇଛି ସରକାରଙ୍କ ତରଫରୁ , କିନ୍ତୁ ଯଦି ଆପଣ ଏହା ନକରନ୍ତି ତେବେ ଆପଣ ଏହି କିସ୍ତିରୁ ବଞ୍ଚିତ ହୋଇପାରନ୍ତି l

ଯଦି ଆପଣ ମଧ୍ୟ ଏହି ଯୋଜନାର ତାଲିକାରେ ଅନ୍ତର୍ଭୂକ୍ତ ଅଛନ୍ତି ତେବେ ଯେଉଁମାନେ ଏପର୍ଯ୍ୟନ୍ତ ଇ- KYC କରିନାହାଁନ୍ତି ସେମାନେ ତୁରନ୍ତ ଏହା କରନ୍ତୁ l ନଚେତ ଏଥିପାଇଁ, ଆପଣ ଅଫିସିଆଲ୍ ପିଏମ୍ କିସାନ୍ ପୋର୍ଟାଲ୍ pmkisan.gov.in ପରିଦର୍ଶନ କରି ନିଜେ ନିଜର ଇ- KYC ଆବେଦନ କରିପାରିବେ । ଏହା ବ୍ୟତୀତ ଆପଣଙ୍କର ନିକଟତମ CSC କେନ୍ଦ୍ର ପରିଦର୍ଶନ କରି ଏହା ଆବେଦନ କରିପାରିବେ l କୌଣସି ସ୍ଥାନରେ ଆପଣଙ୍କ ଫର୍ମରେ ନାମରେ ତ୍ରୁଟି, ଆଧାର ନମ୍ବର ଭୁଲ କିମ୍ବା ଡକ୍ୟୁମେଣ୍ଟରେ ଅଭାବ ବା ଭୁଲ ରହିଛି ତେବେ ଆପଣ ଏଥିରୁ ବଞ୍ଚିତ ହେବେ l ବ୍ୟାଙ୍କ ଆକାଉଣ୍ଟ ନମ୍ବର ଯଦି ଭୁଲ ହୁଏ ତେବେ ଏଭଳି ପରିସ୍ଥିତିରେ ଆପଣ କିସ୍ତିର ଲାଭରୁ ବଞ୍ଚିତ ହୋଇପାରନ୍ତି  । ସରକାର ଏହାକୁ ଲାଗୁ କରିବାର କାରଣ ହେଉଛି କୌଣସି କୃଷକ ଯିଏ ଏହାର ଉପଯୁକ୍ତ  ସେ ଭଳି କୃଷକ ଏହି ଯୋଜନାରୁ ବଞ୍ଚିତ ନ ହେବ ଆବଶ୍ୟକ l

ଯଦି ଆପଣ ଏହି ଯୋଜନା ସହ ଜଡିତ ଅଛନ୍ତି, ତେବେ ସରକାରୀ ନିୟମ ଅନୁଯାୟୀ, ଆପଣଙ୍କ ଜମି ଯାଞ୍ଚ କରିବା  ପାଇଁ ବାଧ୍ୟତାମୂଳକ ଅଟେ । ସେହିପରି ଯଦି ଆପଣ ଏହା କରିନାହାଁନ୍ତି ତେବେ ଆପଣ ମଧ୍ୟ ଏହି କିସ୍ତିରୁ ବଞ୍ଚିତ ହୋଇ ପାରନ୍ତି । ଏପରି ପରିସ୍ଥିତିରେ ଆପଣ ଜମି ଯାଞ୍ଚ କାର୍ଯ୍ୟ କରିବାକୁ ନିଜ ନିକଟତମ କୃଷି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ।

କିପରି ପାଇବେ ଫସଲ ବିମା ଯୋଜନାର ରାଶି ? ଜାଣନ୍ତୁ ଏହାର ଆବେଦନ ପ୍ରକ୍ରିୟା...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments