1. ସରକାରୀ ସ୍କିମ

Kalia Scheme: ଏହି ଦିନ ଆସିବ କାଳିଆ ଯୋଜନା ୨ୟ କିସ୍ତି

ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ ଫସଲ ଋତୁର ଚାଷ କାର୍ଯ୍ୟ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି lସେହିପରି ସେମାନଙ୍କ ଆୟବୃଦ୍ଧି କରିବା ସହିତ ଭୂମିହୀନ ଚାଷୀଙ୍କ ଜୀବିକାନିର୍ବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ସର୍ବସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଥିବା ସହିତ ଅନ୍ୟ ରାଜ୍ୟରେ ମଧ୍ୟ ପରିଚୟ ସୃଷ୍ଟି କରିଛି ।

Tanushree Mahapatra
Tanushree Mahapatra
2nd installment of kalia scheme to release , image source - pexels.com

2nd installment of kalia scheme to release , image source - pexels.com

ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରତ୍ୟେକ ଫସଲ ଋତୁର ଚାଷ କାର୍ଯ୍ୟ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି lସେହିପରି ସେମାନଙ୍କ ଆୟବୃଦ୍ଧି କରିବା ସହିତ ଭୂମିହୀନ ଚାଷୀଙ୍କ ଜୀବିକାନିର୍ବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରୁ କାର୍ଯ୍ୟକାରୀ ହ ଉଥିବା କାଳିଆ ଯୋଜନା ସର୍ବସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଥିବା ସହିତ ଅନ୍ୟ ରାଜ୍ୟରେ ମଧ୍ୟ ପରିଚୟ ସୃଷ୍ଟି କରିଛି । ଭୂମିହୀନ ଚାଷୀ ପରିବାର ଏବଂ ପ୍ରକୃତ ଭାଗଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏହାର ଅନ୍ୟତମ ବୈଶିଷ୍ଟ୍ୟ ରହିଛି  ।

କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ଯ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। “କାଳିଆ ” ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୁହିକ ଏବଂ ପରିବର୍ତ୍ତନଶୀଳ ସହାୟକ ବ୍ୟବସ୍ଥା ପ୍ରତିଷ୍ଠା କରି କୃଷି ଭିତ୍ତିକ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ରଖିଛନ୍ତି। “କାଳିଆ ” ଯୋଜନାର ମୁଖ୍ୟ ଉଦ୍ଦେଶ୍ଯ ହେଉଛି ରାଜ୍ୟର କୃଷକଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକାରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା।

ତେବେ ଆଗକୁ ଆସୁଛି ନୂଆଖାଇ ଯେଉଁଦିନ ମିଳିବାକୁ ଯାଉଛି କାଳିଆ ଟଙ୍କା ।  ଚଳିତ ମାସ ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଓଡ଼ିଶାର ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାର ୨ୟ କିସ୍ତି ଟଙ୍କା ପ୍ରଦାନ କରିବେରାଜ୍ୟ ସରକାର । ଏହି ଅର୍ଥରାଶି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ । କାଳିଆ ଯୋଜନାର ଏହା ଚଳିତ ବର୍ଷର ଦ୍ୱିତୀୟ କିସ୍ତି । ଏହି ଯୋଜନାରେ  ପ୍ରଦାନ ହେବାକୁ ଥିବା ୨ୟ କିସ୍ତି ଦ୍ୱାରା ୪୪ ଲକ୍ଷ ୫୬ ହଜାର ୯୯୩ ଜଣ ଚାଷୀ ଲାଭାନ୍ୱିତ ହେବେ । ସେହିପରି ପୂର୍ବରୁ ଏପ୍ରିଲ୍‍ ମାସ ୨୯ ତାରିଖରେ ଚାଷୀଙ୍କୁ ମିଳିଥିଲା କାଳିଆ ଯୋଜନାର ପ୍ରଥମ କିସ୍ତି ଟଙ୍କା ।

ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରୁ ଆରମ୍ଭ ହୋଇଥିଲା ଏହି କୃଷକ କଲ୍ୟାଣ ଯୋଜନା । ଏହି ଯୋଜନା ଆରମ୍ଭ ହୋଇଥିବା ଦିନରୁ ଏହା ଅଧିନରେ ଅନ୍ତର୍ଭୁକ୍ତ ଥିବା ହଜାର ହଜାର ଚାଷୀ ପ୍ରତି ବର୍ଷ ଲାଭାନ୍ୱିତ ହୋଇପାରୁଛନ୍ତି । ଯାହାକୁ ନେଇ ରାଜ୍ୟର ସମସ୍ତ ଚାଷୀ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ତେବେ ରାଜ୍ୟର ଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ଏହି ଯୋଜନା ଦ୍ୱାରା ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ ପାଇଁ କାଳିଆ ଯୋଜନା ମାଧ୍ୟମରେ ଆର୍ଥିକ ରାଶି ପ୍ରଦାନ କରାଯାଇଥାଏ l ବିହନ, ସାର , କୀଟନାଶକ ଔଷଧ ଠାରୁ ଆରମ୍ଭ କରି ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ ସମସ୍ତ ଚାଷକାର୍ଯ୍ୟ ନିମନ୍ତେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ l

ଚଳିତ ଆର୍ଥିକ ବର୍ଷ ରାଜ୍ୟ ବଜେଟରେ କାଳିଆ ଯୋଜନା ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଥିଲା । ରାଜ୍ୟର ପ୍ରାୟତଃ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ପାଖାପାଖି ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ଏହି ଯୋଜନା ପ୍ରଣୟନ କରିଛନ୍ତି ଓଡ଼ିଶା ରାଜ୍ୟ ସରକାର। ଏହି ଅର୍ଥରାଶି ସିଧାସଳଖ ଚାଷୀ ତଥା ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥାଏ ପ୍ରତିବର୍ଷ । ସେହିପରି ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥାନ୍ତି ସରକାର । ସୂଚନା ଅନୁଯାୟୀ ରାଜ୍ୟର ପ୍ରାୟତଃ ୭୦ ପ୍ରତିଶତ ଯୋଗ୍ୟ କାଳିଆ ହିତାଧିକାରୀଙ୍କ ସମବାୟ ବ୍ୟାଙ୍କରେ ଖାତା ଖୋଲାଯାଇଛି ଏହି ଆର୍ଥିକ ଅନୁଦାନ ପାଇଁ l ପ୍ରତିବର୍ଷ ଏହାର ଲାଭ ଉଠାଇ ଲାଭବାନ ହୋଇପାରୁଛନ୍ତି ରାଜ୍ୟର ଅନେକ ଚାଷୀ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ