1. ସରକାରୀ ସ୍କିମ

ଏବେ ମହଙ୍ଗା ଭତ୍ତାରେ ମହିଳାଙ୍କୁ ବି ମିଳିବ ମାସକୁ ୧୫୦୦

ଜିପିଏଫ୍ ଅଧୀନରେ ସରକାରୀ କର୍ମଚାରୀମାନେ ସେମାନଙ୍କର ଦରମାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ରେ ବିନିଯୋଗ କରିବାକୁ ଅନୁମତି ପାଇଛନ୍ତି ସରକାରଙ୍କ ତରଫରୁ । ଚାକିରି ସମୟରେ ଜମା ହୋଇଥିବା ସମୁଦାୟ ରାଶି ଅବସର ସମୟରେ କର୍ମଚାରୀମାନଙ୍କୁ ଦିଆଯାଏ ଏହା ମାଧ୍ୟମରେ ।

Tanushree Mahapatra
Tanushree Mahapatra
monthly allowance for women

monthly allowance for women

ସରକାର ପ୍ରତିବର୍ଷ ମହଙ୍ଗା ବୃଦ୍ଧି କରିଥାନ୍ତି l ସରକାର କେବଳ ଏହି ମହଙ୍ଗା ବୃଦ୍ଧି କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କରିଥାନ୍ତି l ସୂଚନାଯୋଗ୍ୟ ଯେ, ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି କେବଳ ସରକାରୀ କର୍ମଚାରୀଙ୍କୁ ହିଁ ଦିଆଯାଏ । ଜିପିଏଫ୍ ଅଧୀନରେ ସରକାରୀ କର୍ମଚାରୀମାନେ ସେମାନଙ୍କର ଦରମାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ରେ ବିନିଯୋଗ କରିବାକୁ ଅନୁମତି ପାଇଛନ୍ତି ସରକାରଙ୍କ ତରଫରୁ  । ଚାକିରି ସମୟରେ ଜମା ହୋଇଥିବା ସମୁଦାୟ ରାଶି ଅବସର ସମୟରେ କର୍ମଚାରୀମାନଙ୍କୁ ଦିଆଯାଏ ଏହା ମାଧ୍ୟମରେ । ଜିପିଏଫ୍ ଉପରେ ସୁଧ ହାର ପ୍ରତ୍ୟେକ ତ୍ରୈମାସରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସଂଶୋଧିତ ହୁଏ ତେବେ ଏଥିରେ ଏବେ ଆଉ କୌଣସି ପରିଵର୍ତନ ହେବ ନାହିଁ ଯାହା ପାଇଁ ଚିନ୍ତାରେ କର୍ମଚାରୀ  ।

ଏବେ ଏହି ମହଙ୍ଗା ଭତ୍ତାରେ ସରକାରୀ କର୍ମଚାରୀ ଓ ମହିଳାମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ଏବେ ମହିଳା ବି ପାଇବେ ଟଙ୍କା କେନ୍ଦ୍ର ସରକାରଙ୍କ ପାଖରୁ l ତେବେ ହିମାଚଳ ପ୍ରଦେଶ ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବା ନେଇ ସୂଚନା ଦେଇଛନ୍ତି । ଏଣିକି ପ୍ରତି ମାସ ପ୍ରତ୍ୟେକ ମହିଳାଙ୍କ ଖାତାକୁ ଆସିବ ୧୫୦୦ଟଙ୍କା ଯାହା ମହିଳାଙ୍କ ପାଇଁ ଏକ ଖୁସି ଖବର । ତେବେ ଗତ ଶନିବାର ଦିନ ୭୬ତମ ହିମାଚଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରାଜ୍ୟର ସବୁ କର୍ମଚାରୀ ଓ ମହିଳାମାନଙ୍କୁ ଏହି ବିଶେଷ ଉପହାର ଭେଟି ଦେଇଛନ୍ତି  ଯାହା ସେମାନଙ୍କୁ ଉପକୃତ କରିବ । ଏହି ବୃଦ୍ଧି ପରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ହିମାଚଳ ପ୍ରଦେଶରେ  ୩୧ ପ୍ରତିଶତ ରୁ ବଢି ୩୪ ପ୍ରତିଶତରେ ପହଞ୍ଚିଛି । ସେହିପରି ଏହି ସୂଚନା ଅନୁଯାୟୀ  ପ୍ରାୟ ୨.୧୫ ଲକ୍ଷ କର୍ମଚାରୀ ଓ ୧.୯୦ ଲକ୍ଷ ପେନସନଧାରୀ ଉପକୃତ ହେବେ । ସରକାରଙ୍କ ତରଫରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଏହି ନିଷ୍ପତ୍ତି ପରେ ରାଜ୍ୟ ବଜେଟ ଉପରେ ପାଖାପାଖି ୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି ଅନୁମାନ କରାଯାଉଛି  ।

ପୂର୍ବ ବର୍ଷ ନିର୍ବାଚନ ସମୟରେ ମହଙ୍ଗା ଭତ୍ତା ବାବଦରେ ଘୋଷଣା କରିଥିଲେ ଏହି ରାଜ୍ୟ ସରକାର l ତେବେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବେଶ ଖୁସିରେ ଅଛନ୍ତି ରାଜ୍ୟବାସୀ । ଏହି ଘୋଷଣା ଅନୁସାରେ, ପ୍ରାୟ ୯ ହଜାର ମହିଳାଙ୍କୁ ମାସିକ ୧୫୦୦ଟଙ୍କା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଯାଇଛି l ଏହି ସୁବିଧା ମହିଳାଙ୍କ ପାଇଁ ୨୦୨୩ ଜୁନରୁ ଆରମ୍ଭ କରାଯିବ । ଏସବୁ ବ୍ୟତୀତ ହିମାଚଳ ପ୍ରଦେଶ ସରକାର ୫୦ ବେଡ଼ଯୁକ୍ତ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କାଜାରେ ଏକ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି ।

ହିମାଚଳ ପ୍ରଦେଶ ସରକାରଙ୍କ ବ୍ୟତୀତ ଅନ୍ୟ ରାଜ୍ୟ ମାନଙ୍କରେ ଏହି ମହଙ୍ଗା ଭତ୍ତା ବୃଦ୍ଧି ନେଇ ବିଚାର କରାଯାଉଛି । ସେପଟେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ଓ ପେନସନଧାରୀଙ୍କ ୪୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି l ନିକଟରେ ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କର ୪ପ୍ରତିଶତ ଭତ୍ତା ବୃଦ୍ଧି କରିଛନ୍ତି ।

ଖୁବ୍ ଶୀଘ୍ର କୃଷକଙ୍କ ଆକାଣ୍ଟକୁ ଆସୁଛି ୬ହଜାର ଟଙ୍କା...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments