Government Schemes

ଆଧାର ଥିଲେ ଚାଷୀଙ୍କୁ ମିଳିବ ପ୍ରତିମାସ ୩୦୦୦

ଆପଣ ସମସ୍ତେ ଜାଣିଥିବେ କୃଷି ଆଉ କୃଷି ଜାତ ଦ୍ରବ୍ୟ ଆମ ସମସ୍ତଙ୍କ ପାଇଁ କେତେ ଜରୁରୀ l କାରଣ କୃଷକ ହେଉଛି ଦେଶର ମେରୁଦଣ୍ଡ l କୃଷି ହିଁ ଆମ ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ ପ୍ରଥମ ଭୂମିକା ଗ୍ରହଣ କରିଥାଏ l ସ୍ୱେ୭ଥିପାଇଁ କେନ୍ଦ୍ର ହେଉ କି ରାଜ୍ୟ ସରକାର ସମସ୍ତେ ସବୁବେଳେ କୃଷକ ତଥା ଚାଷୀ ଭାଇ ଭଉଣୀଙ୍କ ପାଇଁ କାମ କରିଛନ୍ତି ଅବା କରୁଛନ୍ତି l

10 April, 2023 10:39 AM IST By: Tanushree Mahapatra

ଆପଣ ସମସ୍ତେ ଜାଣିଥିବେ କୃଷି ଆଉ କୃଷି ଜାତ ଦ୍ରବ୍ୟ ଆମ ସମସ୍ତଙ୍କ ପାଇଁ କେତେ ଜରୁରୀ l କାରଣ କୃଷକ ହେଉଛି ଦେଶର ମେରୁଦଣ୍ଡ l କୃଷି ହିଁ ଆମ ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ ପ୍ରଥମ ଭୂମିକା ଗ୍ରହଣ କରିଥାଏ l 

ସେଥିପାଇଁ କେନ୍ଦ୍ର ହେଉ କି ରାଜ୍ୟ ସରକାର ସମସ୍ତେ ସବୁବେଳେ କୃଷକ ତଥା ଚାଷୀ ଭାଇ ଭଉଣୀଙ୍କ ପାଇଁ କାମ କରିଛନ୍ତି ଅବା କରୁଛନ୍ତି l ଚାଷୀଙ୍କ ପାଇଁ ଅନେକ ଯୋଜନା ରାଜ୍ୟ ଏବଂ କେନ୍ଦ୍ର ରେ ପ୍ରଣୟନ କରାଯାଇଛି ଯାହା ଦ୍ୱାରା ଚାଷୀ ଉପକୃତ ହୋଇପାରୁଛନ୍ତି l କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୋଜନା ଆରମ୍ଭ କରାଯାଇଛି ଯାହା ମାଧ୍ୟମରେ ଚାଷୀ ତାଙ୍କ ଚାଷ କ୍ଷେତ୍ର ପାଇଁ ସମସ୍ତ ସୁବିଧା ପାଉଛନ୍ତି । ଯୋଜନାରୁ କୃଷକମାନେ ବହୁତ ଲାଭବାନ ହେଉଛନ୍ତି । ମୋଦି ସରକାର ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଛନ୍ତି । ଏବେ କେନ୍ଦ୍ର ସରକାର ଆଉ ଏକ ଯୋଜନା ଜାରି କରିଛନ୍ତି ଯାହା ଦ୍ୱାରା ଜଣେ ଚାଷୀଙ୍କ ପାଖରେ ଆଧାର ଓ ନିଜର ପରିଚୟ ପତ୍ର ଥିଲେ ତାଙ୍କୁ ମାସକୁ ୩ ହଜାର ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି । ତେବେ କଣ ଜାଣନ୍ତୁ ଏହି ଯୋଜନା ।

ସବୁଠାରୁ ବଡ଼ କଥା ହେଲା କୃଷକମାନଙ୍କୁ କୌଣସି ପ୍ରକାର ପେନସନ ମିଳେନାହିଁ । ତେଣୁ କେନ୍ଦ୍ର ସରକାର ଏଭଳି ଯୋଜନା କରୁଛନ୍ତି, ଯେଉଁଥିରେ କି କୃଷକମାନେ ପ୍ରତି ମାସରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ । ବାସ୍ତବରେ କେନ୍ଦ୍ର ସରକାର ‘PM Kisan Maandhan Yojana’ ଚଳାଉଛନ୍ତି ଯାହା କୃଷକଙ୍କ ପାଇଁ ଲାଭଦାୟକ ସାଜିଛି । ଯେଉଁ ଯୋଜନା ଅଧୀନରେ ଚାଷୀମାନେ ମାସକୁ ପେନସନ ପାଇ ପାରିବେ । ୬୦ ବର୍ଷ ବୟସ ପରେ ଚାଷୀମାନେ ଏହି ପ୍ରଧାନମନ୍ତ୍ରୀ କିଷାନ ମନଧନ ଯୋଜନାର ଲାଭ ପାଇବେ । ତେବେ ଚାଷୀଙ୍କୁ ଏଥିପାଇଁ ୧୮ ରୁ ୪୦ ବର୍ଷ ମଧ୍ୟରେ ପ୍ରିମିୟମ ଦେବାକୁ ପଡ଼ିବ । ସେହିପରି ଏହି ଯୋଜନା ଅଧୀନରେ କୃଷକମାନେ ମାସିକ ମାତ୍ର ୫୫ ଟଙ୍କା ପ୍ରିମିୟମ ଦେଇ ୬୦ ବର୍ଷ ବୟସ ପରେ ୩୦୦୦ ଟଙ୍କା ପେନ୍‌ସନ୍‌ ପାଇପାରିବେ ।

ସେହିପରି ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଯେକୌଣସି କୃଷକ ଏହି ଯୋଜନାର ସୁବିଧା ଉଠାଇପାରିବେ । ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ମାସିକ ପ୍ରିମିୟମ ୫୫ ରୁ ୨୦୦ ଟଙ୍କା ଦେବାକୁ ପଡିବ । ଚାଷୀଙ୍କୁ ପ୍ରତି ମାସରେ କେତେ ଟଙ୍କା ଜମା କରିବାକୁ ପଡିବ ତାହା ତାଙ୍କ ବୟସ ଉପରେ ନିର୍ଭର କରିବ । କୃଷକଙ୍କ ବୟସ ୬୦ ବର୍ଷ ହେବା ମାତ୍ରେ ସେ ମାସିକ ୩୦୦୦ ଟଙ୍କା କିମ୍ବା ବାର୍ଷିକ ୩୬ ହଜାର ଟଙ୍କା ପାଇବେ । ଏହି ଯୋଜନା ଦ୍ୱାରା ଏବେ ଚାଷୀ ପାଇବେ ବର୍ଷକୁ ଟଙ୍କା ଯାହା ତାଙ୍କୁ ବୃଦ୍ଧା ସମୟରେ ସାହାଯ୍ୟ କରିବ l

ତେବେ ଏହି ଯୋଜନା ସଂପର୍କରେ ଅନେକଙ୍କ ମନରେ ଏକ ପ୍ରଶ୍ନ ଅଛି ଯେ ଯଦି ବୀମାଭୁକ୍ତ କୃଷକ ମରିଯାଏ, ତେବେ ତାଙ୍କ ନୋମିନି ପେନସନ୍ ପାଇବେ ନା ସେଥିରୁ ବଞ୍ଚିତ ହେବେ । ଏହି ଯୋଜନା ଚାଲୁଥିବା ସମୟରେ ଯଦି ଜଣେ କୃଷକ ମରିଯାଏ, ତେବେ ତାଙ୍କ ସ୍ଵାମୀକ କିମ୍ବା ସ୍ତ୍ରୀ ୫୦% ପେନସନ୍ ପାଇବେ ଏଥିପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ । ଅର୍ଥାତ୍ ତାଙ୍କ ନୋମିନି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ପେନସନ  ପାଇବେ । ଏହି ଯୋଜନା କେବଳ ସ୍ୱାମୀ କିମ୍ବା ସ୍ତ୍ରୀ ପାଇଁ ପ୍ରଯୁଜ୍ୟ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । କିନ୍ତୁ ଚାଷୀଙ୍କ ମୃତ୍ୟୁ କ୍ଷେତ୍ରରେ, ତାଙ୍କ ପିଲାମାନେ ଏହି ଯୋଜନାର ହିତାଧିକାରୀ ହେବେ ନାହିଁ ।

ବଢ଼ିଲା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ଅବଧି, ଜାଣନ୍ତୁ କିପରି ଉଠାଇବେ ଲାଭ...

ଏବେ ଘରକୁ ଘର ପାଣି ଯୋଗାଇବେ ସରକାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)