1. ସରକାରୀ ସ୍କିମ

Subhadra Yojana Update: ଏ ବର୍ଷ ମିଳିବନି ସୁଭଦ୍ରା ଟଙ୍କା!

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କହିଛନ୍ତି, ପେଣ୍ଡିଂ ଥିବା ଆବେଦନର ଯାଞ୍ଚ ଡିସେମ୍ୱର ୩୦ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ସମ୍ପୂର୍ଣ୍ଣ ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇଁ ତାରିଖ ଘୋଷଣା କରାଯିବ । ତେଣୁ ଡିସେମ୍ୱରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବାରୁ ବଞ୍ଚିତ ହେବେ ମହିଳା ।

Tanushree Mahapatra
Tanushree Mahapatra
4th phase of subhadra yojana, image source - pexels

4th phase of subhadra yojana, image source - pexels

ରାଜ୍ୟ ସରକାର ରାଜ୍ୟରେ ମହିଳାଙ୍କ ପାଇଁ ବିଭିନ୍ନ ସୁବିଧା କରୁଛନ୍ତି l ବିଭିନ୍ନ ଯୋଜନା କରୁଛନ୍ତି ଯାହା ଦ୍ୱାରା ମହିଳା ଆର୍ଥିକ ସ୍ତରରେ ସବଳ ହେଉଛନ୍ତି l ନିକଟରେ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l ତେବେ ୩ ଟି ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ମହିଳାଙ୍କୁ ଅର୍ଥ ପ୍ରଦାନ କରାଯାଇଛି l

ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ଅପେକ୍ଷା କରିଛନ୍ତି ସମସ୍ତେ l କିନ୍ତୁ, ଏବର୍ଷ ଖାତାକୁ ଆସିବନି ସୁଭଦ୍ରା ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି । ଡିସେମ୍ୱର ମାସ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିବା ନେଇ ହିତାଧିକାରୀମାନେ ଉତ୍ସାହିତ ରହିଥିଲେ । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଏବର୍ଷ ସୁଭଦ୍ରା ଟଙ୍କା ପହଞ୍ଚିନପାରେ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କହିଛନ୍ତି, ପେଣ୍ଡିଂ ଥିବା ଆବେଦନର ଯାଞ୍ଚ ଡିସେମ୍ୱର ୩୦ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ସମ୍ପୂର୍ଣ୍ଣ ଯାଞ୍ଚ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇଁ ତାରିଖ ଘୋଷଣା କରାଯିବ । ତେଣୁ ଡିସେମ୍ୱରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବାରୁ ବଞ୍ଚିତ ହେବେ ମହିଳା । ଓଟିପି ମାଧ୍ୟମରେ ଇ-କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ ଆବଶ୍ୟକ । ବାୟୋମେଟ୍ରିକ ଦ୍ୱାରା ଇ-କେୱାଇସି ସମ୍ପୂର୍ଣ୍ଣ ହୋଇଛି ତେବେ ଆଗାମୀ କିସ୍ତିରେ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିବ । ଯେଉଁମାନଙ୍କର ୫ ଏକର ଜମି ରହିଛି ସେମାନଙ୍କର ଫିଲ୍ଡ ଭେରିଫିକେସନ୍ କରାଯାଉଛି । ୫ ଏକର ଜମି ଥିବା ପାଇଁ ଅନେକ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଛନ୍ତି । ବଂଚିତ ମହିଳା ସୁଭଦ୍ରା ପୋର୍ଟାଲରେ ଏନେଇ ଅଭିଯୋଗ କରିପାରିବେ l

ଏ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୩୧ ହଜାର ହିତାଧିକାରୀ ଏହି ଯୋଜନାରୁ ଅପ୍‌ଟ ଆଉଟ ହୋଇଛନ୍ତି । ଅପ୍‌ଟ ଆଉଟ ହିତାଧିକାରୀଙ୍କ ପାଇଁ ବିଚାର ମଧ୍ୟ କରାଯାଉଛି । ଯଦି ସମସ୍ତ ତଥ୍ୟ ଠିକ ଥିବ ତେବେ ସେମାନେ ସୁଭଦ୍ରାର ଲାଭ ପାଇପାରିବେ । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ମହିଳାଙ୍କ ଆବେଦନ ପେଣ୍ଡିଂ ପଡ଼ିଛି । ସୁଭଦ୍ରା ମାନ ଦଣ୍ଡ ହିସାବରେ ନିଜକୁ ଯୋଗ୍ୟ ଭାବୁଥିଲେ ଏବଂ ଏହି ଯୋଜନାର ଟଙ୍କା ପାଇନଥିଲେ ବ୍ଲକରେ ଯାଇ ହିତାଧିକାରୀ ଜଣାଇପାରିବେ । ସୁଭଦ୍ରା ଯୋଜନାର ଲାଭ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ l କେହି ଏଥିରୁ ବାଦ ପଡ଼ିବେନି ବୋଲି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ସ୍ପଷ୍ଟ କରିସାରିଛନ୍ତି ।

Read more:

FISH FARMING: ୧୦ ବର୍ଷରୁ କରୁଛନ୍ତି ମାଛ ଚାଷ !

ବନ୍ଧକମୁକ୍ତ କୃଷି ଋଣ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ