1. ସରକାରୀ ସ୍କିମ

ଏବେ ସମସ୍ତଙ୍କ ଆକାଉଣ୍ଟରେ ଆସିବ ୧୦,୦୦୦ ଟଙ୍କା !

ଅର୍ଥ ମନ୍ତ୍ରଣାଳୟ ତାହାର ଆର୍ଥିକ ସମାବେଶୀକରଣ ପ୍ରୟାସ ମାଧ୍ୟମରେ ସମାଜରେ ବଞ୍ଚିତ ଓ ସାମାଜିକ, ଆର୍ଥିକ ଦୃଷ୍ଟିରୁ ଅବଳେହିତ ଥିବା ବର୍ଗଙ୍କୁ ଅର୍ଥନୀତିକ ସହାୟତା ଯୋଗାଇ ଦେବାକୁ ଅଙ୍ଗୀକାରବଦ୍ଧ ।

Tanushree Mahapatra
Tanushree Mahapatra
50 crore people will get benefits under jan  dhan yojana, pic credit - @pmo_india ,pexels.com

50 crore people will get benefits under jan dhan yojana, pic credit - @pmo_india ,pexels.com

ଅର୍ଥ ମନ୍ତ୍ରଣାଳୟ ତାହାର ଆର୍ଥିକ ସମାବେଶୀକରଣ ପ୍ରୟାସ ମାଧ୍ୟମରେ ସମାଜରେ ବଞ୍ଚିତ ଓ ସାମାଜିକ, ଆର୍ଥିକ ଦୃଷ୍ଟିରୁ ଅବଳେହିତ ଥିବା ବର୍ଗଙ୍କୁ ଅର୍ଥନୀତିକ ସହାୟତା ଯୋଗାଇ ଦେବାକୁ ଅଙ୍ଗୀକାରବଦ୍ଧ । ଆର୍ଥିକ ସମାବେଶୀକରଣ ପ୍ରୟାସ ମାଧ୍ୟମରେ ଆମେ ଦେଶର ସମାବେଶୀ ବିକାଶ ହାସଲ କରିପାରିବା । 

ଆର୍ଥିକ ସମାବେଶୀକରଣ ଅର୍ଥ ହେଲା ନିର୍ଦ୍ଦିଷ୍ଟ ବର୍ଗକୁ ସ୍ୱଳ୍ପ ମୂଲ୍ୟରେ ଠିକ୍ ସମୟରେ ଆର୍ଥିକ ସେବା ଯୋଗାଇଦେବା । ଏହି ବର୍ଗରେ ରହିଛନ୍ତି ଦେଶର ସ୍ୱଳ୍ପ ଆୟକାରୀ ଓ ଦୁର୍ବଳ ଶ୍ରେଣୀ ତଥା ବ୍ୟାଙ୍କ ସେବା ନ ଥିବା ଅଞ୍ଚଳର ଜନତା । 

ଗରିବ ଜନତା ସେମାନଙ୍କର ସ୍ୱଳ୍ପ ସଞ୍ଚୟକୁ କିପରି ଅନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିପାରିବେ ତାହା ଏହି ଯୋଜନାର ଲକ୍ଷ୍ୟ । ଏହା ଦ୍ୱାରା ଏହି ବର୍ଗର ରୋଜଗାରିଆ ଲୋକମାନେ ପ୍ରବାସରୁ ସହଜରେ ନିଜ ପରିବାରକୁ ଟଙ୍କା ପଠାଇବାର ସୁବିଧା ପାଇ ପାରୁଛନ୍ତି । ଫଳରେ ଅର୍ଥାଭାବ କାରଣରୁ ସମ୍ପୃକ୍ତ ପରିବାର ହାତଉଧାରି ଋଣ ଓ ସାହୁକାରଙ୍କ ଦ୍ୱାରସ୍ଥ ନ ହୋଇ ଆର୍ଥିକ ଶୋଷଣରୁ ସୁରକ୍ଷିତ ହୋଇଛନ୍ତି । ଅତଏବ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ ।  ୨୦୧୪ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲା ଉପରୁ ତାଙ୍କର ଭାଷଣ ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍‌ଜେଡିୱାଇ ସମ୍ପର୍କରେ ଘୋଷଣା କରିଥିଲେ । 

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ନେଇ ଏକ ବଡ଼ ଘୋଷଣା କରାଯାଇଛି । କାରଣ ଯୋଜନାକୁ ୯ ବର୍ଷ ପୂର୍ତ୍ତି ହୋଇଛି l ଏହି ଅବସରରେ କିଛି ପରିବର୍ତ୍ତନକୁ ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏ ନେଇ ସେ କହିଛନ୍ତି ଯେ, ଜନଧନ ଯୋଜନାରେ ହୋଇଥିବା ପରିବର୍ତ୍ତନ ଏବଂ ଡିଜିଟାଲ ଚେଞ୍ଜ ଦେଶରେ ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ଏହି ଯୋଜନା ଦ୍ୱାରା ଦେଶର ପ୍ରାୟ ୫୦ କୋଟିରୁ ଅଧିକ ଲୋକ ଫର୍ମାଲ ବ୍ୟାଙ୍କିଙ୍ଗ ସିଷ୍ଟମ ସହିତ ଯୋଡ଼ି ହୋଇଛନ୍ତି । ଏହାର ମୋଟ ଜମା ଅର୍ଥରାଶି ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ରହିଛି ।

ତେବେ ୨୦୧୪ ମସିହା ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଶୁଭାରମ୍ଭ ହୋଇଥିଲା । ଆଜି ଏହି ଯୋଜନା ଦେଶର ପରିଦୃଶ୍ୟକୁ ସମ୍ପୂର୍ଣ୍ଣ  ପରିବର୍ତ୍ତନ କରିବାରେ ସଫଳ ହୋଇଛି । ସେହିପରି PMJDY ଆକାଉଣ୍ଟଧାରୀଙ୍କ ପାଇଁ ଅନେକ ସୁବିଧା ମଧ୍ୟ ଯୋଗାଇ ଦେଉଛି । ଏହି ଆକାଉଣ୍ଟରେ ଲୋକଙ୍କୁ ସର୍ବନିମ୍ନ ରାଶି ରଖିବା ଆବଶ୍ୟକ ନାହିଁ । ଏହାବ୍ୟତୀତ ଏହି ଯୋଜନା ମାଧ୍ୟମରେ ମାଗଣା ଡେବିଟ୍ କାର୍ଡ ସହିତ ଆପଣ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଏବଂ ୧୦, ୦୦୦ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇ ପାରିବେ ।

ଏହି ଯୋଜନାର ନବମ ବର୍ଷ ପୂର୍ତ୍ତ ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି, ସବୁଠାରୁ ବଡ କଥା ହେଲା ଏହି ଯୋଜନାରେ ପ୍ରାୟ ୫୫.୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ମହିଳାଙ୍କ ଦ୍ୱାରା ଖୋଲଯାଇଛି । ଏହାବ୍ୟତୀତ ପ୍ରାୟ ୬୭% ଖାତା ରୁରାଲ ତଥା ସେମି ଅର୍ବାନ ଅଞ୍ଚଳର ଲୋକଙ୍କ ଦ୍ୱାରା ଖୋଲାଯାଇଥିବା ରେକର୍ଡରୁ ଜଣାଯାଇଛି । ସୂଚନାଯୋଗ୍ୟ ଯେ , ଏଥିରେ ଆକାଉଣ୍ଟ ସଂଖ୍ୟା ୨୦୧୫ ମସିହାରେ ୧୪.୭୨ କୋଟି ଥିବା ବେଳେ ବର୍ତ୍ତମାନ ଏହା ୩ ଗୁଣରୁ ଅଧିକ ବୃଦ୍ଧି ପାଇ ଅଗଷ୍ଟ ୧୬ ତାରିଖ ସୁଦ୍ଧା ୫୦ କୋଟିରୁ ଅଧିକରେ ପହଞ୍ଚିସାରିଛି ।

ତେବେ ଏହି ଯୋଜନାରେ ଜନ ଧନ-ଆଧାର-ମୋବାଇଲ (JAM) ସରକାରୀ ଯୋଜନା ମାଧ୍ୟମରେ ସାଧାରଣ ଲୋକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାରେ ଏବେ ସକ୍ଷମ ହୋଇଛି । ଏ ନେଇ ସେ ଆହୁରି କହିଛନ୍ତି ଯେ, “PMJDY ଆକାଉଣ୍ଟଗୁଡିକ ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର (DBT) ପରି ପଦକ୍ଷେପଗୁଡ଼ିକର ଆଧାର ହୋଇପାରିଛି ଯାହା ସମସ୍ତଙ୍କୁ ସରକାରୀ ସୁବିଧା ଦେଇ ପାରୁଛି । ଏହା ସମାଜର ସମସ୍ତ ବର୍ଗର ଲୋକଙ୍କୁ ଅନ୍ତର୍ଭୂକ୍ତ ବିକାଶରେ ବିଶେଷ ଅବଦାନ ଦେବାରେ ସାହାଯ୍ୟ କରିଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments