1. ସରକାରୀ ସ୍କିମ

୫୦୦ ଟଙ୍କା ସିଲିଣ୍ଡର ସହ ମିଳିବ ୨୫୦୦ ଟଙ୍କା ଭତ୍ତା

କିଛି ଦିନ ତଳେ ଗ୍ୟାସ ସିଲିଣ୍ଡର ଦର ବଢିଥିଲା ଯାହାକୁ ନେଇ ଖାଉଟି ଆସନ୍ତି ହୋଇଥିଲେ l କିନ୍ତୁ ପରେ କେନ୍ଦ୍ର ସରକାର ପ୍ରାୟ ୨୦୦ ଟଙ୍କା ପର୍ଯ୍ୟନ୍ତ ସିଲିଣ୍ଡର ଦର କମ କରିଥିଲେ l ସେହିପରି ପୁଣି ଥରେ ଖାଉଟିଙ୍କ ପାଇଁ ଆସିଛି ଏକ ଖୁସି ଖବର l ତେବେ ଆପଣମାନେ ଜାଣିଥିବେ ଚଳିତ ବର୍ଷର ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

Tanushree Mahapatra
Tanushree Mahapatra
500 rupees will get 2500 rupees allowance with cylinder, image source - pexels.com

500 rupees will get 2500 rupees allowance with cylinder, image source - pexels.com

କିଛି ଦିନ ତଳେ ଗ୍ୟାସ ସିଲିଣ୍ଡର ଦର ବଢିଥିଲା ଯାହାକୁ ନେଇ ଖାଉଟି ଆସନ୍ତି ହୋଇଥିଲେ l କିନ୍ତୁ ପରେ କେନ୍ଦ୍ର ସରକାର ପ୍ରାୟ ୨୦୦ ଟଙ୍କା ପର୍ଯ୍ୟନ୍ତ ସିଲିଣ୍ଡର ଦର କମ କରିଥିଲେ l ସେହିପରି ପୁଣି ଥରେ ଖାଉଟିଙ୍କ ପାଇଁ ଆସିଛି ଏକ ଖୁସି ଖବର l

ତେବେ ଆପଣମାନେ ଜାଣିଥିବେ ଚଳିତ ବର୍ଷର ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ନେତାମାନେ ସଭା ଓ ରାଲି କରୁଛନ୍ତି ନିଜ ନିଜ ସ୍ତରରେ । ଅନ୍ୟପଟେ  କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତେଲେଙ୍ଗାନାରେ ଏକ ରାଲିକୁ ସମ୍ବୋଧନ କରିଥିଲେ । ତେବେ ସେଠାରେ ଜନତାଙ୍କୁ ସେ ନିର୍ବାଚନ ଜିତିଲେ ପ୍ରାୟ ୬ଟି ଗ୍ୟାରେଣ୍ଟି ଦେବା ପାଇଁ ଘୋଷଣା କରିଛନ୍ତି ।

ସେହିପରି ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ମହାଲାକ୍ଷ୍ମୀ ଯୋଜନା, ରାଇଥୁ ଭରସା ଯୋଜନା , ଗ୍ରୁହ ଜ୍ୟୋତି ଯୋଜନା ,ଇନ୍ଦ୍ରମ୍ମା ଇନ୍ଦଲୁ ଯୁବ ବିକାଶମ ଏବଂ ଚେୟୁଥା ପରି ୬ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ତେବେ ତେଲେଙ୍ଗାନାରେ ସରକାର ଗଠନ କରି ସମସ୍ତ ବର୍ଗର ଲୋକଙ୍କ ପାଇଁ କାମ କରିବା ମୋର ଏକ ପ୍ରକାର ସ୍ୱପ୍ନ ବୋଲି ସେ କହିଥିଲେ । କଂଗ୍ରେସ ଘୋଷଣା କରିଥିବା ୬ ଟି ପ୍ରତିଶ୍ରୁତି ହେଉଛି – ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଭତ୍ତା ପ୍ରଦାନ , ମହିଳାଙ୍କ ପାଇଁ ପ୍ରାୟ ୫୦୦ ଟଙ୍କାରେ ଏଲ୍ପିଜି ସିଲିଣ୍ଡର ଯୋଗାଣ , ଆରଟିସି ବସରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ଯାତ୍ରା, ସେହିପରି କୃଷକ ଓ ଭାଗଚାଷୀଙ୍କୁ ବର୍ଷକୁ ୧୫ ହଜାର ଟଙ୍କା ପ୍ରଦାନ , କୃଷିଭିତ୍ତିକ ଶ୍ରମିକଙ୍କୁ ୧୨ ହଜାର ଏବଂ ଧାନ ଚାଷ ପାଇଁ ୫୦୦ ବୋନସ ପ୍ରଦାନ କରିବା ।

ସେହିପରି ଗୃହ ଜ୍ୟୋତୀ ଯୋଜନାର ତେଲେଙ୍ଗାନାର ସମସ୍ତ ଗୃହସ୍ଥକୁ ପ୍ରାୟ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।ଅନ୍ୟପଟେ ଇନ୍ଦିରାମ୍ମା ଇନ୍ଦଲୁ ଯୋଜନାରେ ଯେଉଁ ଲୋକଙ୍କର  ଘର ନାହିଁ ସେମାନଙ୍କୁ ଘର ଯୋଗାଇ ଦିଆଯିବା ସହିତ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ ଲଢ଼େଇ କରିଥିବା ସଂଗ୍ରାମୀମାନଙ୍କୁ ୨୫୦ ସ୍କୋୟାର ୟାର୍ଡର ପ୍ଲଟ୍ ଦିଆଯିବା । ଯୁବ ବିକାଶ ଯୋଜନାରେ ଛାତ୍ରଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କାର ବିଦ୍ୟା ଭରସା କାର୍ଡ ପ୍ରଦାନ କରାଯିବ । ଅନ୍ୟପଟେ ପ୍ରତି ଜିଲ୍ଲାରେ ତେଲେଙ୍ଗାନା ଅର୍ନ୍ତର୍ଜାତୀୟ ସ୍କୁଲ୍ ଖୋଲାଯିବ ବୋଲି ଘୋଷଣା କରିଛି ଏହି ସରକାର । ସେହିପରି ପ୍ରଚଳିତ ଚେୟୁଥା ଯୋଜନାରେ ମାସିକ ପ୍ରାୟ ୪ ହଜାର ପେନସନ ଓ ୧୦ ଲକ୍ଷ ଟଙ୍କାର ରାଜୀବ ଆରୋଗ୍ୟଶ୍ରୀ ଇନ୍ସ୍ୟୁରାନ୍ସ ଦିଆଯିବ ବୋଲି ମଧ୍ୟ କୁହାଯାଇଛି । ତେବେ ଏହି ସମସ୍ତ ଯୋଜନା ଏହି ରାଜ୍ୟରେ ପ୍ରଚଳିତ ହେବା ପରେ ସେଠାକାର ଜନତା ସମ୍ପୂର୍ଣ୍ଣ ଲାଭ ଉଠାଇପାରିବେ ଏହାର l ଯାହା ସମସ୍ତଙ୍କୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments