1. ସରକାରୀ ସ୍କିମ

ଏଣିକି ବିଦ୍ୟୁତ୍‌ ଚାଳିତ ଗାଡ଼ି କିଣିଲେ, ସରକାରୀ କର୍ମଚାରୀଙ୍କୁ ୭୫% ଛାଡ

କାର ସମସ୍ତଙ୍କର ଏକ ସୌଖିନ l କାର କିଣିବା ସମସ୍ତଙ୍କ ପାଇଁ ଏକ ସ୍ବପ୍ନ ଭଳି ଯାହା ସରକାର ପୁରାଣ କରିବେ l କାରଣ ସରକାର ଦେବାକୁ ଯାଉଛନ୍ତି ଏଥିରେ ରିହାତି l ଏବେ ସରକାରୀ କର୍ମଚାରୀ କାର କିଣିଲେ ମିଳିବ ୭୫% ପର୍ଯ୍ୟନ୍ତ ରିହାତି l

Tanushree Mahapatra
Tanushree Mahapatra
75% discount for government employees when they buy an electric vehicle

75% discount for government employees when they buy an electric vehicle

କାର ସମସ୍ତଙ୍କର ଏକ ସୌଖିନ l କାର କିଣିବା ସମସ୍ତଙ୍କ ପାଇଁ ଏକ ସ୍ବପ୍ନ ଭଳି ଯାହା ସରକାର ପୁରାଣ କରିବେ l କାରଣ ସରକାର ଦେବାକୁ ଯାଉଛନ୍ତି ଏଥିରେ ରିହାତି l ଏବେ ସରକାରୀ କର୍ମଚାରୀ କାର କିଣିଲେ ମିଳିବ ୭୫% ପର୍ଯ୍ୟନ୍ତ ରିହାତି l ଆପଣ ସମସ୍ତେ ଜାଣିଛନ୍ତି ବଜାରରେ ବଢ଼ି ଚାଲିଛି ପେଟ୍ରୋଲ୍ ଏବଂ ଡିଜେଲ୍‌ ଦର । ପେଟ୍ରୋଲ-ଡିଜେଲ୍‌ ଚାଳିତ କାର୍‌ ଯୋଗୁଁ ପରିବେଷ ମଧ୍ୟ ବିଶେଷ ଭାବେ ପ୍ରଦୂଷିତ ହେଉଛି । ଏଥିପାଇଁ ବହୁ ପରିବେଶବିତ୍‌ ଚିନ୍ତାବ୍ୟକ୍ତ ମଧ୍ୟ କରୁଛନ୍ତି ।

ଏହାଛଡ଼ା ପେଟ୍ରୋଲ-ଡିଜେଲ ଦର ଯୋଗୁଁ ଗାଡ଼ି ଚାଳକ ମାନଙ୍କର ମୁଣ୍ଡ ବ୍ୟଥା ବି ବଢ଼ିଛି । ତେବେ ଏ  ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ତିଆରି ହୋଇଛି ବିଦ୍ୟୁତ ଚାଳିତ କାର୍ । ଏହା ଖୁବଶୀଘ୍ର ବଜାରରେ ମଧ୍ୟ ପ୍ରବେଶ କରିଛି । ବିଭିନ୍ନ କମ୍ପାନି ବିଦ୍ୟୁତ କାର୍‌ ପ୍ରସ୍ତୁତି କରିବା ସହିତ କିଛି କମ୍ପାନୀ ତାଙ୍କ ନିଜର କାର ବଜାର ରେ ବିକ୍ରି ମଧ୍ୟ ଆରମ୍ଭ କରିଦେଲେଣି । ସରକାର ପ୍ରଥମ ଦଫାରେ ଏ ନେଇ ୧୦,୦୦୦ ଇଲେକ୍ଟ୍ରିକ୍ କାର କିଣିବା ପାଇଁ ଏକ ପ୍ରାଇଭେଟ୍ କମ୍ପାନିକୁ ଟେଣ୍ଡର ମାଧ୍ୟମରେ ଦାୟିତ୍ଵ ମଧ୍ୟ ଦେଇଥିଲେ  । ଟାଟା ମୋଟର ୨୫୦ଟି, ଏମ୍ ଆଣ୍ଡ ଏମ୍ କମ୍ପାନି ୧୫୦ଟି କାର୍ ଯୋଗାଇଦେବା ନେଇ ମଧ୍ୟ ଯୋଜନା କରାଯାଇଥିଲା ଯାହା ସୂଚନା ରହିଛି ।

ଭାରତ ସରକାର ଆଗାମୀ ଦିନରେ ଅନେକ ଚାର୍ଜିଂ ଷ୍ଟେସନ ନିର୍ମାଣ କରିବାକୁ ଯାଉଛନ୍ତି ଏବଂ କେତେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ମଧ୍ୟ ସରିଛି । ସୂଚନାଯୋଗ୍ୟ ଯେ ଭାରତରେ ବର୍ତ୍ତମାନ ସୁଦ୍ଧା ୫୬ହଜାର ତେଲ ଟାଙ୍କି ଥିବା ବେଳେ ମାତ୍ର ୨୦୦ଟି ଚାର୍ଜିଂ ଷ୍ଟେସନ ଅଛି । ପ୍ରଥମଥର ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ନାଗପୁରରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିଥିଲା ଯାହା ଲୋକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଛି  । ଭାରତର ଅନ୍ୟ ପ୍ରମୁଖ ସହରରେ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର । ଫଳରେ ଇଲେକ୍ଟ୍ରିକ କାର କିଣିବାକୁ ଯାଉଥିବା ଉପଭୋକ୍ତାମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ୨୦୨୫ ସୁଦ୍ଧା ପଞ୍ଜିକୃତ ହେବାକୁ ଥିବା ଯାନବାହାନ ମଧ୍ୟରୁ ୨୦ ପ୍ରତିଶତ ଯେଭଳି ଇଲେକଟ୍ରିକ ଯାନ ରହିବ ସେଥିପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି  ।

କାରଣ ଅନ୍ୟ ଗାଡି ଅପେକ୍ଷା ଏହା କାମ ପ୍ରଦୂଷଣ କରିବ ପରିବେଶକୁ l ଏଥିପାଇଁ ରାଜ୍ୟ ଭିତରେ ଇଲେକଟ୍ରିକ ଚାଳିତ ଗାଡି ସହିତ ଏଥିରେ ବ୍ୟବହୃତ ହେଉଥିବା ବ୍ୟାଟେରୀ କିଭଳି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବିଦ୍ୟୁତ୍‍ ଚାଳିତ ଯାନ ଓ ବ୍ୟାଟେରୀ ଉପରେ ଅଧିକ ଗବେଷଣା କରିବା ଲାଗି ରାଜ୍ୟ ସରକାର ଏବେ ପ୍ରୋତ୍ସାହନ ମଧ୍ୟ ଯୋଗାଇଦେବେ । ଏଥି ସହିତ ବିଦ୍ୟୁତ୍‍ ଚାଳିତ ଯାନରୁ ବାହାରିବାକୁ ଥିବା ବ୍ୟାଟେରୀଗୁଡିକ କିଭଳି ପୁନଃ ବ୍ୟବହାରଯୋଗ୍ୟ ହୋଇପାରିବ ସେଥିନେଇ ଚିଠା ପ୍ରସ୍ତାବରେ ଯୋଜନା କରୁଛନ୍ତି ସରକାର  ।

ଏହାରି ଭିତରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ଏକ ବଡ ଖୁସି ଖବର  ( 75% discount for government employees when they buy an electric vehicle ) l ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍‌ ଚାଳିତ ଗାଡ଼ି କିଣିବାକୁ ସରକାରୀ କର୍ମଚାରୀଙ୍କୁ ମିଳିବ ଅଗ୍ରିମ । ବିନା ସୁଧରେ ଅଗ୍ରିମ ଦେବାକୁ ଗାଇଡଲାଇନ ଜାରି ରଖିଛି ଅର୍ଥ ବିଭାଗ । ଗ୍ରୁପ୍‌ ‘ଏ’ ବା ‘ବି’ କର୍ମଚାରୀଙ୍କୁ ବିଦ୍ୟୁତ କାର୍‌ ପାଇଁ ମିଳିବ ୭୫% ଅଗ୍ରିମ । କାର ଦାମ୍ ର ୭୫ ପ୍ରତିଶତ ବା ସର୍ବାଧିକ ୧୫ ଲକ୍ଷ ଅଗ୍ରିମ ମିଳିବ ବୋଲି ଅର୍ଥ ବିଭାଗ ସୂଚନା ଦେଇଛି  । ଗ୍ରୁପ୍‌ ‘ସି’ ଓ ‘ଡି’ କର୍ମଚାରୀ ଦୁଇ ଚକିଆ ବିଦ୍ୟୁତ ଚାଳିତ ଗାଡି କିଣିପାରିବେ । ଗାଡ଼ି ମୂଲ୍ୟର ୭୫ ପ୍ରତିଶତ ବା ସର୍ବାଧିକ ୨ ଲକ୍ଷ ଯାଏଁ ଅଗ୍ରିମ ମିଳିବ । ତେବେ ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା ହେବ ଅଗ୍ରିମ ଅର୍ଥ । କର୍ମଚାରୀମାନେ ଯଦି ଅନ୍ୟ କାମରେ ଅଗ୍ରିମ ରାଶି ବ୍ୟବହାର କରିବେ, ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ ହେବ କାର୍ଯ୍ୟାନୁଷ୍ଠାନ ।

ଇଲେକ୍ଟ୍ରିକ ଯାନ ଗୁଡିକରେ ଦୁଇ ପ୍ରକାର ଚାର୍ଜି ଅଛି । ଏହାର ଚାର୍ଜିଂ ଫାଷ୍ଟ ଅଟେ । ଯେଉଁଥିପାଇଁ ବ୍ୟାଟେରୀ ଚାର୍ଜ କରିବାକୁ ୬୦ରୁ ୧୧୦ମିନିଟ ସମୟ ଲାଗିଥାଏ । ଏବଂ ମନ୍ଥର ଚାର୍ଜିଂ ମଧ୍ୟ ହୋଇଥାଏ । ଏହି କାରଣରୁ ଗାଡି ଚାର୍ଜ କରିବାକୁ ୬ରୁ ୭ ଘଣ୍ଟା ସମୟ ଲାଗିଥାଏ । ଏହାକୁ ବିକଳ୍ପ ଚାର୍ଜ ମଧ୍ୟ କୁହାଯାଏ । ତାଛଡା ପ୍ରତ୍ୟେକ କମ୍ପାନୀର ବ୍ୟାଟେରୀ ଉପରେ ନିର୍ଭର କରେ ଏହା କେତେ ଶୀଘ୍ର ଅବା କେତେ ଚାର୍ଜିଂ ଦେଉଛି । ବ୍ୟାଟେରୀ ଗୁଣ ଏବଂ ବ୍ୟାଟେରୀ କ୍ଷମତା ଉପରେ ନିର୍ଭର କରି ଚାର୍ଜିଂ ସମୟ ଭିନ୍ନ ହୋଇପାରେ । କିନ୍ତୁ ଏହା ସ୍ପଷ୍ଟ ଯେ ପେଟ୍ରୋଲ ଜିଡେଲ ଭରିବା ଅପେକ୍ଷା ବୈଦ୍ୟୁତିକ କାର ଚାର୍ଜ କରିବାକୁ ଅଧିକ ସମୟ ଲାଗିଥାଏ । ଯଦି ଆପଣ କୌଣସି ବ୍ୟସ୍ତରେ ଅଛନ୍ତି ତେବେ ତ ଆପଣ ଟିକେ ଚିନ୍ତାରେ ପଡିପାରନ୍ତି । ଏକ ରିପୋର୍ଟ ଅନୁଯାୟୀ ବିଏମସି ଏହାର ହାର ବିଷୟରେ ସୂଚନା ଦେବ । ବାସ୍ତବରେ ଏହା ସମ୍ପର୍କରେ ଯଦି କୁହାଯିବ ତେବେ ଚାର୍ଜ କରିବାକୁ ବିଦ୍ୟୁତ ୨୦ରୁ ୩୦ୟୁନିଟ ଲାଗିବ । ଏହାର ଅର୍ଥ ଗାଡି ଚାର୍ଜ କରିବାକୁ ଆପଣ ୨୦୦ରୁ ୪୦୦ ଟଙ୍କାରେ ଥରେ କାରକୁ ସମ୍ପୂର୍ଣ୍ଣ ଚାର୍ଜ କରିପାରିବେ ।

ବନ୍ଧୁକ ଛାଡ଼ି କୋଦାଳ ଧରିଲେ....

‘କୃଷି ସୟଂତ୍ର’କୁ ନେଇ କ’ଣ କହିଲେ ସାଂସଦ ପ୍ରତାପ ଷଢ଼ଙ୍ଗୀ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments