1. ସରକାରୀ ସ୍କିମ

DA Hike: ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ହିଁ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ କରନ୍ତି ।

Tanushree Mahapatra
Tanushree Mahapatra
7th pay commission 4 percent da hike

7th pay commission 4 percent da hike

କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ହିଁ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ କରନ୍ତି । ତେବେ କିଛି ରାଜ୍ୟରେ ଏବେ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ କରାଯାଇଛି l ସେପଟେ ଆଉ ଏକ ରାଜ୍ୟ ସରକାର ଙ୍କ ଦ୍ୱାରା ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି ଯାହା ଏବେ ସେଠାରେ ଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ।

ତେବେ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି । ବାସ୍ତବରେ, ବର୍ତ୍ତମାନ ହରିୟାଣା ସରକାରଙ୍କ ଦ୍ୱାରା ମହଙ୍ଗା ଭତ୍ତା ବୃଦ୍ଧିକରାଯାଇଥିବାର ସୂଚନା ରହିଛି । ତେବେ ସପ୍ତମ ବେତନ ଆୟୋଗ ଅଧୀନରେ ଦରମା ପାଉଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ହରିୟାଣା ସରକାରଙ୍କ ଦ୍ୱାରା ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି ।

ସପ୍ତମ ବେତନ ଆୟୋଗ ଅଧୀନରେ ଦରମା ପାଉଥିବା ରାଜ୍ୟର ସମସ୍ତ  ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହରିୟାଣା ସରକାର ୪ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ହରିୟାଣା ସରକାରଙ୍କ ଅର୍ଥ ବିଭାଗ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା  ଜାରି କରିଛି । ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ବେସିକ୍ ଦରମା ଉପରେ ମହଙ୍ଗା ଭତ୍ତାକୁ ବର୍ତ୍ତମାନର ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

ଏହା ସହିତ ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ ଓ ବର୍ଦ୍ଧିତ ଦରମା ମଧ୍ୟ ଆକାଉଣ୍ଟକୁ ଆସିବ ଯାହା ଶୁଣିବା ପରେ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଏହି ସୂଚନା ଅନୁଯାୟୀ, ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଏପ୍ରିଲର ଦରମା ସହିତ ଦିଆଯିବ ବୋଲି ସୂଚନା ମିଳିଛି । ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ବକେୟା ମେ ୨୦୨୩ରେ ଦିଆଯିବ ବୋଲି ଏହି ସରକାର ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟ ସରକାର ମଧ୍ୟ DR କୁ ବୃଦ୍ଧି କରିଥିବା ନେଇ ସୂଚନା ରହିଛି  । ଯେଉଁଥିରେ ସରକାରୀ କର୍ମଚାରୀମାନେ ମଧ୍ୟ ଏହାର ଲାଭ ପାଇବେ । ଅନ୍ୟ ଏକ ଆଦେଶରେ ଏଥିନେଇ ଅର୍ଥ ବିଭାଗ କହିଛି ଯେ, ସପ୍ତମ ବେତନ ଆୟୋଗ ଅଧୀନରେ ଥିବା ପେନ୍‌ସନ୍‌ଭୋଗୀଙ୍କୁ ଦିଆଯାଉଥିବା ରାଜ୍ୟ ସରକାର ମଧ୍ୟ ମହଙ୍ଗା ରିଲିଫ୍ କୁ ଚାରି ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି କ୍ରମରେ ବିଦ୍ୟମାନ ବେସିକ ପେନସନ ର DR କୁ ୩୮ ପ୍ରତିଶତରୁ ୪୨  ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏହା ଜାନୁଆରୀ ୧, ୨୦୨୩ ଠାରୁ ମଧ୍ୟ ପ୍ରଯୁଜ୍ୟ ହେବ ।

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । କିନ୍ତୁ ଏହା ବଢିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ l

 

କାର୍ଯ୍ୟକାରୀ ହେଲା ନୂଆ ସରକାରୀ ଯୋଜନା, ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟକୁ ଯିବ ୧୦୦୦ ଟଙ୍କା...

ପୁରୁଣା ପେନସନକୁ ନେଇ କର୍ମଚାରୀଙ୍କ ପାଇଁ ଜରୁରୀ ଅପଡେଟ୍

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments