1. ସରକାରୀ ସ୍କିମ

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ବଢିବ ତିନି ପ୍ରତିଶତ DA

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ ।

Tanushree Mahapatra
Tanushree Mahapatra
7th pay commission central government will be hike da 3 percent for employees, image source - pexels.com

7th pay commission central government will be hike da 3 percent for employees, image source - pexels.com

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ । 

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । କିନ୍ତୁ ଏହା ବଢିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ l

ସେହିପରି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଏକ ଖୁସି ଖବର । ସରକାର ଖୁବ୍ ଶୀଘ୍ର ଡିଏ ବୃଦ୍ଧି କରିପାରନ୍ତି   ତେବେ ଏବେ ଦେଶରେ ମୁଦ୍ରାସ୍ଫୀତି ମୁକାବିଲା ପାଇଁ କେନ୍ଦ୍ର ସରକାର ସମୟ ସମୟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି । ପ୍ରତିବର୍ଷ ଜାନୁଆରୀ ମାସ ଏବଂ ଜୁଲାଇ ମାସରେ ଏହାକୁ ସଂଶୋଧନ କରାଯାଏ କେନ୍ଦ୍ର ସରକାରଙ୍କ ଦ୍ୱାରା । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମୋଟ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଥିବା ନଜର ରହିଛି ।

ସରକାରଙ୍କ ଅନୁଯାୟୀ ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇ ମାସରେ କର୍ମଚାରୀଙ୍କ ପ୍ରିୟତା ଭତ୍ତା ସଂଶୋଧନ କରିଥାନ୍ତି । ତେବେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଅଧା ହେବାକୁ ବସିଲାଣି କିନ୍ତୁ ମହଙ୍ଗା ବା ପ୍ରିୟତା ଭତ୍ତା ବୃଦ୍ଧି ହୋଇନି ଏପର୍ଯ୍ୟନ୍ତ । ଯାହାକୁ ନେଇ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି, ସରକାର ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିପାରନ୍ତି କିମ୍ବା କେତେ ପ୍ରତିଶତ ମହଙ୍ଗା ଭତ୍ତା ବଢିବ ସେ ନେଇ ସୂଚନା ପ୍ରଦାନ କରିପାରନ୍ତି । ତେବେ ପ୍ରତିବର୍ଷ ଅତ୍ୟାଧୁନିକ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାର ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ DA ଗଣନା କରାଯାଇଥାଏ । ସେହିପରି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ  ଏବଂ ପେନସନଭୋଗୀଙ୍କ ମହଙ୍ଗା ବା ପ୍ରିୟତା ଭତ୍ତା ଗଣନା ପାଇଁ ଏକ ସ୍ଥିର ସୂତ୍ର ଅଛି । ଯାହାଦ୍ୱାରା ଏହି ମହଙ୍ଗା ଭତ୍ତା ଆକଳନ ହୁଏ l ସୂଚନା ଅନୁଯାୟୀ, ପ୍ରିୟତା ବା ମହଙ୍ଗା ଭତ୍ତା ଏବଂ ରିଲିଫ୍ ବୃଦ୍ଧି ପାଇଥାଏ । 

ପ୍ରତିଶତ ବୃଦ୍ଧି କରିପାରନ୍ତି । ପ୍ରିୟତା ବା ମହଙ୍ଗା ଭତ୍ତା ତିନି ପ୍ରତିଶତ ପଏଣ୍ଟରୁ ଅଧିକ ହେବ ବୋଲି ଜଣାପଡିଛି । କେନ୍ଦ୍ର ସରକାର ଦଶମିକ ବିନ୍ଦୁରୁ DA ବୃଦ୍ଧି କରିବାକୁ ସରକାର ବିଚାର କରନ୍ତି ନାହିଁ । ତେଣୁ, DA ବା ଏହି ମହଙ୍ଗା ଭତ୍ତା ତିନି ପ୍ରତିଶତ ପଏଣ୍ଟ ବୃଦ୍ଧି  ହେଲେ ଏହା ୪୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ମାସିକ ୩୬,୫୦୦ ଟଙ୍କା ବେତନ ପାଆନ୍ତି ତେବେ ଏହା ବଢ଼ିବା ପରେ ୪୨ ପ୍ରତିଶତରେ ତାଙ୍କର ଡିଏ ହୋଇଥିବା ୧୫,୩୩୦ ଟଙ୍କା । ଯଦି ଜୁଲାଇ ୨୦୨୩ ରୁ DA ୩ ପ୍ରତିଶତ ବୃଦ୍ଧି କରନ୍ତି କେନ୍ଦ୍ର ସରକାର, ତେବେ ସେମାନଙ୍କର DA ୧୬,୪୨୫ ଟଙ୍କାକୁ ବୃଦ୍ଧି ପାଇବ  ବୋଲି ଆକଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦରମା କର୍ମଚାରୀଙ୍କର ୧,୦୯୫ ଟଙ୍କା ବୃଦ୍ଧି ପାଇବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments