1. ସରକାରୀ ସ୍କିମ

7th Pay Commission: କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର !

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ ।

Tanushree Mahapatra
Tanushree Mahapatra
7th pay commission good news for government employees, image source - twitter

7th pay commission good news for government employees, image source - twitter

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ  । ତେବେ କିଛି ରାଜ୍ୟରେ ଏବେ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ କରାଯାଇଛି l

ତେବେ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି ।  ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥାଏ ।

ଗତ ଦୁଇ ବର୍ଷ ମଧ୍ୟରେ ଡିଏକୁ ୪ ପ୍ରତିଶତ ଲେଖାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜାନୁଆରୀ ମାସରେ, କେନ୍ଦ୍ର ସରକାର ଡିଏ ୪ ପ୍ରତିଶତ ବୃଦ୍ଧି କରି ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରିଥିଲେ । ତେବେ ସୂଚନା ଅନୁଯାୟୀ ଯଦି ଏଥର ମଧ୍ୟ ସରକାର DA ରେ ୪ ପ୍ରତିଶତ ବୃଦ୍ଧି ହୁଏ l ତେବେ ଏହି ରାଶି ୪୬ ପ୍ରତିଶତକୁ ବୃଦ୍ଧି ପାଇବ । ଅର୍ଥାତ, ମୌଳିକ ବେତନର ପ୍ରାୟ ୪୬ ପ୍ରତିଶତ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଭାବରେ ଦିଆଯିବ ବୋଲି ସୂଚନା ମିଳିଛି  ।

ଆଶା କରାଯାଉଛି ଯେ  ଏହିଥର ସରକାର ଫିଟମେଣ୍ଟ ଫ୍ୟାକ୍ଟର ଉପରେ ମଧ୍ୟ ବଡ ନିଷ୍ପତ୍ତି ନେଇପାରନ୍ତି । ଦୀର୍ଘ ବର୍ଷ ଧରି ଅଟକି ରହିଥିଲା ଏହି ପ୍ରସଙ୍ଗ, କିନ୍ତୁ କେନ୍ଦ୍ରରୁ ଏହି ସୂଚନା ମିଳିବ ପରେ ବର୍ତ୍ତମାନ ଏକ ନୂତନ ବେତନ କମିଶନ ଗଠନ ହେବ ନାହିଁ । ଅନ୍ୟପଟେ ଫିଟମେଣ୍ଟ ଫ୍ୟାକ୍ଟର୍ କାର୍ଯ୍ୟକାରୀ ହୋଇପାରେ ବୋଲି ଆଶା କରିଛନ୍ତି କର୍ମଚାରୀ । ବର୍ତ୍ତମାନ ଫିଟମେଣ୍ଟ ଫ୍ୟାକ୍ଟର୍ ୨.୫୭ ରହିଛି l ଯାହାର ଅର୍ଥ ବେସିକ ୨.୫୭ ପ୍ରତିଶତରେ ଦିଆଯାଉଛି କର୍ମଚାରୀଙ୍କୁ । ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବା ବହୁ ବର୍ଷ ଧରି ଚଳାଇ ଆସୁଛନ୍ତି  ।

ତେବେ ଆଶା କରାଯାଉଛି ଯେ , କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ପୁଣିଥରେ ଏକ ଖୁସି ଖବର ଆସିପାରେ ବୋଲି ଆଶା କରୁଛନ୍ତି ସମସ୍ତେ । ସେହିପରି ୨୦୨୩ ବର୍ଷରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି । ଯାହାକୁ ଅପେକ୍ଷା କରି ରହିଛନ୍ତି କର୍ମଚାରୀ l  ତେବେ ସରକାର ଚଳିତ ବର୍ଷ ଜାନୁଆରୀରେ ସରକାର ୪% ମହଙ୍ଗା ଭତ୍ତା ବଢାଇବାକୁ ଘୋଷଣା କରିଥିଲେ । କେନ୍ଦ୍ର ସରକାର ପ୍ରତିବର୍ଷ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରନ୍ତି । ଜାନୁଆରୀରେ ପ୍ରଥମ ଥର ଘୋଷଣା ହୋଇଥିବାବେଳେ, ଦ୍ୱିତୀୟରେ କିଛି ମାସ ମଧ୍ୟରେ ପୁଣିଥରେ ଏହା ଘୋଷଣା କରାଯାଇପାରେ ବୋଲି କୁହାଯାଉଛି ।

ସୂଚନାରୁ ପ୍ରକାଶ ଯେ, ଏଥର ମହଙ୍ଗା ଭତ୍ତା ସହିତ ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ସରକାରଙ୍କ ଦ୍ୱାରା । ଗତ କିଛି ହେବ ଫିଟମେଣ୍ଟ ଫ୍ୟାକ୍ଟର୍ ସ୍ଥିର ହୋଇନାହିଁ । ଏଥର ଫିଟମେଣ୍ଟ ବିଷୟ ଉପରେ କିଛି ନିଷ୍ପତ୍ତି ନିଆଯାଇପାରେ । ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇପାରେ ।

ଯଦି ଏଥର ସରକାର ଫିଟମେଣ୍ଟ ଫ୍ୟାକ୍ଟର ଉପରେ ବଡ ନିଷ୍ପତ୍ତି ନେଇପାରନ୍ତି । ଦୀର୍ଘ ବର୍ଷ ଧରି ହେବ ଏହି ପ୍ରସଙ୍ଗ ଅଟକି ରହିଥିଲା l ଫିଟମେଣ୍ଟ ଫ୍ୟାକ୍ଟର୍ କାର୍ଯ୍ୟକାରୀ ହୋଇପାରେ ବୋଲି ଆଶା କରାଯାଉଛି । ଯଦି ମହଙ୍ଗା ଭତ୍ତାରେ ବୃଦ୍ଧି ହୁଏ ସରକାରୀ ଦରମା ଏହାର ବେସିକର ୪୬% ରେ ପହଞ୍ଚିବ ବୋଲି ଆଶା କରାଯାଉଛି l ତେବେ ଏହା କର୍ମଚାରୀଙ୍କ ବେତନ ପ୍ରାୟ ଦେଢ ଗୁଣ ବୃଦ୍ଧି ପାଇବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments