1. ସରକାରୀ ସ୍କିମ

HRA hike: ବଢ଼ିଲା ଏତିକି ପ୍ରତିଶତ HRA!

ବର୍ଦ୍ଧିତ DA ଜାନୁଆରୀ ୧ ତାରିଖ ୨୦୨୪ ରୁ କାର୍ଯ୍ୟକାରୀ କରାଯିବ.....

Tanushree Mahapatra
Tanushree Mahapatra
7th pay commission record breaking increase in the salary, image source - pixeles

7th pay commission record breaking increase in the salary, image source - pixeles

ଦେଶରେ ସରକାର ସରକାରୀ ହେଉ କିମ୍ବା ବେସରକାରୀ ହେଉ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଜାରି ରଖିଛନ୍ତି l ଯେଉଁଥିରେ କମର୍ଚାରୀ ଲାଭ ପାଉଛନ୍ତି l ସେହିପରି ଗତକାଲି କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି ଯାହାଦ୍ୱାରା ଦରମାରେ ବମ୍ପର ବୃଦ୍ଧି ହୋଇଛି ।

HRAରେ ବୃଦ୍ଧି ଦେଖି କର୍ମଚାରୀଙ୍କ ମୁହଁରେ ହସ ଫୁଟିଛି l ନିକଟରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ଡିଏ ହାରରେ ବୃଦ୍ଧି କରିଛନ୍ତି । ଯାହା ପରେ କର୍ମଚାରୀଙ୍କ ବେତନରେ ବୃଦ୍ଧି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଡିଏ ମଧ୍ୟ ୫୦ ପ୍ରତିଶତକୁ ବୃଦ୍ଧି ହୋଇଛି l ଯାହା ପୂର୍ବରୁ ୪୬ ପ୍ରତିଶତ ରହିଥିଲା । ତେବେ ବର୍ଦ୍ଧିତ DA ମଧ୍ୟ ଜାନୁଆରୀ ୧ ତାରିଖ ୨୦୨୪ ରୁ କାର୍ଯ୍ୟକାରୀ କରାଯିବ ।

ସରକାରଙ୍କ ଦ୍ୱାରା ବୃଦ୍ଧି ହୋଇଥିବା ମହଙ୍ଗା ଭତ୍ତା ଏପ୍ରିଲ ମାସରେ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ଡିଏ ବୃଦ୍ଧି ସହିତ ଅନ୍ୟାନ୍ୟ ଭତ୍ତାର ବୃଦ୍ଧି ମଧ୍ୟ ରେକର୍ଡ ହୋଇଛି । ଏହି ଭତ୍ତା ମଧ୍ୟରେ ସବୁଠାରୁ ବଡ ପରିବର୍ତ୍ତନ ହୋଇଛି କର୍ମଚାରୀଙ୍କ ଘର ଭଡା ଭତ୍ତାରେ । କର୍ମଚାରୀଙ୍କ ପାଇଁ ଭଲ ଖବର ହେଉଛି ମହଙ୍ଗା ଭତ୍ତା ୫୦ ପ୍ରତିଶତ ଅତିକ୍ରମ କରିଛି l ଏହା ସହିତ HRA ର ସଂଶୋଧନ ପାଇଁ ମଧ୍ୟ କାର୍ଯ୍ୟ କରାଯାଇଛି । ଜାନୁଆରୀ ୨୦୨୪ ରୁ ସରକାର DA କୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ସେହିପରି DA ୫୦ ପ୍ରତିଶତ ଅତିକ୍ରମ କରିବା ପରେ HRA ମଧ୍ୟ ସ୍ୱୟଂଚାଳିତ ଭାବରେ ସଂଶୋଧିତ ହୋଇଯିବା ନେଇ ସୂଚନା ରହିଛି ।

ସୂଚନା ଅନୁଯାୟୀ HRA ର ବୃଦ୍ଧି ହାର ବର୍ତ୍ତମାନ ୩୦%, ୨୦% ଏବଂ ୧୦ ପ୍ରତିଶତ ରହିଛି  । କର୍ମଚାରୀମାନେ ଏପ୍ରିଲ ମାସରୁ ଏହାର ଲାଭ ପାଇବା ଆରମ୍ଭ ହେବ । କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଘର ଭଡା ଭତ୍ତାରେ ସଂଶୋଧନ ଡିଏ ଆଧାରରେ ହୋଇଥିବା କୁହାଯାଉଛି । ସମସ୍ତ କର୍ମଚାରୀମାନେ ବର୍ଦ୍ଧିତ HRA ର ଲାଭ ପାଇବେ ଚଳିତ ଵର୍ଷରୁ । ଏଥିରେ ସହରର ବର୍ଗ ଅନୁଯାୟୀ କର୍ମଚାରୀଙ୍କୁ ୩୦ ପ୍ରତିଶତ, ୨୦ ପ୍ରତିଶତ ଏବଂ ୧୦ ପ୍ରତିଶତ ହାରରେ HRA ପ୍ରଦାନ କରାଯାଉଛି । ଏହା ଜାନୁଆରୀ ମାସ ୧ ତାରିଖ ୨୦୨୪ ରୁ DA ସହିତ କାର୍ଯ୍ୟକାରୀ ହେଉଛି । ଏହାଦ୍ୱାରା ହେବା ଦ୍ୱାରା କର୍ମଚାରୀଙ୍କ ବେତନରେ ଏକ ବଡ଼ ବୃଦ୍ଧି ଘଟିବ l

Cold storage: ଶୀତଳ ଭଣ୍ଡାର ୟୁନିଟରେ ମିଳିବ ସବସିଡି

Salary Hike: କର୍ମଚାରୀଙ୍କୁ ବମ୍ପର ବୋନସ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ