1. ସରକାରୀ ସ୍କିମ

କେନ୍ଦ୍ରର ବଡ ଅପଡେଟ: ୮ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ ।

Tanushree Mahapatra
Tanushree Mahapatra
8 percent da hike by central govt rule, image source - twitter

8 percent da hike by central govt rule, image source - twitter

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ  ।

ତେବେ କିଛି ରାଜ୍ୟରେ ଏବେ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ କରାଯାଇଛି l ତେବେ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି ।  ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥାଏ ।

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । କିନ୍ତୁ ଏହା ବଢିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ l

ତେବେ ମହଙ୍ଗା ଭତ୍ତା କେବେ ବଢ଼ିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟରତ କର୍ମଚାରୀମାନେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ତେବେ ଏହା ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଶୁଣିବାକୁ ମିଳିଛି । ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ୮ ପ୍ରତିଶତ ବୃଦ୍ଧି କରିବା ନେଇ ଘୋଷଣା କରାଯାଇଛି । ତେବେ ସପ୍ତମ ବେତନ କମିଶନରଙ୍କ ସୁପାରିଶ ଆଧାରରେ ୯.୫ ଲକ୍ଷ କର୍ମଚାରୀ ଓ ପେନସନଧାରୀଙ୍କୁ ଏହି ଉପହାର ଦିଆଯାଇଛି ସରକାରଙ୍କ ତରଫରୁ ।

ସେହିପରି ଜୁଲାଇ ମାସ ୧, ୨୦୨୩ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ କର୍ମଚାରୀଙ୍କ ପାଇଁ ନୂଆ ମହଙ୍ଗା ଭତ୍ତା ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି  । ଏଥର କେନ୍ଦ୍ର ସରକାରନ୍କ ତରଫରୁ ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି ବୋଲି ଆଶା କରାଯାଇଛି କେନ୍ଦ୍ର ଦ୍ୱାରା । ମାତ୍ର ଏହି ସବୁ ପୂର୍ବରୁ ଗୁଜରାଟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସପ୍ତମ ବେତନ ଆୟୋଗ ଅନୁଯାୟୀ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଡିଏରେ ୮ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ଯାହା ସରକାରୀ କର୍ମଚାରୀଙ୍କୁ ଖୁସି କରିଛି ।

ତେବେ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ରାଜ୍ୟ ସରକାର ପାଖାପାଖି ୯.୫ ଲକ୍ଷ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଅନୁସାରେ ଏହି  ଘୋଷଣା କରିଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ଫଳରେ କର୍ମଚାରୀଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ମିଳିପାରିବ ବୋଲି କୁହ ଯାଉଛି । ଅନ୍ୟପଟେ ପ୍ରଥମ ୪ ପ୍ରତିଶତ ଡିଏ ଗତ ବର୍ଷ ଜୁଲାଇ ୧ ତାରିଖ ଠାରୁ ଲାଗୁ ହେବ ଓ ଅବଶିଷ୍ଟ ୪ ପ୍ରତିଶତ ଡିଏ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଲାଗୁ ହେବ ବୋଲି କୁହାଯାଇଛି  । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଡିଏ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ଗତକାଲି । ବଡ କଥା ହେଲା ପୂର୍ବରୁ ବାକି ରହିଥିବା ଏରିଅର ଅର୍ଥ ସରକାରଙ୍କ ତରଫରୁ ୩ଟି କିସ୍ତିରେ ପ୍ରଦାନ କରାଯିବ କର୍ମଚାରୀଙ୍କୁ । ଏରିଅରର ପ୍ରଥମ କିସ୍ତି ଆସନ୍ତା ଜୁନ ମାସର ବେତନ ସହିତ ଆସିବ ବୋଲି ସୂଚନା ମିଳିଛି । ସେହିପରି ଦ୍ୱିତୀୟ କିିସ୍ତି ଅକ୍ଟୋବରର ବେତନ ସହିତ ଆସିବ ବୋଲି ସରକାର କହିଛନ୍ତି । ଏହି ନିଷ୍ପତ୍ତି ନେବା ଫଳରେ ରାଜ୍ୟ ରାଜକୋଷ ଉପରେ ପ୍ରାୟ ୪,୫୧୬ କୋଟି ଟଙ୍କାର ଅତିରିକ୍ତ ଭାର ପଡ଼ିବ ବୋଲି କୁହାଯାଉଛି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments