1. ସରକାରୀ ସ୍କିମ

8th Pay Commission: କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି

ନୂଆ ବେତନ ଆୟୋଗ କାର୍ଯ୍ୟକାରୀ ହେବା ପରେ କର୍ମଚାରୀଙ୍କ ବେତନରେ ବୃଦ୍ଧି ହେବ।

Tanushree Mahapatra
Tanushree Mahapatra
8th pay commission new update for employee, image source - pexels.com

8th pay commission new update for employee, image source - pexels.com

ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେବାକୁ ଯାଉଛନ୍ତି ଏକ ବଡ ଉପହାର l ଏହି ଉପହାର ପ୍ରଦାନ ପରେ ବଢ଼ିଯିବ କର୍ମଚାରୀଙ୍କ ଦରମା l ଯାହାକୁ ଅନାଇ ବସିଛନ୍ତି କର୍ମଚାରୀ l ବର୍ତ୍ତମାନ ଦେଶରେ ସପ୍ତମ ବେତନ ଆୟୋଗ ଅଧିନରେ ଦେଶରେ ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ଘର ଭଡ଼ା ଭତ୍ତା ବଢ଼ିବାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଯାହାକୁ ନେଇ ଆଶା ମଧ୍ୟ ରଖିଛନ୍ତି କେନ୍ଦ୍ରୀୟ କର୍ମଚାରୀ l

ଯାହା ସୂଚନା ରହିଛି ଯେ , ଖୁବ୍ ଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର। ଇତିମଧ୍ୟରେ ଅଗଷ୍ଟ ବେତନ ଆୟୋଗକୁ ନେଇ ଆସିଛି ନୂଆ ଅପଡେଟ୍ ସାମ୍ନାକୁ। କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ବୃଦ୍ଧି କରନ୍ତି ଏହା । ଯାହା ସମସ୍ତ କେନ୍ଦ୍ରୀୟ କର୍ମଚାରିନ କୁ ଦେଇଥାଏ ଲାଭ l କିନ୍ତୁ ବର୍ତ୍ତମାନ ଅଷ୍ଟମ ପେ କମିଶନ ବିଷୟରେ ଆଉ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଯଦି ଆପଣ ଜଣେ ସରକାରୀ କର୍ମଚାରୀ ତେବେ ଏହି ଖବର ଆପଣଙ୍କ ଜରୁରୀ ହୋଇପାରେ ।

NPS ସମ୍ବନ୍ଧରେ ସମଗ୍ର ଦେଶରେ ଆଲୋଚନା ଚାଲିଛି l ଏହି କାରଣରୁ ଅନୁମାନ କରାଯାଉଛି ଯେ ସରକାର ଖୁବ୍ ଶୀଘ୍ର ଦେଶରେ ଅଷ୍ଟମ ପେ କମିଶନ ଲାଗୁ କରିପାରନ୍ତି ସରକାର । ଯାହା ଲାଗୁ ହେବା ପରେ ବଢ଼ିଯିବ କର୍ମଚାରୀଙ୍କ ଦରମା l ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ । ହେଲେ ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଅଷ୍ଟମ ବେତନ କାର୍ଯ୍ୟକାରୀ କରିପାରନ୍ତି ବୋଲି  ଚର୍ଚ୍ଚା ଜୋର ହେଉଛି। ଚଳିତ ବର୍ଶ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି, ତେବେ ଅସହ କରାଯାଉଛି ଯେ ଏହା ପୂର୍ବରୁ ସରକାର ଏହା ଘୋଷଣା କରିବେ ।

ପ୍ରାୟତଃ ୧୦ ବର୍ଷ ପରେ ଏହି ନୂଆ ବେତନ କମିଶନ କାର୍ଯ୍ୟକାରୀ ହେବ l ୨୦୧୩ ରେ ସପ୍ତମ ପେ କମିଶନ ଗଠନ କରାଯାଇଥିଲା l ଏହା ୨୦୧୬ରେ କାର୍ଯ୍ୟକାରୀ କରାଯାଇଥିଲା ସରକାରଙ୍କ ଦ୍ୱାରା । ଯାହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ଯଥେଷ୍ଟ ବୃଦ୍ଧି ଘଟିଥିଲା । ଏବେ ପୁଣି ଥରେ ସରକାରୀ କର୍ମଚାରୀମାନେ ଖୁସି ଖବର ପାଇବାକୁ ଯାଉଛନ୍ତି ବୋଲି ଆଶା ରଖୁଛନ୍ତି । ୧୦ ବର୍ଷ ପରେ ନୂଆ ବେତନ ଆୟୋଗ କାର୍ଯ୍ୟକାରୀ କରାଯିବ l କିନ୍ତୁ ତାହା ନିର୍ବାଚନ ପୂର୍ବରୁ ବୋଲି ଆଶା  କରାଯାଉଛି । ଏହି ନୂଆ ବେତନ ଆୟୋଗ କାର୍ଯ୍ୟକାରୀ ହେବା ପରେ କର୍ମଚାରୀଙ୍କ ବେତନରେ ବୃଦ୍ଧି ହେବ। କେବଳ ଏତିକି ନୁହେଁ ଏହା ସହିତ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସମ୍ପର୍କରେ ଆୟୋଗ ନିକଟରେ ବୟାନ ମଧ୍ୟ ଦେଇଛନ୍ତି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments