1. ସରକାରୀ ସ୍କିମ

Ration Card: ରାସନ କାର୍ଡ଼କୁ ନେଇ ବଡ଼ ଅପଡେଟ!

ରାସନ କାର୍ଡ ଧାରୀଙ୍କ ପାଇଁ ବଡ ଅପଡେଟ l ତେବେ କଣ ରହିଛି ତାହା ଜାଣନ୍ତୁ l

Tanushree Mahapatra
Tanushree Mahapatra
a big update on ration card , image source - pexels.com

a big update on ration card , image source - pexels.com

ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଗରିବ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି ଯାହାଦ୍ୱାରା ଗରିବ ଲୋକଙ୍କୁ ଖାଦ୍ୟଶସ୍ୟ ଖୁବ କମ ଦରରେ ପ୍ରଦାନ କରାଯାଉଛି l ସମସ୍ତ ଯୋଜନା ମଧ୍ୟରେ ମାଗଣା ରାସନ ଅନ୍ୟତମ ଯାହାଦ୍ୱାରା ଦେଶର ହଜାର ହଜାର ଗରିବ ଲୋକ ମାଗଣାରେ ଖାଦ୍ୟଶସ୍ୟ ପାଉଛନ୍ତି l  ଗରିବ ଲୋକ ଯେଉଁମାନେ ଉଚିତ ହିତାଧିକାରୀ ତାଙ୍କୁ କେନ୍ଦ୍ର ସରକାର ମାଗଣା ରାସନ ଯୋଗାଇ ଦେଉଛନ୍ତି l

ତେବେ ଦେଶରେ ଭୋଟର କାର୍ଡ , ପ୍ୟାନ କାର୍ଡ ଏବଂ ଆଧାର କାର୍ଡ ପରେ ରାସନ କାର୍ଡ ହେଉଛି ଏପରି ଏକ କାର୍ଡ ଯାହାକି ଦେଶର ହଜାର ହଜାର  ନାଗରିକମାନଙ୍କୁ ସରକାର ଯୋଜନାର ଲାଭ ପ୍ରଦାନ କରାଯାଉଛି। ରାସନ କାର୍ଡ ହେଉଛି ଏପରି ଏକ ଡକ୍ୟୁମେଣ୍ଟ ଯେଉଁଥିରେ ସରକାର ସବସିଡି ଓ ମାଗଣା ଶସ୍ୟ ଯୋଗାଉଛନ୍ତି ଗରିବ ଲୋକଙ୍କୁ । କରୋନା ଅବଧି ସମୟରେ ଏହି କାର୍ଡ ଖୁବ ସାହାଯ୍ୟ କରିଥିଲା ଗରିବ ଲୋକଙ୍କୁ l ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ମାଗଣା ରାସନ ପ୍ରଦାନ କରାଯାଉଛି  ।

ଯଦି ଆପଣଙ୍କ ପାଖରେ ଅଛି ରାସନ କାର୍ଡ ଏବଂ ଆପଣ ଜଣେ ଉଚିତ ଅଧିକାରୀ, ତେବେ ଏହି ବନ୍ଦ ଅପଡେଟ ବିଷୟରେ ଜାଣିବା ଜରୁରୀ, ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅନେକ ଯୋଜନା ଫଳପ୍ରଦ ହେଉଛି ଯାହା ମଧ୍ୟରୁ ରାସନ ଅନ୍ୟତମ । ଗୋଟିଏ ନେସନ ,ୱାନ ରେସନ କାର୍ଡ ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ମଧ୍ୟ ହୋଇଛି । ନିକଟ ଅତୀତରେ ରାସନ କାର୍ଡ ସମ୍ବନ୍ଧରେ ସରକାର ଅତି ପ୍ରମୁଖ ଅପଡେଟ ପ୍ରଦାନ କରିଛନ୍ତି ।

ବାସ୍ତବରେ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନ ବଣ୍ଟନ ମନ୍ତ୍ରଣାଳୟ ନିକଟରେ ଏକ ସୂଚନା ପ୍ରଦାନ କରି କହିଛି ଯେ ୱାନ ନେସନ, ୱାନ ରାସନ କାର୍ଡ (ONORC) ଅଧୀନରେ କୌଣସି ଅଞ୍ଚଳ କଭର ହୋଇଛି । ଗରିବଙ୍କ ସ୍ୱାର୍ଥରେ ଚାଲିଥିବା ସରକାରଙ୍କ ଏହି ମାଗଣା ରାସନ ଯୋଜନା ହେଉଛି ସବୁଠାରୁ ବଡ ମାଇଲଖୁଣ୍ଟ । ଅର୍ଥ ମନ୍ତ୍ରଣାଳୟ ଏହାର ଟୁଇଟ୍ ଜରିଆରେ ଏକ ବଡ ସୂଚନା ଦେଇଛି, ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନ ଦେଶର ପ୍ରାୟତଃ ୮୦ କୋଟି NFSA ବ୍ୟବହାରକାରୀ ONORC ରେ ଏ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ପୂର୍ବରୁ ରାସନ ମାଗଣା ରାସନ ଉଠାଉଥିବା କାର୍ଡଧାରୀମାନେ କେବଳ ରାସନ ଡିଲରଙ୍କଠାରୁ ରାସନ ପାଇପାରିବେ ଯେଉଁଠାରେ ଉପଭୋକ୍ତାଙ୍କର ଠିକଣା ଯାଞ୍ଚ ହୋଇଥିବ । କିନ୍ତୁ ସରକାର ସମଗ୍ର ପରେ ପରେ ଦେଶରେ ୱାନ ନେସନ, ୱାନ ରେସନ କାର୍ଡ କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ ଗରିବ ପରିବାରର ମୁହଁରେ ହସ ଆଣିଛନ୍ତି । କାରଣ ଏହି ସୁବିଧା ମାଧ୍ୟମରେ ଯେ କୌଣସି ସ୍ଥାନରେ ଜଣେ ରାସନ ଆଣିପାରିବ l

ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଗୋଟିଏ ରାସନ କାର୍ଡ ଆରମ୍ଭ ହୋଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା । ଯେ କୌଣସି ରାଜ୍ୟରେ ଥାଇ ମଧ୍ୟ ଏହାର ଫାଇଦା ଉଠାଇପାରିବ ଜଣେ ଅଧିକାରୀ  l ଯାହା ସାହାଯ୍ୟରେ କୌଣସି ନାଗରିକ ଦେଶର ଯେକୌଣସି PDS ଥିବା ଦୋକାନରୁ ନିଜର ରାସନ ନେଇପାରିବେ । ସରକାର ସୂଚନା ଅନୁଯାୟୀ, ସମସ୍ତ ଫେୟାର ପ୍ରାଇସ୍ ଦୋକାନ ରେ POS ଉପକରଣ ସ୍ଥାପନ କରାଯାଇଛି, ଯାହା ମାଧ୍ୟମରେ ରାସନ କାର୍ଡ ଧାରକମାନେ ସହଜରେ ଯେକୌଣସି ସ୍ଥାନରୁ ରାସନ ଉଠାଇ ପାରିବେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments