1. ସରକାରୀ ସ୍କିମ

ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ

ଓଡିଶା ରାଜ୍ୟ ସରକାର ସର୍ବଦା ଚାଷୀଙ୍କ ହିତ ପାଇଁ ତତ୍ପର l ମାଗଣା ବିହନ ଠାରୁ ଆରମ୍ଭ କରି ସବସିଡି ଭଳି ସମସ୍ତ ସୁବିଧା ପ୍ରଦାନ କରିଛନ୍ତି ଓଡିଶା ଚାଷୀଙ୍କୁ l ସେହିପରି ରାଜ୍ୟ କରିବାକୁ ଯାଉଛି ଖରିଫ ଋଣ ପ୍ରଦାନରେ ଏକ ରେକର୍ଡ । ଚଳିତବର୍ଷ ଖରିଫ ଋତୁରେ ୧୦୦ % ଫସଲ ଋଣ ଆବଣ୍ଟନ କରି ରାଜ୍ୟ ସରକାର ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

Tanushree Mahapatra
Tanushree Mahapatra
Agri loan for farmer , image source - @CMO_Odisha

Agri loan for farmer , image source - @CMO_Odisha

ଓଡିଶା ରାଜ୍ୟ ସରକାର ସର୍ବଦା ଚାଷୀଙ୍କ ହିତ ପାଇଁ ତତ୍ପର l ମାଗଣା ବିହନ ଠାରୁ ଆରମ୍ଭ କରି ସବସିଡି ଭଳି ସମସ୍ତ ସୁବିଧା ପ୍ରଦାନ କରିଛନ୍ତି ଓଡିଶା ଚାଷୀଙ୍କୁ l ସେହିପରି ରାଜ୍ୟ କରିବାକୁ ଯାଉଛି ଖରିଫ ଋଣ ପ୍ରଦାନରେ ଏକ ରେକର୍ଡ । ଚଳିତବର୍ଷ ଖରିଫ ଋତୁରେ ୧୦୦ % ଫସଲ ଋଣ ଆବଣ୍ଟନ କରି ରାଜ୍ୟ ସରକାର ଏକ ରେକର୍ଡ ସୃଷ୍ଟି କରିଛନ୍ତି । ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି । ସେହିପରି ଏହି ଫସଲ ଋଣ ଆବଣ୍ଟନ ନେଇ ସରକାର ଧାର୍ଯ୍ୟ କରିଥିଲେ ସର୍ବମୋଟ ୯ ହଜାର ୫୦୦ କୋଟି ଟଙ୍କା । 

ଅନ୍ୟପଟେ ଚଳିତମାସ ୨୨ ତାରିଖ ମଧ୍ୟରେ ଆବଣ୍ଟିତ ହୋଇଛି ଚାଷୀଙ୍କୁ ୯ ହଜାର ୩୬୫ କୋଟି ୭୨ ଲକ୍ଷ ଟଙ୍କା । ସରକାରୀ ସୂଚନା ଅନୁଯାୟୀ ସେଥିରୁ ୩୧ ପ୍ରତିଶତ ଋଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ଆବଣ୍ଟିତ କରାଯାଇଛି । ରାଜ୍ୟରେ ଠିକ୍ ସମୟରେ ଏହି ଫସଲ ଋଣ ପ୍ରଦାନ କରାଯାଇଥିବାରୁ ଚାଷୀ ବି ଖୁସ୍ ଥିବା ଦେଖିବାକୁ ମିଳିଛି ।

ସେହିଭଳି ଆପଣମାନେ ଜାଣିଛନ୍ତି ଚାଷୀଙ୍କ ଖୁସିରେ ଓ ଦୁଃଖରେ ଭାଗିଦାର ହୋଇଥାନ୍ତି ଓଡ଼ିଶାର ନବୀନ ସରକାର । ସେ ବାତ୍ୟା ହେଉ କି ବନ୍ୟା ସବୁବେଳେ ଚାଷୀଙ୍କ ସାଥି ହୋଇଥାନ୍ତି ସେ । ଅର୍ଥ ଅଭାବରୁ ଚାଷୀର ଯେପରି ଫସଲରେ  କୌଣସି ଅସୁବିଧା ନ ହୁଏ ସେଥିପ୍ରତି ରଖିଥାନ୍ତି ନଜର । ସେଥିପାଇଁ ତ ଅନ୍ନଦାତା କୁହାଯାଉଥିବା ଏହି ଚାଷୀଙ୍କ  ହାତମୁଠାକୁ କରିଛନ୍ତି ସେ ଟାଣ । ଆଉ ଏବେ ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପ୍ରଦାନ କରୁଛନ୍ତି ସେ । ସେହିଭଳି ଚଳିତ ଖରିଫ୍ ଋତୁ ସରିବା ପୂର୍ବରୁ ଚାଷୀଙ୍କୁ ଫସଲ ଋଣ ପ୍ରଦାନ ଏବେ ରାଜ୍ୟରେ ରେକର୍ଡ କରିଛନ୍ତି । ସେହିପରି ଆର୍ଥିକ ବର୍ଷ ୨୦୨୩-୨୪ରେ ଚାଷୀଙ୍କୁ ୯ ହଜାର ୫୦୦ କୋଟି ଆବଣ୍ଟନ ନେଇ ଧାର୍ଯ୍ୟ କରାଯାଇଥିଲା ରାଜ୍ୟ ସରକାରଙ୍କ ତରଫରୁ ।

ତେବେ ଚଳିତମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କୁ ଆବଣ୍ଟିତ ହୋଇଛି ସର୍ବମୋଟ ୯ ହଜାର ୩୬୫ କୋଟି ୭୨ ଲକ୍ଷ ୨୨ ହଜାର ଟଙ୍କା । ଯାହାକି ଗତବର୍ଷ ତୁଳନାରେ ଢେର ଅଧିକ । ତେବେ ୩୦ ତାରିଖ ପର୍ଯ୍ୟନ୍ତ ୧୦୦ % ଋଣ ଆବଣ୍ଟିତ ହୋଇଯିବ ବୋଲି କୁହାଯାଇଛି । ସେହିପରି ସମୟ ପୂର୍ବରୁ ଋଣ ପ୍ରଦାନ କରି ସରକାର ସୃଷ୍ଟି କରିଛନ୍ତି ରେକର୍ଡ । ଏକ ବଡ଼ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଋଣ ସହାୟତା ପ୍ରଦାନରେ ମହିଳା ଚାଷୀଙ୍କ ସହିତ ସ୍ବୟଂ ସହାୟକ ଗୋଷ୍ଠୀ ଅଧିକ ଆଗ୍ରହ ଦେଖାଇଛନ୍ତି । ତେବେ ଗତ ଏପ୍ରିଲ ପହିଲାରୁ ଏ ପର୍ଯ୍ୟନ୍ତ ମୋଟ ୨୧୯ କୋଟି ୫୧ ଲକ୍ଷ ୫୩ ହଜାର ଟଙ୍କା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି ।

ଅନ୍ୟପଟେ ଚାଷ ସମୟରେ ଫସଲ ଋଣ ପାଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସମସ୍ତ ହିତାଧିକାରୀ ଚାଷୀ । ସେହିପରି ପୂର୍ବରୁ ମାତ୍ର ୫୦ ହଜାର ଟଙ୍କାର ଫସଲ ଋଣ ବିନା ସୁଧରେ ପ୍ରଦାନ କରାଯାଉଥିଲା । ଏବେ ବିନା ସୁଧରେ ଋଣ ପରିମାଣକୁ ୧ ଲକ୍ଷ ଟଙ୍କା କରିବାରୁ ଚାଷୀଙ୍କୁ ଫସଲ ଖର୍ଚ୍ଚ ତୁଲାଇବା ପାଇଁ ସହଜ ହେଉଛି । ଏବେ ଚାଷୀଙ୍କୁ ଆଉ ହାତଉଦ୍ଧାରି କରିବାକୁ ପଡ଼ୁନାହିଁ ନିଜ ଚାଷ କାର୍ଯ୍ୟ ପାଇଁ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments