Government Schemes

କୃଷି ଭିତ୍ତିଭୂମି ପାଣ୍ଠି: 13 ହଜାର ପ୍ରୋଜେକ୍ଟ ପାଇଁ 9500 କୋଟି ମଞ୍ଜୁରୀ

କୃଷି ଭିତ୍ତିଭୂମି ପାଣ୍ଠି ଯୋଜନାରେ ବର୍ତ୍ତମାନସୁଦ୍ଧା 13 ହଜାର ପ୍ରକଳ୍ପ ପାଇଁ ପାଖାପାଖି 9500 କୋଟି ଟଙ୍କାର ଋୁଣ ମଞ୍ଜୁରୀ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

06 July, 2022 5:26 PM IST By: Shuvanshu Kar

କୃଷି ଭିତ୍ତିଭୂମି ପାଣ୍ଠି(agriculture infrastructure fund) ଯୋଜନାରେ ବର୍ତ୍ତମାନସୁଦ୍ଧା 13 ହଜାର ପ୍ରକଳ୍ପ ପାଇଁ ପାଖାପାଖି 9500 କୋଟି ଟଙ୍କାର ଋୁଣ ମଞ୍ଜୁରୀ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର(Narendra singh tomar) । ଏଥିରୁ ଚାଷୀଙ୍କ ଅନେକ ଲାଭ ପହଞ୍ଚିବ । ଏହା 1 ଲକ୍ଷ କୋଟି ଟଙ୍କାର ଯୋଜନା ବୋଲି କହିଛନ୍ତି କୃଷିମନ୍ତ୍ରୀ । ଏହି ଟଙ୍କା ଶୀତଳିକରଣ ଭଣ୍ଡାର ଓ ଓୟାରହାଉସ ଭଳି କୃଷି ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ ।

କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, 6865 କୋଟି ଟଙ୍କା ଖର୍ଚ୍ଚରେ ଦେଶରେ 10 ହଜାର କୃଷି ଉତ୍ପାଦକ ସଂଗଠନ ନିର୍ମାଣ କାର୍ଯ୍ୟ ହୋଇସାରିଛି । ପାଖାପାଖି 85 ପ୍ରତିଶତ କ୍ଷୂଦ୍ର ଚାଷୀ ଅଛନ୍ତି, ଯେଉଁମାନେ ଏଫପିଓ ମାଧ୍ୟମରେ ଏକାଠି ହୋଇପାରିବେ । ସେମାନଙ୍କୁ ଉତ୍ତମ ବିହନ, ସାର ସହଜରେ ମିଳିପାରିବ । ଏଥିରୁ ଆୟ ବୃଦ୍ଧି ସହ ଉନ୍ନତ ଫସଲ ଅମଳ ହୋଇପାରିବ ।

ବୁଧବାର ତୋମାର ଇଣ୍ଡିଆନ କାଉନସିଲ ଫର ରିସର୍ଚ୍ଚ ଅନନ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ମିଳିତ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, କୃଷି ଭିତ୍ତିଭୂମି ପାଣ୍ଠି ଅନ୍ତର୍ଗତ ପ୍ରତିବର୍ଷ 3 ପ୍ରତିଶତ ଋୁଣ ସହାୟତା ଓ ଦୁଇ କୋଟି ଟଙ୍କା ଯାଏଁ କ୍ରେଡିଟ ଗ୍ୟାରେଣ୍ଟି ମିଳୁଛି । କେବଳ ସେତିକି ନୁହେଁ, ଏହା 2 କୋଟି ଟଙ୍କା ଋଣ ସୀମା ଉପରେ 7 ବର୍ଷ ପର୍ଯ୍ୟନ୍ତ ଋୁଣ ଛାଡ ଉପଲବ୍ଧ ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସରକାର ବିଭିନ୍ନ ଅଞ୍ଚଳରେ କଷ୍ଟମ ହାୟରିଂ ସେଣ୍ଟର ତଥା ମେସିନ ବ୍ୟାଙ୍କ ବ୍ୟବସ୍ଥା କରିଛନ୍ତି । ଚାଷୀମାନଙ୍କୁ କୃଷି ଉପକରଣ ପାଇଁ ସବସିଡି ମଧ୍ୟ ଦିଆଯାଉଛି । ପ୍ରଥମେ କୃଷି କ୍ଷେତ୍ରରେ ଘରୋଇ ନିବେଶର ଦ୍ବାର ବନ୍ଦ ଥିଲା । ହେଲେ ବର୍ତ୍ତମାନ ଓୟାର ହାଉସ, କୋଲ୍ଡ ଷ୍ଟୋର, ପ୍ୟାକେଜିଂ ମେସିନ ଆଦିର ସୁବିଧା ଗାଁ ଗାଁକୁ ପହଞ୍ଚାଇବାର ଚେଷ୍ଟା କରାଯାଉଛି । ଏଥିପାଇଁ କୃଷି ତଥା ଏହା ହିତ ଜଡିତ କ୍ଷେତ୍ରରେ କେନ୍ଦ୍ର 1.5 ଲକ୍ଷ କୋଟି ଟଙ୍କାରୁ ଅଧିକ ସ୍ବତନ୍ତ୍ର ପ୍ୟାକେଜର ପ୍ରାବଧାନ କରିଛନ୍ତି ।

କୃଷକଙ୍କ ଲାଭରେ ରାଷ୍ଟ୍ରୀୟ କୃଷି ବୀମା ଯୋଜନା,ଉଠାନ୍ତୁ ଫାଇଦା

NPAs: କୃଷି ଋୁଣ 15% ବୃଦ୍ଧି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)