1. ଉଦ୍ୟାନ କୃଷି

କୃଷକଙ୍କ ଲାଭରେ ରାଷ୍ଟ୍ରୀୟ କୃଷି ବୀମା ଯୋଜନା,ଉଠାନ୍ତୁ ଫାଇଦା

ଭାରତ ସରକାର ସର୍ବାଗ୍ରେ କୃଷିକୁ ପ୍ରାଧାନ୍ୟ ଦେଇଥାନ୍ତି | କୃଷି ଓ କୃଷକଙ୍କ ଲାଭ ପାଇଁ ସରକାର ବିଭିହ୍ନ ଯୋଜନା କରିଛନ୍ତି , ସେହି ମଧ୍ୟରୁ ରାଷ୍ଟ୍ରୀୟ କୃଷି ବୀମା ଯୋଜନା ଅନ୍ୟତମ |

Rajashree
Rajashree
Know more about Rashtriya krishi bima yojana

Know more about Rashtriya krishi bima yojana

ଭାରତ ଏକ ଚାଷ ବହୁଳ ଦେଶ | ଭାରତରେ ଅଧିକାଂଶ ଲୋକ ପରିବାର ପ୍ରତିପୋଷଣ କରିବା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି | ଭାରତ ସରକାର ସର୍ବାଗ୍ରେ କୃଷିକୁ ପ୍ରାଧାନ୍ୟ ଦେଇଥାନ୍ତି | କୃଷି ଓ କୃଷକଙ୍କ ଲାଭ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି , ସେହି ମଧ୍ୟରୁ ରାଷ୍ଟ୍ରୀୟ କୃଷି ବୀମା ଯୋଜନା (Rashtriya Krishi bima yojana)ଅନ୍ୟତମ |

ଅଧିସୂଚିତ ଗ୍ରାମ ପଞ୍ଚାୟତ/ବ୍ଲକରେ ବୀମା ଯୋଗ୍ୟ ଫସଲ ଉତ୍ପାଦନ କରୁଥିବା ସମସ୍ତ କୃଷକ ସର୍ତ୍ତ ସାପେକ୍ଷ ଏହି ଯୋଜନାରେ (Government scheme)ବୀମା କରିପାରିବେ । ସେଥିନିମନ୍ତେ କୃଷକମାନଙ୍କୁ ୨ଟି ବର୍ଗରେ ବିଭକ୍ତ କରାଯାଇଛି | (1)ଋଣୀ କୃଷକ (2)ଅଣଋଣୀ କୃଷକ

- ଋଣୀ କୃଷକ

ଯେଉଁ ଚାଷୀମାନେ ନିକଟସ୍ଥ ବ୍ୟାଙ୍କରୁ କିଷାନ କ୍ରେଡିଟ କାର୍ଡ (Kissan credit card) କିମ୍ବା କୃଷି ସ୍ଵର୍ଣ୍ଣ ରତ୍ନ ଋଣ ମାଧ୍ୟମରେ କୃଷି ଋଣ ନେଇ ଚାଷ କରୁଛନ୍ତି, ସେମାନଙ୍କୁ ବାଧ୍ୟତାମୂଳକ ରୂପେ ବୀମାଭୁକ୍ତ କରାଯିବ । ଅର୍ଥାତ ଫସଲ ବୀମା କୃଷି ଋଣର ଏକ ଅନିବାର୍ଯ୍ୟ ଅଂଶ/ସର୍ତ୍ତ ହୋଇଥିବାରୁ ଯେ କୌଣସି ବ୍ୟାଙ୍କ ଗୁଡିକରୁ କୃଷିରୁଣ ଆହରଣ ମାତ୍ରକେ କୃଷକ ବୀମା ପର୍ଯ୍ୟାୟ ଭୁକ୍ତ ହୋଇଯିବେ ।

- ଅଣଋଣୀ କୃଷକ

ଯେଉଁ କୃଷକମାନେ (farmer)ନିଜସ୍ଵ ପୁଞ୍ଜି ବିନିଯୋଗ କରି ଚଳିତ ଋତୁରେ କୌଣସି ବ୍ୟାଙ୍କରୁ ଋଣ ନ ଆଣି ଚାଷ କରୁଛନ୍ତି, ସେମାନଙ୍କ ପାଇଁ ଫସଲ ବୀମା ଇଚ୍ଛାଧୀନ ଓ ସର୍ତ୍ତସାପେକ୍ଷ ଅଟେ । ଇଚ୍ଛାକୃତ ବୀମା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରି ଅଣରୂଣୀ ଚାଷୀମାନେ ମଧ୍ୟ ଋଣୀ ଚାଷୀମାନଙ୍କ ପରି ସମତୂଲ୍ୟ ବୀମା ଲାଭ କରିପାରିବେ

- ପ୍ରାକୃତିକ ବିପଦ, ବୀମା ଆବରଣ

ସମସ୍ତ ପ୍ରକାର ପ୍ରାକୃତିକ ବିପତ୍ତି, ଅଥବା ରୋଗ ପୋକ ଇତ୍ୟାଦି କାରଣରୁ ବୀମା ଏକକର ଚଳିତ ବର୍ଷ ନିମନ୍ତେ ଧାର୍ଯ୍ୟ ନିଶ୍ଚିତ ଉତ୍ପାଦନରେ କ୍ଷତି ହେଲେ ଯୋଜନାର ନିୟମ ଓ ପଦ୍ଧତି ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯାଏ ।

- ବୀମିତ ରାଶି କିମ୍ବା ବୀମା ସୁରକ୍ଷା ସୀମା

-ଋଣୀ କୃଷକ ବ୍ୟାଙ୍କ ଦ୍ଵାରା ସ୍ଵିକୃତ କୃଷିଋଣରୁ (Farming scheme)ଆହାରିତ ଋଣ ନ୍ୟୁନତମ ବାଧ୍ୟତାମୂଳକ ବୀମିତ ରାଶି ହେବ । ଏଥିପାଇଁ କୌଣସି ସର୍ବୋଚ୍ଚ ସୀମା ନାହିଁ । ଋଣୀ କୃଷକ ଚାହିଁଲେ ଆହରିତ/ ପ୍ରାପ୍ତ ଋଣ ରାଶିରୁ ଅଧିକ “ନିଶ୍ଚିତ ଉତ୍ପାଦନର ମୂଲ୍ୟ” କିମ୍ବା ହାରାହାରୀ ଉତ୍ପାଦନର ୧୫୦% ମୂଲ୍ୟ ପର୍ଯ୍ୟନ୍ତ ବୀମା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କରିପାରିବେ ।

- ଅଣରୂଣୀ କୃଷକ (farmer)ନିଜ ଇଚ୍ଛା ଅନୁସାରେ ନିଶ୍ଚିତ ଉତ୍ପାଦନର ମୂଲ୍ୟ କିମ୍ବା ହାରାହାରୀ ଉତ୍ପାଦନର ୧୫୦% ମୂଲ୍ୟ ମଧ୍ୟରୁ ଯେକୌଣସି ରାଶି ପର୍ଯ୍ୟନ୍ତ ବୀମିତ ରାଶି ଚୟନ କରିପାରିବେ । (ଫସଲରେ ନିଶ୍ଚିତ ଉତ୍ପାଦନର ମୂଲ୍ୟ ବା ସାଧାରଣ ବୀମା ଆବରଣ ରାଶି ଏବଂ ହାରାହାରି ଉତ୍ପାଦନର ୧୫୦% ମୂଲ୍ୟ ବା ଅତିରିକ୍ତ ବୀମା ଆବରଣ ସୀମା ସମ୍ବନ୍ଧୀୟ ବିବରଣୀ ପ୍ରତ୍ୟେକ ଋତୁର ପ୍ରାରମ୍ଭରେ ଅଧିସୂଚନା ଦ୍ଵାରା ସମସ୍ତ ବ୍ୟାଙ୍କ ନିକଟରେ ଉପଲବ୍ଧ ଥାଏ ।

କୃଷି ଋଣ ନିମନ୍ତେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କରମାନଙ୍କ ବୈଠକ

SBI ସଫଳ ଯୋଜନା: SBI କୃଷକମାନଙ୍କ ପାଇଁ ସଫଳ ଋଣ ଯୋଜନା ଆଣିବ, ଏହା ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡିକ ଜାଣିବ |

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments