Government Schemes

PM KISAN: ୧୪ତମ କିସ୍ତି ପୂର୍ବରୁ କୃଷି ମନ୍ତ୍ରୀଙ୍କ ଘୋଷଣା, ୧୪ କୋଟି ଚାଷୀକୁ ମିଳିବ ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ ।

20 April, 2023 2:30 PM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସର୍କର ୨୦୧୮ ରେ ଲାଗୁ କଲେ  ।

ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିର ତାରିଖ ଖୁବ ଶୀଘ୍ର ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଏହି କିସ୍ତି ଏପ୍ରିଲ ଓ ଜୁଲାଇ ୨୦୨୩ ମଧ୍ୟରେ ମିଳିବାର ଆଶଙ୍କା ରହିଛି ଯାହା ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର  । ତେବେ ସୂଚନାଯୋଗ୍ୟ ଯେ, ଏହାର ୧୩ତମ କିସ୍ତି ୨୬ ଫେବ୍ରୁଆରୀ ୨୦୨୩ରେ ଜାରି କରାଯାଇଥିଲା । ଏପରି ପରିସ୍ଥିତିରେ ଏହି ଯୋଜନାରେ ସାମିଲ ହୋଇଥିବା ନୂଆ ଚାଷୀଙ୍କୁ ନିଜର ପରବର୍ତ୍ତୀ କିସ୍ତିର ଲାଭ ଉଠାଇବା ପାଇଁ ଶୀଘ୍ର ଆବେଦନ କରିବାକୁ ପଡ଼ିବ । ଏହା ପୂର୍ବରୁ ଯେଉଁ ଚାଷୀମାନେ ଏହି ଯୋଜନା ପାଇଁ ଆବେଦନ କରିସାରିଛନ୍ତି, ସେମାନେ ନିଜ ସ୍ଥିତିର ଯାଞ୍ଚ କରିପାରିବେ ।

ସମସ୍ତ ଚାଷୀ ଏବେ ପିଏମ୍ କିସାନ ସମ୍ମାନ ନିଧିର ୧୪ତମ କିସ୍ତି ପାଇଁ ଅପେକ୍ଷା କରୁଛନ୍ତି । ତେବେ ଏହି ୧୪ତମ କିସ୍ତିର ଟଙ୍କା ମେ ମାସର ଶେଷ ସପ୍ତାହରେ କିମ୍ବା ଜୁନ୍ ପ୍ରଥମ ସପ୍ତାହରେ ରିଲିଜ ହୋଇପାରେ ବୋଲି ସୂଚନା ରହିଛି  । ଏହି କିସ୍ତି ଆସିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଦେଶର ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଏକ ନୂତନ ପଦକ୍ଷେପ ନେଇଛନ୍ତି ଯାହା ଚାଷୀଙ୍କୁ ନିଜ ଚାଷ କ୍ଷେତ୍ରରେ ସାହାଯ୍ୟ କରିବ । ବଜାରରେ ନକଲି ମଞ୍ଜି ବିକ୍ରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନୂତନ ଆପ୍ ଲଞ୍ଚ କରିଛନ୍ତି । ଏବେ ଏହି ଆପ ଜରିଆରେ ଦେଶର ୧୪ କୋଟି କୃଷକ ଲାଭ ପାଇବେ । ଅନେକ ଥର ଠକାମୀ ଶିକାର ହୋଇ ଚାଷୀ ନକଲି ବିହନ କିଣିଥାନ୍ତି ଯାହା ତାଙ୍କ ବର୍ଷର ସମ୍ପୂର୍ଣ୍ଣ ଚାଷକୁ ଚାଷକୁ ନଷ୍ଟ କରିଦିଏ l

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ନକଲି ବିହନ ଚିହ୍ନଟ ଓ ପ୍ରାମାଣିକରଣ ପାଇଁ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ଜାରି କରିଛନ୍ତି ଯାହାର ନା ହେଉଛି " ସାଥୀ ଆପ " । ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପୋର୍ଟାଲ ଓ ମୋବାଇଲ୍ ଆପ୍ 'ସାଥୀ'  ଲଞ୍ଚ କରିଛି । ଏହି ଆପ୍ ବିହନର ଗୁଣବତ୍ତା ଟ୍ରାକିଂ କରିବା ସହିତ  ତାହାର ପ୍ରମାଣିକରଣ ଏବଂ ସଂରକ୍ଷଣ ପାଇଁ ଏହା ଏକ କେନ୍ଦ୍ରୀଭୂତ ଅନଲାଇନ୍ ସିଷ୍ଟମ୍ ।

ବିହନ ଉତ୍ପାଦନ, ଗୁଣାତ୍ମକ ବିହନ ଚିହ୍ନଟ କରିବା ଏବଂ ବିହନ ପ୍ରମାଣିକରଣର ଆହ୍ୱାନକୁ ପୂରଣ କରିବା ପାଇଁ ଏହି ଆପ୍ ଡିଜାଇନ୍ କରାଯାଇଛି । କୃଷି ମନ୍ତ୍ରଣାଳୟର ସହଯୋଗରେ 'ସର୍ବୋତ୍ତମ ବିହନ ସମୃଦ୍ଧ କୃଷକ' ବିଷୟବସ୍ତୁ ଉପରେ ଏହା NIC ଦ୍ୱାରା ବିକଶିତ କରାଯାଇଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ, ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି କ୍ଷେତ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ ତଥା ଅସୁବିଧାକୁ ଦୂର କରିବା ପାଇଁ ପ୍ରୟାସ କରାଯାଉଛି । ଯେଉଁଥିପାଇଁ ଏହି ଆପ ଡିଜାଇନ୍ କରାଯାଇଛି l

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ କହିଛନ୍ତି ଯେ 'ସାଥି' ପୋର୍ଟାଲ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଏହା କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ଭାବେ ପ୍ରମାଣିତ ହେବ । ସେହିପରି ଅନ୍ୟପଟେ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ 'ସାଥି' ପୋର୍ଟାଲ ନିଜର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଯେପରି ଅଧିକ ସମୟ ନହୁଏ ବୋଲି ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସଚେତନତା ବୃଦ୍ଧି ପାଇଁ ଉଦ୍ୟମ କରାଯିବା ଏବଂ ଏଥିପାଇଁ ଯାହା ଉଚିତ ତାହା କୃଷକଙ୍କ ପାଇଁ କରାଯିବ l ଆଉ ପ୍ରତି କୃଷକମାନେ ଯେପରି ଏହାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ।

e-Nam ଯୋଜନାରୁ କେତେ ଲାଭ ପାଉଛନ୍ତି କୃଷକ ?

ଜଲଦି ଆକାଉଣ୍ଟକୁ ପଠାଯିବ PM କିଷାନ ସମ୍ମାନ ନିଧି ଯୋଜନାର ଆଗାମୀ କିସ୍ତି..

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)