1. ସରକାରୀ ସ୍କିମ

e-Nam ଯୋଜନାରୁ କେତେ ଲାଭ ପାଉଛନ୍ତି କୃଷକ ?

କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଜାତୀୟ କୃଷି ବଜାର E-Nam ଯୋଜନା ସଫଳତାର ସହ ୭ ବର୍ଷ ସମ୍ପୂର୍ଣ୍ଣ କରିଛି । ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୪ ଏପ୍ରିଲ ୨୦୧୬ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିଛନ୍ତି।

Priyambada Rana
Priyambada Rana
e-nam record trade of more than 2 lakh crores

e-nam record trade of more than 2 lakh crores

କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଜାତୀୟ କୃଷି ବଜାର E-Nam ଯୋଜନା ସଫଳତାର ସହ ୭ ବର୍ଷ ସମ୍ପୂର୍ଣ୍ଣ କରିଛି । ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୪ ଏପ୍ରିଲ ୨୦୧୬ରେ ଆରମ୍ଭ କରାଯାଇଥିଲା। ଏହି ଯୋଜନାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିଛନ୍ତି। ଏପର୍ଯ୍ୟନ୍ତ ୨୨ଟି ରାଜ୍ୟର ୧୨୬୦ଟି ମଣ୍ଡି ଏବଂ ସମଗ୍ର ଦେଶରେ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଇ-ନାମ୍ କାର୍ଯ୍ୟକାରୀ ହୋଇଛି ।

ଇ-ନାମ୍ ପୋର୍ଟାଲରେ ଦେଶରେ ୧.୭୫ କୋଟିରୁ ଅଧିକ କୃଷକ ଏବଂ ୨.୪୧ ଲକ୍ଷ ବ୍ୟବସାୟୀ ପଞ୍ଜିକୃତ ହୋଇଛନ୍ତି।ସର୍ବମୋଟ ୭.୩୪ କୋଟି ଏମ.ଟି ଏବଂ ୨୨.୩୯ କୋଟି(ବାଉଁଶ, ଗୁଆ, ନଡ଼ିଆ, ଲେମ୍ବୁ ଏବଂ ମିଠା ମକା) ଇ-NAM ପ୍ଲାଟଫର୍ମରେ ପ୍ରାୟ ୨.୫୫ ଲକ୍ଷ କୋଟିର ବାଣିଜ୍ୟ ରେକର୍ଡ କରିଛି ।

ଜାତୀୟ କୃଷି ବଜାର ଯୋଜନା ?

ଇ-NAM ପୋର୍ଟାଲ ନାମକ ଏକ ଅନଲାଇନ୍ ମାର୍କେଟ ପ୍ଲେସ୍ କେନ୍ଦ୍ର ସରକାର ଚାଷୀଙ୍କୁ ସେମାନଙ୍କ ଫସଲ ବିକ୍ରୟ ପାଇଁ ଉପଲବ୍ଧ କରାଇଛନ୍ତି। ଏହା ଏକ ସଂପୂର୍ଣ୍ଣ ଡିଜିଟାଲ୍ ପୋର୍ଟାଲ୍ ଯାହା ମାଧ୍ୟମରେ କୃଷକ, ବ୍ୟବସାୟୀ ଏବଂ କ୍ରେତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଅଣାଯାଇଛି ।

ଜାତୀୟ କୃଷି ବଜାର ଯୋଜନାର ଲାଭ

୧. କୃଷକ ଏବଂ କ୍ରେତା ମଧ୍ୟରେ ଯେପରି କୌଣସି ମଧ୍ୟସ୍ଥି କିମ୍ବା ଦଲାଲ ଆସିପାରିବେ ନାହିଁ, କୃଷକମାନେ ସେମାନଙ୍କ ସାମଗ୍ରୀକୁ ସିଧାସଳଖ କିଣି ପାରିବେ ।

୨. ଏହି ପୋର୍ଟାଲ ମାଧ୍ୟମରେ କୃଷକ ଅନଲାଇନରେ ଫସଲ ବିକ୍ରି କରିପାରିବେ, ଯେଉଁଥିପାଇଁ ତାଙ୍କୁ କାହା ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ ।

୩. ଏହି ପୋର୍ଟାଲରେ ୧.୭୫ କୋଟି କୃଷକ ଏବଂ ଦେଶର ୨.୪୧ ଲକ୍ଷ ବ୍ୟବସାୟୀ ଯୋଡ଼ି ହୋଇଛନ୍ତି ।

୪. ଜାତୀୟ ସ୍ତରର ବାଣିଜ୍ୟ ହେତୁ କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଭଲ ମୂଲ୍ୟ ପାଇପାରୁଛନ୍ତି ।

୫. ରାଜ୍ୟର ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ମଣ୍ଡିରେ ଥିବା ଇ-ନାମ୍ ମାର୍କେଟ ବାଣିଜ୍ୟକୁ ଜାତୀୟ ବଜାରରେ ପହଞ୍ଚିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ।

ଜଲଦି ଆକାଉଣ୍ଟକୁ ପଠାଯିବ PM କିଷାନ ସମ୍ମାନ ନିଧି ଯୋଜନାର ଆଗାମୀ କିସ୍ତି..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments