Government Schemes

ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ 6000 ଟଙ୍କା

ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଓ ବାର୍ଷିକ ୬ହଜାର ଟଙ୍କା ଦିଆଯିବ ।

09 July, 2022 12:02 PM IST By: Shuvanshu Kar

ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା(Deen Dayal SPARSH Yojana ) ଆରମ୍ଭ କରାଯାଇଛି । ସଉକ ଭାବେ ଡାକ ଟିକଟ ସଂଗ୍ରହ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଏହି ଛାତ୍ର ବୃତ୍ତି(scholarship ) ଯୋଜନା ଆରମ୍ଭ କରାଯାଇଛି ।

ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଓ ବାର୍ଷିକ ୬ହଜାର ଟଙ୍କା ଦିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଭଲ ରେକର୍ଡ ରହିଥିବ ଏବଂ ସେ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଆବଶ୍ୟକ ।

ଦୁଇ ସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ପ୍ରଥମ ସ୍ତରରେ ଡାକ ଟିକଟ ସଂଗ୍ରହ ଲିଖିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ଦ୍ବିତୀୟସ୍ତରରେ ଫିଲାଟେଲୀ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଚୟନ କରାଯିବ । ନିର୍ଦ୍ଦିଷ୍ଟ ଡାକ ଡିଭିଜନରେ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ୧୨.୦୮.୨୦୨୨। ଲିଖିତ ଫିଲାଟେଲି ପ୍ରଶ୍ନୋତ୍ତର (ସ୍ତର-୧)ର ଅସ୍ଥାୟୀ ତାରିଖ ହେଉଛି ୦୪.୦୯.୨୦୨୨ ।

ଛାତ୍ର ବୃତ୍ତି ଯୋଜନା, ଲିଖିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ପାଠ୍ୟକ୍ରମ, ଫିଲାଟେଲି ପ୍ରକଳ୍ପ କାର୍ଯ୍ୟ ଆଦି odishapost.gov.inରେ ଉପଲବ୍ଧ ରହିଛି । ଅଧିକ ସୂଚନା ପାଇଁ ସମ୍ପୃକ୍ତ ଡାକ ଡିଭିଜନର ଡାକ କାର୍ଯ୍ୟାଳୟର ବରିଷ୍ଠ ଅଧୀକ୍ଷକ/ଅଧୀକ୍ଷକ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ, ପିଏମଜି ବ୍ରହ୍ମପୁର ଏବଂ ଭୁବନେଶ୍ବରର ଓଡ଼ିଶା ସର୍କଲ ମୁଖ୍ୟ ମହାଡାକପାଳଙ୍କ ସହିତ ଯୋଗାଯୋଗ କରିବାକୁ ଡାକ ବିଭାଗ ପକ୍ଷରୁ କୁହାଯାଇଛି ।

ଝିଅମାନଙ୍କୁ ମିଳୁଛି ୨୫ ହଜାର ଟଙ୍କା ; ଜାଣନ୍ତୁ କେମିତି କରିବେ ଆବେଦନ

ଡାକ ବିଭାଗରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)