1. କୃଷି ଖବର

ଡାକ ବିଭାଗରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

ଭାରତୀୟ ଡାକ ବିଭାଗରେ ବାହାରିଛି ନିଯୁକ୍ତି ସୁଯୋଗ । ମେକାନିକ୍, ଇଲେକ୍ଟ୍ରିକାଲ୍, ଟାୟରମ୍ୟାନ୍, ବ୍ଲାକସ୍ମିଥ୍ ପଦବୀ ପାଇଁ ବିଜ୍ଞାପନ ଦିଆଯାଇଛି ।

Sudesna Nayak
Sudesna Nayak
job indian postal department announced multiple vacancies for mechanic electrician tyreman and blacksmith

job indian postal department announced multiple vacancies for mechanic electrician tyreman and blacksmith

ଭାରତୀୟ ଡାକ ବିଭାଗରେ ବାହାରିଛି ନିଯୁକ୍ତି ସୁଯୋଗ । ମେକାନିକ୍, ଇଲେକ୍ଟ୍ରିକାଲ୍, ଟାୟରମ୍ୟାନ୍, ବ୍ଲାକସ୍ମିଥ୍ ପଦବୀ ପାଇଁ ବିଜ୍ଞାପନ ଦିଆଯାଇଛି ।

ସୂଚନା ଅନୁଯାୟୀ, ସପ୍ତମ ପେ କମିଶନ ସ୍କେଲରେ ଦରମା ମିଳିବ । ଜାତି ପ୍ରମାଣପତ୍ର ଆଧାରରେ ବୟସସୀମା କୋହଳ କରାଯିବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ପଦବୀ,ଜାଣନ୍ତୁ...

-ମେକାନିକ୍ (ମୋଟର ଯାନ)
-ଇଲେକ୍ଟ୍ରିକାଲ୍
-ଟାୟରମ୍ୟାନ୍
-ବ୍ଲାକସ୍ମିଥ୍

ବୟସ (ଜୁଲାଇ ୧ ତାରିଖ ୨୦୨୨ ସୁଦ୍ଧା),ଜାଣନ୍ତୁ...

-ଅସଂରକ୍ଷିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ଶ୍ରେଣୀ (UR/EWS): ୧୮ରୁ ୩୦ ବର୍ଷ

-ଅନୁସୂଚିତ ଜନଜାତି (ST): ୫ ବର୍ଷ କୋହଳ

-ଅନ୍ୟାନ୍ୟ ପଛୁଆ ଶ୍ରେଣୀ (OBC): ୩ ବର୍ଷ କୋହଳ (Non-Creamy Layer)

ଶିକ୍ଷାଗତ ଏବଂ ଅନ୍ୟାନ୍ୟ ଯୋଗ୍ୟତା,ଜାଣନ୍ତୁ...

ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ବୈଷୟିକ ଅନୁଷ୍ଠାନରୁ ସମ୍ପୃକ୍ତ ବିଷୟରେ ପାସ କରିଥିବେ କିମ୍ବା ସପ୍ତମ ଶ୍ରେଣୀ ପାସ ସହ ଏକ ବର୍ଷର ଅଭିଜ୍ଞତା ଥିବା ନିହାତି ଦରକାର ।

ମେକାନିକ୍ (ମୋଟର ଯାନ) ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଭାରୀଯାନ ଚଳାଇବାପ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ନିହାତି ଦରକାର ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

-ଶିକ୍ଷାଗତ ଯୋଗ୍ୟତା ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ଆଧାରରେ ପ୍ରାର୍ଥୀମାନଙ୍କ ମଧ୍ୟରୁ ଦକ୍ଷ କାରିଗରଙ୍କୁ ଚୟନ କରାଯିବ ।
-ମେକାନିକ୍ (ମୋଟର ଯାନ) ପାଇଁ ପ୍ରାର୍ଥୀମାନଙ୍କର ପରୀକ୍ଷା ହେବ ।
-କେବଳ ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ଡାକ ଠିକଣାରେ ସିଲାବସ୍ ସହିତ ପରୀକ୍ଷା ତାରିଖ ଏବଂ ସ୍ଥାନ ସମ୍ବନ୍ଧୀୟ ସୂଚନା ଦିଆଯିବ ।

ଦରମା,ଜାଣନ୍ତୁ...

ସପ୍ତମ ବେତନ କିମିଶନ ସ୍କେଲର ପେ ମ୍ୟାଟ୍ରିକ୍ସରେ ଲେଭଲ୍-୨ ଆଧାରରେ ହିଁ ୧୯,୯୦୦ ଟଙ୍କା ଦରମା ମିଳିବ ।

ଓଡ଼ିଶାରେ ସରକାରୀ ଚାକିରି : ଦରମା ୪୦ ହଜାରରୁ ଉର୍ଦ୍ଧ୍ବ,ଶୀଘ୍ର କରନ୍ତୁ ଆବେଦନ

Post Office ଗ୍ରାହକଙ୍କ ପାଇଁ ବଡ଼ ଖବର! ଏପ୍ରିଲ ୧ରୁ ବଦଳିଯିବ ନିୟମ,ଜାଣନ୍ତୁ ନଚେତ ଭୋଗିବେ ସମସ୍ୟା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments