Government Schemes

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା “ବାଲ୍ ଆଧାର” ଯୋଜନା, ଶିଘ୍ର କରନ୍ତୁ ପଞ୍ଜିକରଣ....

ରାଜ୍ୟରେ ଆଜିଠାରୁ “ବାଲ୍ ଆଧାର” ଯୋଜନାର ଶୁଭାରମ୍ଭ ହୋଇଛି। ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ତାରିଖ ପଞ୍ଜିକରଣ କରାଯିବ। ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହେବ। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର ପ୍ରାପ୍ତ କରିହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

16 March, 2023 12:49 PM IST By: Priyambada Rana

ରାଜ୍ୟରେ ଆଜିଠାରୁ “ବାଲ୍ ଆଧାର”(Bal Adhar Scheme) ଯୋଜନାର ଶୁଭାରମ୍ଭ ହୋଇଛି। ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ତାରିଖ ପଞ୍ଜିକରଣ କରାଯିବ। ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହେବ। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର ପ୍ରାପ୍ତ କରିହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜନ୍ମ ପଞ୍ଜିକରଣ ଓ ପ୍ରମାଣପତ୍ର ଶିଶୁର ପ୍ରଥମ ଅଧିକାର। ଆଧାର ପଞ୍ଜିକରଣ ପାଇଁ ମା’ ଓ ବାପାଙ୍କ ମଧ୍ୟରୁ ଜଣଙ୍କର ଆଧାର ନମ୍ବର ଥିବା ଜରୁରୀ। ୫ବର୍ଷ ପର୍ଯ୍ଯନ୍ତ ଶିଶୁର ବାୟୋମେଟ୍ରିକ ଅନିବାର୍ଯ୍ୟ ନୁହେଁ। ଶିଶୁ ଜନ୍ମର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ ନିଃଶୁକ୍ଳ ରଖାଯାଇଛି । ଆଧାର କାର୍ଡ ପଞ୍ଜିକରଣ ସର୍ବଦା ନିଃଶୁକ୍ଳ ଅଟେ। ତୁରନ୍ତ ଶିଶୁଙ୍କ ଜନ୍ମ ପଞ୍ଜିକରଣ କରି ଏହି ସୁବିଧା ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଜାଣନ୍ତୁ କିପରି କରିବେ ଆବେଦନ:

-UIDAIର ଅଫିସିଆଲ୍ ୱେବସାଇଟ୍ uidai.gov.in କୁ ଯାଆନ୍ତୁ

-ଆଧାର କାର୍ଡ ପଞ୍ଜୀକରଣ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ

-ପିଲାଙ୍କ ନାମ, ବାପାମା’ଙ୍କ ଫୋନ୍ ନମ୍ବର, ଇ-ମେଲ୍ ଠିକଣା ଇତ୍ୟାଦି ସହିତ ସମସ୍ତ ପରିଚୟପତ୍ର ଏଣ୍ଟ୍ରୀ କରନ୍ତୁ

-ଆବାସିକ ଠିକଣା, ସ୍ଥାନ, ଜିଲ୍ଲା, ରାଜ୍ୟ ଭଳି ସବୁ ଡେମୋଗ୍ରାଫିକ୍ ସୂଚନା ପୂରଣ କରନ୍ତୁ

-ଆଗକୁ ଯାଆନ୍ତୁ ଏବଂ fixed appointment tab ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ

-ଆଧାର କାର୍ଡ ପାଇଁ ପଞ୍ଜୀକରଣ ତାରିଖ ସ୍ଥିର କରନ୍ତୁ

-ଆଗକୁ ଯିବା ପାଇଁ ଆବେଦନକାରୀ ନିକଟତମ ନାମାଙ୍କନ କେନ୍ଦ୍ର ଚୟନ କରିପାରିବେ

-ଯେଉଁଦିନ ତାରିଖ ଅଛି ସେଦିନ ନିଜ ସହିତ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍, ପ୍ରିଣ୍ଟଆଉଟ୍ ଫର୍ମ ଓ ରେଫରେନ୍ସ ନମ୍ବର ନେବାକୁ ଭୁଲନ୍ତୁ ନାହିଁ।

-ଥରେ ସଂପୃକ୍ତ କର୍ତ୍ତୃପକ୍ଷ ଯାଞ୍ଚ କରିଦେଲେ ଏବଂ ଯଦି ଶିଶୁର ବୟସ ୫ ବର୍ଷ ହୋଇଯାଏ, ତେବେ ବାୟୋମେଟ୍ରିକ୍ ସୂଚନା ମିଳିଯିବ ଏବଂ ଆଧାର କାର୍ଡ ସହିତ ସଂଯୁକ୍ତ ହେବ। ଯଦି ପିଲା ପାଞ୍ଚ ବର୍ଷରୁ କମ୍, କେବଳ ଫଟୋଗ୍ରାଫ୍ ନିଆଯିବ ଏବଂ କୌଣସି ବାୟୋମେଟ୍ରିକ୍ ତଥ୍ୟ ଆବଶ୍ୟକ ହେବ ନାହିଁ।

-ଆବେଦନକାରୀ ୬୦ ଦିନ ମଧ୍ୟରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ SMS ମାଧ୍ୟମରେ ଏକ ବିଜ୍ଞପ୍ତି ପାଇବେ।

-ନାମାଙ୍କନ ପ୍ରକ୍ରିୟା ସମାପ୍ତ ହେବା ପରେ ୯୦ ଦିନ ମଧ୍ୟରେ ‘ବାଲ୍ ଆଧାର କାର୍ଡ’ ମିଳିଯିବ।

ବାଲ୍ ଆଧାର କାର୍ଡ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

-ଶିଶୁର ଜନ୍ମ ପ୍ରମାଣପତ୍ର

-ପିତାମାତାଙ୍କ ଆଧାର କାର୍ଡ

-ଭେରିଫିକେସନ୍ ପାଇଁ ଉଭୟ ଡକ୍ୟୁମେଣ୍ଟର ଓରିଜିନାଲ୍ କପି

-ଆଧାର ପଞ୍ଜିକରଣ ପାଇଁ ମା’ ଓ ବାପାଙ୍କର କୌଣସି ଜଣଙ୍କ ଆଧାର

ନମ୍ବର ଥିବା ଜରୁରୀ। ୫ବର୍ଷ ପର୍ଯ୍ଯନ୍ତ ଶିଶୁର ବାୟୋମେଟ୍ରିକ ଅନିର୍ବାର୍ଯ୍ୟ ନୁହେଁ। ଶିଶୁ ଜନ୍ମର ୨୧ଦିନ ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ ନିଃଶୁକ୍ଳ। ଆଧାର କାର୍ଡ ପଞ୍ଜିକରଣ ସର୍ବଦା ନିଃଶୁକ୍ଳ ଅଟେ। 

ସିଗାରେଟ୍ ପିଉଛନ୍ତି କି? କିପରି ରଖିବେ ନିଜ ଫୁସଫୁସର ଧ୍ୟାନ ?ଜାଣନ୍ତୁ ଘରୋଇ ଉପଚାର....

ମତ୍ସ୍ୟ ଚାଷୀଙ୍କୁ ମିଳୁଛି ସରକାରୀ ସହାୟତା, ନେଇ ପାରିବେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)