1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସିଗାରେଟ୍ ପିଉଛନ୍ତି କି? କିପରି ରଖିବେ ନିଜ ଫୁସଫୁସର ଧ୍ୟାନ ?ଜାଣନ୍ତୁ ଘରୋଇ ଉପଚାର....

ଓ୍ଵାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ୍(WHO) ବା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ, ପ୍ରାୟ ୫୦ ଲକ୍ଷ ଲୋକ ବର୍ଷକୁ ସିଗାରେଟ୍(Cigarette) ଟାଣି ଓ ତମାଖୁ ସେବନ କରି ପ୍ରାଣ ହରାଇଥା’ନ୍ତି। ଯଦି ଆପଣ ହିସାବ କରିବେ ତା’ହେଲେ ପ୍ରତି ୬ ସେକେଣ୍ଡରେ ଜଣେ ବ୍ୟକ୍ତି ତମାଖୁ ଦ୍ୱାରା ପ୍ରାଣ ହରାଇଥା’ନ୍ତି, ଯଦି ତମାଖୁ ବନ୍ଦ କରାଯାଇ ଥାଆନ୍ତା ତା’ହେଲେ ଏମାନେ ବଞ୍ଚି ଥାଆନ୍ତେ। ସିଗାରେଟ୍ ସ୍ମୋକିଙ୍ଗ୍ ମଣିଷର ଲଙ୍ଗ୍ସକୁ ଖରାପ କରିଥାଏ, ଯଦି କେହି ୫ ବର୍ଷରୁ ଊର୍ଦ୍ଧ୍ୱ ସିଗାରେଟ ଟାଣୁଛି ତା’ହେଲେ ସେ ବ୍ରୋନ୍କାଇଟିସ୍ ଓ କାଶ ସମସ୍ୟାରେ ପଡ଼ିବାର ଅଧିକ ସମ୍ଭାବନା ରହିଥାଏ।

Priyambada Rana
Priyambada Rana
Health Effects of Cigarette Smoking

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଫୁସଫୁସ ସ୍ୱୟଂ ଏକ ସଫା କରୁଥିବା ଅଙ୍ଗ । କିନ୍ତୁ ପ୍ରଦୂଷିତ ପରିବେଶ କାରଣରୁ ଫୁସଫୁସରେ ବିଷାକ୍ତ ପଦାର୍ଥ ଜମିଯାଇଥାଏ । ଏହାଫଳରେ ଫୁସଫୁସ ଧୀରେଧୀରେ ଦୁର୍ବଳ ହୋଇଯାଇଥାଏ । ବର୍ତ୍ତମାନ ସମୟରେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଅନେକ ଉପାୟ ରହିଛି, ଯେଉଁ ଉପାୟରେ ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ପରି ସମସ୍ୟାରୁ ମୁକ୍ତି ମିଳିଥାଏ । 

ଷ୍ଟିମ ଥେରାପୀ:

ଫୁସଫୁସ ସମସ୍ୟାରୁ ବର୍ତ୍ତିବା ପାଇଁ ଷ୍ଟିମ ଥେରାପୀ ଏକ ଉତ୍କୃଷ୍ଟ ଉପାୟ । ଏହି ଉପାୟରେ ଫୁସଫୁସକୁ ବିଷାକ୍ତ ପଦାର୍ଥରୁ ମୁକ୍ତ କରାଯାଇପାରିବ । ଏହି ପଦ୍ଧତିରେ ଜଳୀୟ ବାଷ୍ପକୁ ଆଘ୍ରାଣ କରାଯାଇଥାଏ । ଯାହାଫଳରେ ବାୟୁପଥରେ ଜମିଥିବା କଫ ଓ ଅନ୍ୟ ବିଷାକ୍ତ ପଦାର୍ଥ ଜନିତ ଯନ୍ତ୍ରଣାରୁ ତତକ୍ଷଣାତ୍ ଆରାମ ମିଳିଥାଏ । 

ନିୟନ୍ତ୍ରିତ କାଶ

ଆୟୁର୍ବେଦ ଅନୁସାରେ ନିୟନ୍ତ୍ରିତ କାଶ, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାର ଏକ ପ୍ରାକୃତିକ ଉପାୟ । ଏହି ଉପାୟରେ ଫୁସଫୁସରେ ଜମିଥିବା ବର୍ଜ୍ୟବସ୍ତୁକୁ ବାହାର କରାଯାଇଥାଏ । ଫୁସଫୁସରେ ଯନ୍ତ୍ରଣା ଅନୁଭବ ସମୟରେ ପ୍ରାକୃତିକ କାଶ ପାଇଁ ଉପଯୁକ୍ତ ବିଧି ପାଳନ କରିବା ଆବଶ୍ୟକ ରହିଛି । 

- ପ୍ରଥମେ ଚେୟାରରେ ଆରାମରେ ବସନ୍ତୁ
- ଦୁଇ ହାତମୁଠା ପେଟ ଉପରେ ଚାପି ରଖିନ୍ତୁ
- ଧୀରେଧୀରେ ଶ୍ୱାସ ଗ୍ରହଣ କରନ୍ତୁ 
- ପେଟକୁ ଚାପିବା ସହିତ ଆଗକୁ ଝୁଙ୍କି ଶ୍ୱାସ ତ୍ୟାଗ କରନ୍ତୁ 
- ପାଟି ଖୋଲା ରଖିବା ସହ ସଚେଚନ ଭାବେ ୨ରୁ ୩ ଥର କାଶନ୍ତୁ   
- ଅତିକମ୍ ରେ ୧୦ ମିନିଟ ପାଇଁ ଏହି କ୍ରିୟା କରନ୍ତୁ  

ଖାଆନ୍ତୁ ଏହି ୫ଟି ଫଳ, ଭଲ ହୋଇଯିବ ‘High Blood Pressure’

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments