1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଆନ୍ତୁ ଏହି ୫ଟି ଫଳ, ଭଲ ହୋଇଯିବ ‘High Blood Pressure’

ଆଜି କାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅନେକ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ତେବେ ଏହି ସବୁ ସମସ୍ୟା ମଧ୍ୟରେ ମଧୁମେହ, ମେଦବହୁଳତା, ଉଚ୍ଚରକ୍ତ ଚାପ, ହୃଦଘାତ ଜନିତ ସମସ୍ୟା ଆଦି ସାଧାରଣ ରୋଗ ହୋଇଗଲାଣି।

Priyambada Rana
Priyambada Rana
Home Remedies for Managing High Blood Pressure

Home Remedies for Managing High Blood Pressure

ଆଜି କାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଅନେକ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ତେବେ ଏହି ସବୁ ସମସ୍ୟା ମଧ୍ୟରେ ମଧୁମେହ, ମେଦବହୁଳତା, ଉଚ୍ଚରକ୍ତ ଚାପ, ହୃଦଘାତ ଜନିତ ସମସ୍ୟା ଆଦି ସାଧାରଣ ରୋଗ ହୋଇଗଲାଣି। ଏହିସବୁ ସମସ୍ୟା ବର୍ତ୍ତମାନ ପିଲା ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ ସମସ୍ତଙ୍କ ଠାରେ ଦେଖିବାକୁ ମଳୁଛି। ତେବେ ଏହି ରୋଗ ମଧ୍ୟରେ ଉଚ୍ଚ ରକ୍ତଚାପ(High Blood Pressure) ମଧ୍ୟ ସାମିଲ ରହିଛି। ଯାହାକୁ ହାଇପରଟେସନ୍ ବୋଲି ମଧ୍ୟ କୁହାଯାଏ । ଏହି ସମସ୍ୟା ପ୍ରାୟତଃ ସମସ୍ତଙ୍କଠାରେ ଦେଖିବାକୁ ମିଳେ। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ଲୋକ ଔଷଧ ମଧ୍ୟ ସେବନ କରନ୍ତି। କିନ୍ତୁ ପ୍ରତିଥର ଔଷଧ ଖାଇବା ଦ୍ୱାରା ବିପି ନିୟନ୍ତ୍ରଣରେ ରହିବା ସମ୍ଭବ ହୋଇନଥାଏ।

ବର୍ତ୍ତମାନ ସମୟରେ ପରିବର୍ତ୍ତନଶୀଳ ଜୀବନଶୈଳୀ ଓ କେତେକ ଖାଦ୍ୟପେୟ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ସାଧାରଣ ହୋଇଯାଇଛି। ଏହା ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିବା ନିତାନ୍ତ ଆବଶ୍ୟକ।

ତେବେ ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ନିଜ ଖାଦ୍ୟପେୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ଏହାସହ ଅଧିକ ଫ୍ୟାଟ୍‌‌ ଥିବା ଜିନିଷ ଠାରୁ ନିଜକୁ ଦୂରେଇ ରଖିବା ଉଚିତ। ଏଭଳି କିଛି ସ୍ୱତନ୍ତ୍ର ଖାଦ୍ୟ ବିଷୟରେ ଜାଣନ୍ତୁ, ଯାହା ଉଚ୍ଚ ରକ୍ତଚାପ ରୋଗୀ ସେବନ କରିବା ଦ୍ୱାରା ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ..

ଉଚ୍ଚ ରକ୍ତଚାପ ରୋଗୀ ବେରିଜ୍‌‌ ସେବନ କରିପାରିବେ। ଏହି ଫଳ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

କିୱି- କିୱିରେ ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ସି ଓ ଅନ୍ୟ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବେଶ୍‌‌ ସହାୟକ ହୋଇଥାଏ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟରେ କିୱିକୁ ନିଶ୍ଚୟ ସାମିଲ କରନ୍ତୁ।

ତରଭୂଜ-ତରଭୂଜ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ଏଥିରେ ପୋଟାସିୟମ, ଭିଟାମିନ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ତରଭୂଜ ନିଶ୍ଚୟ ସେବନ କରନ୍ତୁ।

କଦଳୀ – କଦଳୀରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ ରହିଛି। ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ। ଏହାସହ ଏଥିରେ ପୋଟାସିୟମ, ଫାଇବର, ଓମେଗା-୩ ଆଦି ଭରପୁର ମାତ୍ରାରେ ରହିଛି। ଉଚ୍ଚ ରକ୍ତଚାପ ରୋଗୀ କଦଳୀ ସେବନ କରିବା ଲାଭଦାୟକ।

କମଳା-କମଳାରେ ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ରକ୍ତଚାପ ରୋଗୀ ନିୟମିତ କମଳା ସେବନ କରନ୍ତୁ।

ଏହା ବ୍ୟତୀତ କିଛି ରିସର୍ଚରରୁ ଏହା ମଧ୍ୟ ଜଣାପଡିଛି ଯେ ପିଆଜ କିମ୍ବା ପିଆଜ ଚା ମଧ୍ୟ ଆପଣଙ୍କୁ ହୃଦରୋଗରୁ ମଧ୍ୟ ଦୂରେଇ ରଖେ। ଆସନ୍ତୁ ଜାଣିବା ପିଆଜ ଚା’ ତିଆରି କରିବାର ସହଜ ଉପାୟ: ପିଆଜ ଚା’ ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନରେ ପାଣି ଫୁଟାନ୍ତୁ। ଏହା ପରେ କଟା ପିଆଜ, କଟା ରସୁଣ, ଲବଙ୍ଗ ଏବଂ ତେଜ ପତ୍ରକୁ ଫୁଟୁଥିବା ପାଣିରେ ମିଶାନ୍ତୁ । ଏହି ସମସ୍ତ ସାମଗ୍ରୀକୁ କିଛି ସମୟ ପାଇଁ ଫୁଟିବାକୁ ଛାଡି ଦିଅନ୍ତୁ। ପରେ ଗୋଟିଏ ପାତ୍ରରେ ଏହାକୁ ଛାଣି କପ ବାହାର କରି ସ୍ୱାଦ ଅନୁସାରେ ମହୁ ଏବଂ ଡାଲଚିନି ପାଉଡର ମିଶାନ୍ତୁ। ଏହାପରେ ପ୍ରତିଦିନ ସକାଳେ ଏହି ଚା’ ପିଅନ୍ତୁ, ଏହା ଆପଣଙ୍କୁ ଏନର୍ଜିଟିକ୍ ରଖିବା ସହିତ ଆପଣଙ୍କ ବିପିକୁ ମଧ୍ୟ ନିୟନ୍ତ୍ରଣରେ ରଖିବ।

ସହଜ ଉପାୟରେ ଘରେ ବନାନ୍ତୁ ଫେସ୍ ପ୍ୟାକ୍, ପାଆନ୍ତୁ ଚମତ୍କାର ତ୍ୱଚା

ପଖାଳ ଖାଇଲେ ଦୂର ହୋଇଥାଏ ଗ୍ୟାଷ୍ଟ୍ରିକ ସମସ୍ୟା..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments