1. ସରକାରୀ ସ୍କିମ

ଏହି ସ୍କିମରେ ମିଳିବ ବ୍ୟବସାୟ କରୁଥିବା ଲୋକଙ୍କୁ ଋଣ.…

ସରକାର ଚାଷୀଙ୍କ ଠାରୁ ଆରମ୍ଭ କରି ଦେଶ ତଥା ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅନେକ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି l ଯାହାଦ୍ୱାରା କି ସେମାନେ ଆୟ ଏବଂ ଆର୍ଥିକ ସ୍ତରରେ ମଜବୁତ ହୋଇପାରିବେ l ଅନେକ ଋଣ ବ୍ୟବସ୍ଥା ମଧ୍ୟ କରିଛନ୍ତି ଯାହାଦ୍ୱାରା ସେମାନେ ଋଣ ନେଇ ପାରିବେ ବ୍ୟାଙ୍କଠାରୁ l

Tanushree Mahapatra
Tanushree Mahapatra
Benefits of PM Swanidhi Yojana , image source -  pexels.com,

Benefits of PM Swanidhi Yojana , image source - pexels.com,

ସରକାର ଚାଷୀଙ୍କ ଠାରୁ ଆରମ୍ଭ କରି ଦେଶ ତଥା ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅନେକ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି l ଯାହାଦ୍ୱାରା କି ସେମାନେ ଆୟ ଏବଂ ଆର୍ଥିକ ସ୍ତରରେ ମଜବୁତ ହୋଇପାରିବେ l ଅନେକ ଋଣ ବ୍ୟବସ୍ଥା ମଧ୍ୟ କରିଛନ୍ତି ଯାହାଦ୍ୱାରା ସେମାନେ ଋଣ ନେଇ ପାରିବେ ବ୍ୟାଙ୍କଠାରୁ l ଏହି ଋଣ ନେଲେ ଅଧିକ ସୁଧ ଦେବାକୁ ମଧ୍ୟ ପଡ଼ିବନାହିଁ l ଯାହାଦ୍ୱାରା ସେମାନେ ନିଜ ଆବଶ୍ୟକ ଅନୁଯାୟୀ ବ୍ୟାଙ୍କ ପାଖରୁ ଋଣ ନେଇପାରିବେ l ଆଜି ଆମେ ଆପଣଙ୍କୁ ସରକାରଙ୍କ ଆଉ ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ରାସ୍ତାଘାଟରେ ବ୍ୟବସାୟ କରୁଥିବା ବ୍ୟବାସ୍ୱୀଙ୍କୁ ମଧ୍ୟ ଏଥିରେ ସାହାଯ୍ୟ ମିଳିପାରିବ l

ତେବେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ସ୍ୱୟଂ ନିର୍ଭରଶୀଳ ପାଣ୍ଠି ଯୋଜନାକୁ ଆହୁରି ଆଗକୁ ନେବା ଲାଗି କେନ୍ଦ୍ର ସରକାର ବ୍ୟାଙ୍କ ଏବଂ ନାଗରିକ ସଂସ୍ଥାକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି । ପ୍ରଣୟନ ହୋଇଥିବା ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାସ୍ତାଘାଟ ବିକ୍ରେତାଙ୍କୁ ବନ୍ଧକମୁକ୍ତ ପୁଞ୍ଜି ଋଣ ସୁବିଧା ଯୋଗାଇଦେବା ଯାହାକି କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛି  l ସେମାନେ କିପରି ପୁନର୍ବାର କାର୍ଯ୍ୟ ଆରମ୍ଭ କରିବେ ସେ ନେଇ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ଜୁନ୍ ୧ ତାରିଖ ୨୦୨୦ ରେ ଦେଶରେ PM SVANidhi scheme ଆରମ୍ଭ କରାଯାଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା । 

ରାସ୍ତାଘାଟରେ ବିକ୍ରି କରୁଥିବା ଲୋକଙ୍କୁ ସହଜରେ ଋଣ ମିଳିନଥାଏ l କାରଣ ଅନେକ କିଛି ଜରୁରୀ କାଗଜପତ୍ର ଏମାନଙ୍କୁ ଦେଖାଇବା ପାଇଁ ପଡିଥାଏ l ତେବେ ଏହିପରି ଦୋକାନୀଙ୍କୁ ଋଣ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା କେନ୍ଦ୍ର ସରକାରଙ୍କ ଯୋଜନା ମିଳିତ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି ସରକାର । ଶନିବାର ଦିନ ଏକ ବୈଠକରେ ଏହି ଆଲୋଚନା ହୋଇଥିଲା ଯେଉଁଥିରେ ବିହାର, ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗର ବ୍ୟାଙ୍କ ଏବଂ ପୌରସଂସ୍ଥାର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ଏହି ସବୁ ରାଜ୍ୟରେ ବ୍ୟବସାୟୀମାନେ ଏହାର ଲାଭ ଉଠାଇ ପାରିବେ l

ଏ ନେଇ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି ଯେ, ଧାର୍ଯ୍ୟ ସମୟ ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ନୂତନ ଆବେଦନ ପ୍ରକ୍ରିୟା କିପରି କରାଯିବ ସେଥିପାଇଁ ପୌରସଂସ୍ଥାକୁ ଅର୍ଥମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । PM Swanidhi ଯୋଜନାର କାର୍ଯ୍ୟକାରିତା ଦ୍ୱାରା ଫେରସ୍ତ କରାଯାଇଥିବା ଆବେଦନଗୁଡିକର ସମୀକ୍ଷା କରିବାକୁ ଏବଂ ଆବଶ୍ୟକ ସଂଶୋଧନ ପରେ ପୁଣି ତାହା ଫେରସ୍ତ ପଠାଇବାକୁ କହିଥିଲେ । ରାଜ୍ୟ ଅର୍ଥମନ୍ତ୍ରୀ ଭାଗବତ କରଦ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ନିବେଦନ କରିଛନ୍ତି, କିପରି ରାସ୍ତାଘାଟ ବିକ୍ରେତାମାନେ ଡିଜିଟାଲ ମାଧ୍ୟମ ସହିତ ସଂଯୁକ୍ତ ହୋଇପାରିବେ ସେଥିପ୍ରତି କାର୍ଯ୍ୟ ଆରମ୍ଭ କରିବା ପାଇଁ ।

ତେବେ ଏହି ଯୋଜନାରେ ଏନଏଲ ଲାଭ ପ୍ରଦାନ କରାଯାଉଛି ସରକାରଙ୍କ ଦ୍ୱାରା l ଯାହାର ଫାଇଦା ବ୍ୟବସାୟୀ ଉଠାଇପାରୁଛନ୍ତି l ଏହି ଯୋଜନାରେ ଏକ ବର୍ଷ ପାଇଁ କୌଣସି ଗ୍ୟାରେଣ୍ଟି ବିନା ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ଋଣର ସୁବିଧା ଯୋଗାଇବା ଭଳି ସାହାଯ୍ୟ କରୁଛି l ଏହି ଋଣ ଠିକ୍ ସମୟରେ ପରିଶୋଧ କରିବା ସମୟରେ, ଅଧିକାରୀଙ୍କୁ ୨୦,୦୦୦ ଏବଂ ୫୦,୦୦୦ ଟଙ୍କା ପରି ଋଣର ଦ୍ୱିତୀୟ ସୁବିଧା ପ୍ରଦାନ କରିବା । ବାର୍ଷିକ ପ୍ରାୟ ବା ମୋଟ ୭ ପ୍ରତିଶତ ହାରରେ ସୁଧ ସବସିଡି ପରିଶୋଧକୁ ଉତ୍ସାହିତ କରିବା l କ୍ୟାସବ୍ୟାକ୍ ଭଳି ସୁବିଧା ମାଧ୍ୟମରେ ବାର୍ଷିକ ପ୍ରାୟ ୧,୨୦୦ ଟଙ୍କା ପର୍ଯ୍ୟନ୍ତ ଡିଜିଟାଲ୍ କାରବାରକୁ ଉତ୍ସାହିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ  । ତେବେ PM SVANidhi ଯୋଜନା ଅଧୀନରେ ସର୍ବମୋଟ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ପୁଞ୍ଜି ଋଣ ଯୋଗାଇବା ଆରମ୍ଭ କରାଯାଇଥିଲା । ପରେ ଅଧିକ ଋଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ୯ ଏପ୍ରିଲ ୨୦୨୧ ରୁ ୨୦,୦୦୦ ଟଙ୍କା ତୃତୀୟ ଋଣ ଏବଂ ୧ ଜୁନ୍ ୨୦୨୨ ରୁ ତୃତୀୟ ଋଣ ମୋଟ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବା ଆରମ୍ଭ କରିଥିଲେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments