ରାଜ୍ୟର ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା l ମହିଳାଙ୍କ ପାଇଁ ଏହା ଏକ ବଡ଼ ଉପହାର l ଏଥର ସରକାର ଦେବେ ମହିଳାଙ୍କୁ ଆର୍ଥିକ ସୁବିଧା ଯାହା ତାଙ୍କୁ ଯୋଗାଇବ ରୋଜଗାରର ବାଟ l ମହିଳାଙ୍କ ପାଇଁ ଏହା ଏକ ଅଭିନବ ଯୋଜନା ମଧ୍ୟ l କାରଣ, ସୁଭଦ୍ରା ଯୋଜନାକୁ ନେଇ ଥିବା ସମସ୍ତ ଦ୍ବନ୍ଦ ଏବେ ଦୂର ହୋଇଛି ।
ଓଡ଼ିଶା ରାଜ୍ୟ ସରକାର ସୁଭଦ୍ରା ଯୋଜନାର ସମ୍ପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି । ଆସନ୍ତା ମାସ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉତ୍ସବରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ମହିଳାଙ୍କ ପାଇଁ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିବେ ।
ଏଥିପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ନିଜ ଜନ୍ମଦିନରେ ଏହି ଯୋଜନାର ଉଦ୍ଘାଟନ ମଧ୍ୟ କରିବେ । ଏହା ସହିତ ସେ ସୁଭଦ୍ରା ଯୋଜନାର ମହିଳା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମଧ୍ୟ ପ୍ରଦାନ କରିବେ । ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଯୋଜନାର ପ୍ରଥମ କିସ୍ତି ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ବର୍ଷ ଦୁଇଟି କିସ୍ତି ମାଧ୍ୟମରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ସରକାରଙ୍କ ତରଫରୁ ।
ଏହି ଯୋଜନା ଟଙ୍କା ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧୀକାରୀଙ୍କ ଆକାଉମ୍ଟକୁ ପଠାଯିବ । ପ୍ରଧାନମନ୍ତ୍ରୀ ମୋଦି ରାକ୍ଷୀ ପୂର୍ଣ୍ଣିମା ଅବସର ବାବଦ ପ୍ରଥମ କିସ୍ତି ୫ ହଜାର ଟଙ୍କା ପ୍ରଦାନ କରିବେ । ଏନେଇ ବିଧାନସଭାରେ ସବିଶେଷ ତଥ୍ୟ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅନ୍ୟପଟେ ଏହି ଯୋଜନା ମାଧ୍ୟମରେ ୧ କୋଟି ମହିଳା ଉପକୃତ ହେବେ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି l
ଅଧିକ ପଢ଼ନ୍ତୁ
କୃଷିର ସର୍ବାଙ୍ଗୀନ ବିକାଶରେ ଓୟୁଏଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ: ମୁଖ୍ୟମନ୍ତ୍ରୀ
Share your comments