
big update about 8th pay commission, image source - pexels
ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଉଛି । ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ କରିବା ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ, ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ କରିବା ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଏହାର ଅର୍ଥ ଦରମା ବୃଦ୍ଧି ପାଇଁ ଅଷ୍ଟମ ବେତନ ଆୟୋଗକୁ ଅପେକ୍ଷା କରିବାକୁ ପଡିବ ନାହିଁ। ଯାହା କର୍ମଚାରୀଙ୍କୁ ନିରାଶ କରିଛି l
ବେତନ ଏବଂ ପେନ୍ସନ୍ ବୃଦ୍ଧି ପାଇଁ ନୂଆ ସୂତ୍ରରେ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯିବ। ଏ ନେଇ କୌଣସି ସରକାରୀ ସ୍ତରରେ ଖବର ପ୍ରକାଶ କରାଯାଇନାହିଁ । ଏହାପୂର୍ବରୁ ସମସ୍ତେ ଆଶା କରୁଥିଲେ ଯେ ଅଷ୍ଟମ ବେତନ ଆୟୋଗ ହେତୁ ବେତନରେ ବୃଦ୍ଧି ଘଟିବ। କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଆଶା କରୁଥିଲେ ସେମାନଙ୍କ ବେତନରେ ବୃଦ୍ଧି ଘଟିବ। କିନ୍ତୁ ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ବେତନ ବୃଦ୍ଧି ପାଇଁ ନୂଆ ପଦ୍ଧତି ଲାଗୁ କରିବାକୁ ଚିନ୍ତା କରାଯାଉଛି ।
ବର୍ତ୍ତମାନ ବେତନ ଏବଂ ପେନସନ୍ ଅର୍ଥକୁ ଏକ ନୂଆ ଉପାୟରେ ବୃଦ୍ଧି କରାଯିବ। ନିକଟରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ସ୍ପଷ୍ଟ କରିଥିଲେ ବର୍ତ୍ତମାନ ପରିସ୍ଥିତିରେ ଅଷ୍ଟମ ବେତନ ଆୟୋଗ ଗଠନ କରିବାର କୌଣସି ଯୋଜନା ନାହିଁ ସରକାରଙ୍କ ।
ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ପ୍ରାୟ ୧୦ ବର୍ଷ ରହିଛି । ଯାହାକି ୨୦୧୬ ଠାରୁ କାର୍ଯ୍ୟକାରୀ ହୋଇଛି l ଡିସେମ୍ବର ୨୦୨୫ରେ ଶେଷ ହେବାକୁ ଯାଉଛି ଏହାର କାର୍ଯ୍ୟକାଳ। ତେଣୁ, କର୍ମଚାରୀ ଏବଂ ସେମାନଙ୍କ ସଂଗଠନ ଅଷ୍ଟମ ବେତନ ଆୟୋଗ ପାଇଁ ଦାବି କରୁଛନ୍ତି । ଅନ୍ୟପଟେ ଏ ନେଇ ସରକାର କହିଛନ୍ତି ଯେ ପେ କମିଶନଙ୍କ କାର୍ଯ୍ୟକାଳ ପ୍ରତ୍ୟେକ ଥର ୧୦ ବର୍ଷ ନୁହେଁ ଯାହା ପାଇଁ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।
Read more:
Share your comments