1. ସରକାରୀ ସ୍କିମ

Da Hike: ୩ଟି କିସ୍ତିରେ ମିଳିବ ବକେୟା ଟଙ୍କା

ଆଜିଠାରୁ ଖାତାକୁ ଆସିବ ୪୭ ହଜାର ଟଙ୍କା....

Tanushree Mahapatra
Tanushree Mahapatra
big update for govt employee, image source - pexels

big update for govt employee, image source - pexels

କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିବାକୁ ଯାଉଛନ୍ତି ଏକ ବଡ଼ ଖବର । ମେ ପହିଲାରୁ ଅର୍ଥାତ ଆଜିଠାରୁ ଖାତାକୁ ଆସିବ ୪୭ ହଜାର ଟଙ୍କା l ଏହି ଟଙ୍କା ୩ଟି କିସ୍ତିରେ ଖାତାକୁ ଆସିବ ଡିଏ ଏରିୟର ଭାବେ l କର୍ମଚାରୀଙ୍କୁ ମିଳିଛି ମହଙ୍ଗା ଭତ୍ତା ଉପରେ ଏକ ବଡ ଅପଡେଟ ।

ବାସ୍ତବରେ, କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତାର ସୁବିଧା ଦିଆଯିବ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ, ଏହି ଅର୍ଥ ପ୍ରଦାନ ପାଇଁ ସୂଚନା ଜୁଲାଇ ୨୦୨୩ ରୁ ନୂତନ ହାର ଭାବେ ଲାଗୁ କରାଯାଇଛି । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କୁ ବକେୟା ଅର୍ଥ ଟଙ୍କା ପ୍ରଦାନ କରାଯିବ କର୍ମଚାରୀଙ୍କୁ ।

ସେମାନଙ୍କୁ ୧୩ ମାସର ବକେୟା ଅର୍ଥ ପ୍ରଦାନ କରାଯିବ । ତେବେ ଏହି ବକେୟା ଟଙ୍କା କର୍ମଚାରୀମାନଙ୍କୁ ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯିବ । ଏହାର ନିର୍ଦ୍ଦେଶ ମ୍ୟୁନିସିପାଲିଟି କର୍ପୋରେସନ କମିଶନରଙ୍କ ଦ୍ୱାରା ଜାରି କରାଯାଇଛି । ବକେୟା ଟଙ୍କା କିମ୍ବା ଭତ୍ତା ଟଙ୍କା ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀମାନଙ୍କୁ ଲାଭ ପ୍ରଦାନ କରିବ । ରାଜ୍ୟରେ ୧୨ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଅଛନ୍ତି ଯାହାଙ୍କୁ ଏହାର ଲାଭ ମିଳିବାକୁ ଯାଉଛି । ଏହି କର୍ମଚାରୀଙ୍କର ମହଙ୍ଗା ଭତ୍ତା ୪% କୁ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ କର୍ମଚାରୀଙ୍କୁ ବକେୟା ରାଶି ସେମାନଙ୍କ ଆକାଉଣ୍ଟକୁ ୩ଟି ସମାନ କିସ୍ତିରେ ଜମା କରାଯିବ । ତେବେ ଆଚରଣ ବିଧି ଲାଗ ହେବା ପୂର୍ବରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ଜୁଲାଇ ୧ ତାରିଖରୁ ଲାଗୁ କରାଯାଇଥିଲା l କର୍ମଚାରୀଙ୍କ ବକେୟା ରାଶି ଆକାଉଣ୍ଟକୁ ୩ଟି ସମାନ କିସ୍ତିରେ ପ୍ରଦାନ କରାଯିବ । ବର୍ତ୍ତମାନ ରାଜ୍ୟ କର୍ମଚାରୀଙ୍କୁ ମୋଟ ୪୬% ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି l  କେନ୍ଦ୍ର କର୍ମଚାରୀଙ୍କୁ ପ୍ରଦାନ କରୁଥିବା ମହଙ୍ଗା ଭତ୍ତା ୫୦% କୁ ବୃଦ୍ଧି କରାଯାଉଛି । ବର୍ତ୍ତମାନ ରାଜ୍ୟ କର୍ମଚାରୀଙ୍କୁ ଏହି ଭତ୍ତା ଚାରି ପ୍ରତିଶତ କମ୍ ଭତ୍ତା ଦିଆଯାଉଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋକସଭା ଆଚରଣ ବିଧି କାର୍ଯ୍ୟକାରୀ ଲାଗୁ ହେବା ପୂର୍ବରୁ ମଧ୍ୟପ୍ରଦେଶ ସରକାର ସମସ୍ତ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଡିଏ ଅର୍ଥ ୪% ବୃଦ୍ଧି କରିଥିଲେ । ଯାହା ପରେ ତାଙ୍କର ମହଙ୍ଗା ଭତ୍ତା ରାଶି ୪୨% ରୁ ୪୬% କୁ ବୃଦ୍ଧି ପାଇଥିଲା । ଏହା ୧ ଜୁଲାଇ ୨୦୨୩ରୁ କାର୍ଯ୍ୟକାରୀ କରାଯାଇଥିଲା କର୍ମଚାରୀଙ୍କ ପାଇଁ । ଏଥିପାଇଁ ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି ସରକାରୀ ସ୍ତରରେ। ତେବେ ଏଥିପାଇଁ ଏ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ । ତେବେ ଖୁବ ଶୀଘ୍ର କର୍ମଚାରୀଙ୍କୁ ଏହି ଲାଭ ମିଳିବାକୁ ଯାଉଛି l

ଅଧିକ ପଢ଼ନ୍ତୁ

Button Mushroom: ଅଧିକ ଆୟ ପାଇଁ ଘରେ କରନ୍ତୁ ଏହି ଚାଷ

Brinjal Farming: ବୈଜ୍ଞାନିକ ପ୍ରଣାଳୀରେ କରନ୍ତୁ ଚାଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments