1. ସରକାରୀ ସ୍କିମ

PM Kisaan: ୧୫ତମ କିସ୍ତିକୁ ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l

Tanushree Mahapatra
Tanushree Mahapatra
Big update on pm kisaan yojana , image source - pexels.com

Big update on pm kisaan yojana , image source - pexels.com

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା ଲ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର ୨୦୧୮ ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । 

ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ । ଏହି ଯୋଜନା ଦ୍ୱାରା ଦେଶର ହଜାର ହଜାର କୃଷକ ଲାଭ ପାଉଛନ୍ତି l

ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି କୃଷକମାନଙ୍କ ଆକାଉଣ୍ଟକୁ ଆସି କେନ୍ଦ୍ର ପଠାଇସାରିଛି । ସେହିପରି ଜୁଲାଇ ମାସ ୨୭ ତାରିଖରେ ଏକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କୁ ଏହି କିସ୍ତି ଟଙ୍କା ଡିବିଟି ଜରିଆରେ ଟ୍ରାନ୍ସଫର କରିଥିଲେ । ଦେଶର ପ୍ରାୟ ୮.୫ କୋଟି କୃଷକଙ୍କ ଆକାଉଣ୍ଟକୁ ପିଏମ କିସାନ ଯୋଜନାର ୧୪ତମ କିସ୍ତି ଟଙ୍କା ପଠାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ଏବେ ୧୪ତମ କିସ୍ତି ଆସିବା ପରେ ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ ୧୫ତମ କିସ୍ତିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ତେବେ ୧୪ତମ କିସ୍ତି ପଠାଇ ସାରିବା ପରେ ବର୍ତ୍ତମାନ ୧୫ତମ କିସ୍ତି ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ନିଜକୁ ପଂଜିକୃତ କରିବାକୁ ଚାହୁଁଥିଲେ ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଇ ନାମ ପଞ୍ଜୀକରଣ କରିପାରିବେ । ତେବେ ସୂଚନା ଅନୁଯାୟୀ, ଦେଶର କୃଷକମାନଙ୍କ ଆୟ ଦ୍ଵିଗୁଣ କରିବା ଏବଂ  ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କିସାନ ଯୋଜନା ପ୍ରଣୟନ କରାଯାଇଛି । ଏହି ଯୋଜନାରେ କୃଷକଙ୍କୁ ବାର୍ଷିକ ମୋଟ ୬୦୦୦ ଟଙ୍କା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି କିସ୍ତିରେ କୃଷକଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୧୫ ତମ କିସ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର ।

ଏହି ଯୋଜନାରେ ପଞ୍ଜିକରଣ କରିବା ପାଇଁ ନିଜକୁ, ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ l ସେଠାରେ ଥିବା ‘ଫାର୍ମର୍ସ କର୍ଣ୍ଣର’ରେ କ୍ଲିକ କରନ୍ତୁ ଏବଂ ଏହାପରେ ନ୍ୟୁ ଫାର୍ମର ଅପ୍ସନରେ କ୍ଲିକ କରି ନିଜ ନାମକୁ ରେଜିଷ୍ଟ୍ରେସନ କରନ୍ତୁ l  ତେବେ ଆପଣ ରୁରାଲ ଫାର୍ମର ରେଜିଷ୍ଟ୍ରେସନ କିମ୍ବା  ଅର୍ବାନ ଫାର୍ମର ରେଜିଷ୍ଟ୍ରେସନ ବିକଳ୍ପ ଚୟନ କରୁଥିବା ସମୟବେଳେ ଧ୍ୟାନ ରଖନ୍ତୁ । ଏହାପରେ ନିଜର ଆଧାର କାର୍ଡ , ନିଜ ମୋବାଇଲ ନମ୍ବର ଦେଇ ରାଜ୍ୟ ଚୟନ କରନ୍ତୁ  l ଏହା ପରେ ‘ଗେଟ୍ ଓଟିପି’ରେ କ୍ଲିକ କରନ୍ତୁ ଏବଂ ଓଟିପି ଦେଇ ରେଜିଷ୍ଟ୍ରେସନ ଅପ୍ସନକୁ ଯାଆନ୍ତୁ l ଏଠାରେ ମଗା ଯାଇଥିବା ସମସ୍ତ ତଥ୍ୟକୁ ସଠିକ ଭାବେ ଡିପୋଜିଟ କରନ୍ତୁ l ଏହାପରେ ନିଜ ଆଧାର ଅଥେଣ୍ଟିକେସନ ପରେ ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ସେଭ୍ ବଟନ୍ କ୍ଲିକ କରନ୍ତୁ l ଏହା ଚୟନ କରୁଥିବା ସମୟରେ ଧ୍ୟାନ ଦେଇ ନିଜ ତଥ୍ୟ ପ୍ରଦାନ କରନ୍ତୁ l ଆବେଦନ ସ୍ୱୀକାର ହେବା ପରେ କନଫର୍ମ ମେସେଜ ଆପଣ ପାଇପାରିବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments