1. ସରକାରୀ ସ୍କିମ

ଜାନୁଆରୀ-ଜୁନ୍ ଅବଧି ପାଇଁ ବଢ଼ିପାରେ ମହଙ୍ଗା ଭତ୍ତା !

କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ହିଁ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ।

Tanushree Mahapatra
Tanushree Mahapatra
Center may hike da on new year , image source - pexels.com

Center may hike da on new year , image source - pexels.com

କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ହିଁ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ କରନ୍ତି । ତେବେ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି । ତେବେ ନୂଆବର୍ଷରେ ପୁଣି ଥରେ ବଢ଼ିପାରେ ମହଙ୍ଗା ଭତ୍ତା l

ଆଗକୁ ନୂଆ ବର୍ଷ ଆଉ ଏହି ନୂଆବର୍ଷ ଆରମ୍ଭରେ ହିଁ ମିଳିପାରେ ସରକାରୀ କର୍ମଚାରୀଙ୍କୁ ଖୁସି ଖବର । ଆସନ୍ତା ବର୍ଷ ଜାନୁଆରୀ-ଜୁନ୍ ଅବଧି ପାଇଁ କେନ୍ଦ୍ର ସରକାର ବଢ଼ାଇ ପାରନ୍ତି ମହଙ୍ଗା ଭତ୍ତା । ପ୍ରତିବର୍ଷ କେନ୍ଦ୍ର ସରକାର କର୍ମଚାରୀଙ୍କର ଜାନୁଆରୀ ମାସରୁ ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି । ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଏହା ସହିତ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇଥାନ୍ତି ।

ତେବେ ସୂଚନା ମୁତାବକ, ୨୦୨୪ ବର୍ଷ ଆରମ୍ଭରୁ ୬ ମାସ ମଧ୍ୟରେ ଅବଧି ପାଇଁ ମହଙ୍ଗା ଭତ୍ତାରେ ବୃଦ୍ଧି କରିପାରନ୍ତି । ଆଗକୁ ନିର୍ବାଚନକୁ ଆଖିରେ ରଖି ଏହିପରି ନିଷ୍ପତ୍ତି ନେଇପାରନ୍ତି ସରକାର l ଏହିପରି କେନ୍ଦ୍ର ସରକାର ଡିଏ ବୃଦ୍ଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ତେବେ କେନ୍ଦ୍ର ସରକାର ନୂଆ ବର୍ଷ ଆରମ୍ଭରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏହି ଖୁସି ଖବର ଦେଇ ପାରନ୍ତି ବୋଲି ସେମାନେ ଆଶା କରି ରହିଛନ୍ତି ।

ତେବେ ନିକଟରେ ଓଡିଶା ରାଜ୍ୟ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ କେନ୍ଦ୍ରର ଘୋଷଣା ପରେ

l  ଯାହାଦ୍ୱାରା ସରକାରୀ କର୍ମଚାରୀଙ୍କର ଅନେକ ଲାଭ ହୋଇଥାଏ l କାର୍ଯ୍ୟରତ କର୍ମଚାରୀଙ୍କ ସହିତ ପେନସନ ପାଉଥିବା କର୍ମଚାରୀଙ୍କୁ ମଧ୍ୟ ଏହି ଲାଭ ମିଳିଥାଏ l ସେହିପରି ଗତକାଲି ଓଡିଶା ସରକାର ୯ ପ୍ରତିଶତ ମାହାଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି କର୍ମଚାରୀଙ୍କ ପାଇଁ l ଯାହା ନିଷ୍ପତ୍ତି ନେବା ପରେ ଏକ ଖୁସି ମାହୋଲ ସୃଷ୍ଟି ହୋଇଛି କର୍ମଚାରୀଙ୍କ ମଧ୍ୟରେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments