1. ସରକାରୀ ସ୍କିମ

ବୃଦ୍ଧି ହେବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରାଶି

ନିକଟରରେ କେନ୍ଦ୍ର ସରକାରଙ୍କ ଫସଲ ବୀମା ପଞ୍ଜିକରଣ ଚାଲିଛି l କିଛି ରାଜ୍ୟରେ ଏହାର ତାରିଖ ଘୁଞ୍ଚିବା ସହିତ ଅନ୍ୟ କିଛି ରାଜ୍ୟରେ ଏବେ ବି ଏହି ପଞ୍ଜିକରଣ ଚାଲିଛି l ଅନ୍ୟପଟେ ସମସ୍ତ ରାଜ୍ୟର ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା କିସ୍ତି ମଧ୍ୟ ଜାରି କରିଛନ୍ତି ।

Tanushree Mahapatra
Tanushree Mahapatra
Central government emloyees can get da hike, image source - pexels.com

Central government emloyees can get da hike, image source - pexels.com

ନିକଟରରେ କେନ୍ଦ୍ର ସରକାରଙ୍କ ଫସଲ ବୀମା ପଞ୍ଜିକରଣ ଚାଲିଛି l କିଛି ରାଜ୍ୟରେ ଏହାର ତାରିଖ ଘୁଞ୍ଚିବା ସହିତ ଅନ୍ୟ କିଛି ରାଜ୍ୟରେ ଏବେ ବି ଏହି ପଞ୍ଜିକରଣ ଚାଲିଛି l ଅନ୍ୟପଟେ ସମସ୍ତ ରାଜ୍ୟର ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା କିସ୍ତି ମଧ୍ୟ ଜାରି କରିଛନ୍ତି । କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ସରକାରଙ୍କ ତରଫରୁ ଟଙ୍କା ଟ୍ରାନ୍ସଫର ମଧ୍ୟ କରାଯାଇଛି । ଠିକ ଏହି ସମୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ମାହାଙ୍ଗା ଭତ୍ତା ଘୋଷଣା କରିବା ପ୍ରସଙ୍ଗ ସାମ୍ନାକୁ ଆସୁଛି ।

ଜୁଲାଇ ମାସ ଶେଷ ହୋଇ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ମହଙ୍ଗା ଭତ୍ତା ବଢିବ ଖବର ଆସିନାହିଁ ଯାହାକୁ ନେଇ ସରକାରୀ କର୍ମଚାରୀ ଚିନ୍ତାରେ ରହିଛନ୍ତି l ତେବେ କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଏହାରି ମଧ୍ୟରେ ବୃଦ୍ଧି ହୋଇପାରେ । ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ଆକଳନ କରାଯାଉଛି ବୋଲି ସୂଚନା ରହିଛି । 

ରିପୋର୍ଟ ଅନୁଯାୟୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି କୁହାଯାଇଛି । ଯଦି ଆକଳନ ଆଉଜେଇ ମହଙ୍ଗା ଭତ୍ତା ଚାରି ପ୍ରତିଶତ ବୃଦ୍ଧି ହୁଏ l ତେବେ କର୍ମଚାରୀଙ୍କ ଡିଏ ୪୬ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କର୍ମଚାରୀ ଆଶା ରଖିଛନ୍ତି । ଏଥି ସହିତ ଅନ୍ୟ କର୍ମଚାରୀଙ୍କ ଡିଆରରେ ମଧ୍ୟ ସମାନ ବୃଦ୍ଧି ଆଶା କରାଯାଏ । କର୍ମଚାରୀମାନଙ୍କୁ ଡିଏ ଦିଆଯାଉଥିବାବେଳେ ପେନସନଭୋଗୀଙ୍କୁ ଡିଆର ଦିଆଯାଏ କେନ୍ଦ୍ର ସରକାରଙ୍କ ତରଫରୁ ।

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ  । ତେବେ କିଛି ରାଜ୍ୟରେ ଏବେ ମହଙ୍ଗା ଭତ୍ତା ବୃଦ୍ଧି ମଧ୍ୟ କରାଯାଇଛି l ତେବେ ମହଙ୍ଗା ଭତ୍ତାରେ ବୃଦ୍ଧି ଯୋଗୁଁ ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବଢ଼ିଥାଏ ଓ ସେମାନେ ଏହା ଅଧୀନରେ ଅଧିକ ଟଙ୍କା ପାଆନ୍ତି ।  ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥାଏ ।

ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । କିନ୍ତୁ ଏହା ବଢିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ l ତେବେ ସପ୍ତମ ବେତନ ଆୟୋଗ ଅଧୀନରେ କେତେ ପତିଶତ ମହଙ୍ଗା ଭତ୍ତା ବଢାଯିବ ତାହା ଏଆଇସିପିଆଇ ତଥ୍ୟ ଉପରେ ନିର୍ଭର କରିଥାଏ । ସୂଚନା ଅନୁଯାୟୀ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବାକୁ ଯାଉଛି । ତେବେ ଆଜି ଏଆଇସିପିଆଇ ସୂଚକାଙ୍କ ତଥ୍ୟ ପ୍ରକାଶ ପାଇବାକୁ ଯାଉଛି l ଏହି ତଥ୍ୟ ପ୍ରକାଶ ପାଇବା ପରେ ହିଁ ନିଷ୍ପତ୍ତି ନିଆଯିବ ଯେ ଡିଏ କେତେ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯିବ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments