1. ସରକାରୀ ସ୍କିମ

E-Shram yojana: ୧୦୦୦ ଟଙ୍କା ଦେଉଛନ୍ତି ସରକାର

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଗୁଡିଏ ଯୋଜନା ଆରମ୍ଭ କରାଯାଇଛି ଦେଶରେ । ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ ହେବା ସହିତ ସମୟ କ୍ରମେ ସଂଶୋଧନ ମଧ୍ୟ କରାଯାଉଛି । ଯାହାଦ୍ୱାରା ଯୋଜନା ଗୁଡିକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କିମ୍ବା ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରୁଛି । ଗରିବ ଶ୍ରମିକ ପରିବାରଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦୁହିଁଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକ ମଧ୍ୟରୁ E-Shramik ଯୋଜନା ହେଉଛି ଅନ୍ୟତମ ।

Tanushree Mahapatra
Tanushree Mahapatra
Central government giving 1000 rupees in e-shram yojna , image source - pexels.com

Central government giving 1000 rupees in e-shram yojna , image source - pexels.com

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଗୁଡିଏ ଯୋଜନା ଆରମ୍ଭ କରାଯାଇଛି ଦେଶରେ । ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ ହେବା ସହିତ ସମୟ କ୍ରମେ ସଂଶୋଧନ ମଧ୍ୟ କରାଯାଉଛି  । ଯାହାଦ୍ୱାରା ଯୋଜନା ଗୁଡିକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କିମ୍ବା ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରୁଛି । 

ଗରିବ ଶ୍ରମିକ ପରିବାରଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦୁହିଁଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକ ମଧ୍ୟରୁ E-Shramik ଯୋଜନା ହେଉଛି ଅନ୍ୟତମ ।  ଏହି ଯୋଜନା ଅଧୀନରେ ଜଣେ ଶ୍ରମିକ ନିଜର E-Shram କାର୍ଡ ବାହାର କରିବା ନିହାତି ଆବଶ୍ୟକ । କାରଣ ଏହା ତାକୁ କାମ ଦେବାରେ ସାହାଯ୍ୟ କରିବ l ଯାହା ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଜଣେ ଦୁର୍ବଳ ଶ୍ରେଣୀର ଲୋକେ ଲାଭ ପାଇପାରିବ । ତେବେ ଏହାକୁ ଘରେ ବସି ମଧ୍ୟ ବାହାର କରିପାରିବେ ଜଣେ ଶ୍ରମିକ । ତେବେ ଏହାକୁ କିଭଳି ପ୍ରସ୍ତୁତ କରିପାରିବେ ସେ ବିଷୟରେ ଜାଣିବା ଏହି ଆର୍ଟିକଲରେ l

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରମିକଙ୍କ ପାଇଁ ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ ଶ୍ରମିକ ପ୍ରତି ମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫୦୦ ରୁ ୧ ହଜାର ଟଙ୍କା ସରକାର ପ୍ରଦାନ କରିଥାନ୍ତି । ଏହା ବ୍ୟତୀତ ଏହି ଇ-ଶ୍ରମ କାର୍ଡର ଉଦ୍ଦେଶ୍ୟ ହେଉଛି ଗରିବ ଲୋକଙ୍କୁ ରୋଜଗାର ଯୋଗାଇବା । ସେହିପରି ଅନେକ ଶ୍ରମିକ ଇ-ଶ୍ରମ ପୋର୍ଟାଲ ମାଧ୍ୟମରେ ଲାଭ ଉଠାଉଥିବାବେଳେ ଅନେକ ଏହି କ୍ଷେତ୍ରରେ ଠକାମିର ଶିକାର ହେଉଛନ୍ତି । ପ୍ରବାସୀ ଶ୍ରମିକ, ରେଳ ପ୍ଲାଟଫର୍ମ କର୍ମଚାରୀ, ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ, ରାସ୍ତା କଡ ଦୋକାନୀ ଓ କୃଷି ଶ୍ରମିକ ଏହି ଯୋଜନାରେ ଉପକୃତ ହୋଇପାରିବେ । ଏହା ଏକ କେନ୍ଦ୍ରୀୟ ଯୋଜନା l

ତେବେ ଏହି ଯୋଜନା ମାଧ୍ୟମରେ ଶ୍ରମିକମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଗ୍ରସ୍ତ ବୀମା ପାଇ ପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ଗର୍ଭବତୀ ମହିଳାଙ୍କ ପିଲାମାନଙ୍କର ଭରଣପୋଷଣ ସହାୟତା ମଧ୍ୟ ଏହା ମାଧ୍ୟମରେ ମିଳିପାରିବ । ସେହିପରି ଦୁର୍ଘଟଣାରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିପାରିବ । ଏହା ମାଧ୍ୟମରେ ଭାରତର ସମସ୍ତ ଶ୍ରମ ଯୋଜନାର ପ୍ରତ୍ୟକ୍ଷ ଲାଭ ନେଇ ପାରିବେ ଶ୍ରମିକ ଶ୍ରେଣୀର ଲୋକେ  । ପ୍ରତି ମାସରେ ବ୍ୟାଙ୍କ ଆକାଉଣ୍ଟକୁ ୫୦୦ ରୁ ୧ ହଜାର ଟଙ୍କାର ପେନସନ୍‌ ମଧ୍ୟ ଯୋଗାଇ ଦିଆଯିବ । ସେହିପରି ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଗୃହ ନିର୍ମାଣରେ ସରକାରୀ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ । ଏହି ଯୋଜନାରେ ସାମିଲ ଥିବା ପିଲାମାନଙ୍କର ଶିକ୍ଷା ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ସମସ୍ତ ସରକାରୀ ଯୋଜନାରୁ ସିଧାସଳଖ ଲାଭ ପାଇବେ ଗରିବ ଶ୍ରେଣୀର ଲୋକେ ।

ତେବେ ଏହି ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜିକରଣ କରିବାକୁ ହେଲେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ । Www.eshram.gov.in କୁ ଯାଆନ୍ତୁ l ରେଜିଷ୍ଟର ବିକଳ୍ପ ଉପରେ କ୍ଲିକ୍ କରି ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ । ପଞ୍ଜୀକରଣ ପାଇଁ ଏକ ଫର୍ମ ରହିଛି ସେଠାରେ l ଯାହାକୁ କ୍ଲିକ୍ କରନ୍ତୁ । ଫର୍ମ ପୂରଣ କରିବା ପରେ ପରବର୍ତ୍ତୀ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ନିଜ ଆଧାର ନମ୍ବର ସହିତ ସଂଯୁକ୍ତ ମୋବାଇଲ୍ ଫୋନ୍ ନମ୍ବର ସେଠାରେ ପ୍ରଦାନ କରନ୍ତୁ  । ଏହା ପରେ ESIC ସ୍ଥିତି, EPFO ଏବଂ କ୍ୟାପଚା କୋଡ୍ ଆସିବ ଯାହାକୁ ସଠିକ ଭାବେ ପ୍ରଦାନ କରନ୍ତୁ । ଏହା ପରେ ପରେ ଆପଣଙ୍କ ଫୋନରେ OTP ଆସିବ,ଏହାକୁ ସଠିକରେ ଦିଅନ୍ତୁ । ଶେଷରେ ପଞ୍ଜୀକରଣ ଫର୍ମରେ ପଚରାଯାଇଥିବା ସମସ୍ତ ତଥ୍ୟ ନିର୍ଭୁଲ ପୁରାଣ କରନ୍ତୁ । ପରେ ନିଜ ଡକ୍ୟୁମେଣ୍ଟଗୁଡିକ ୱେବସାଇଟରେ ଅପଲୋଡ୍ କରନ୍ତୁ l  ସମସ୍ତ ତଥ୍ୟ ପ୍ରଦାନ ପରେ ଶେଷ ବଟନ ଉପରେ କ୍ଲିକ କରନ୍ତୁ l ଏହାପରେ ଆପଣ ଏହି ଯୋଜନାରେ ପଞ୍ଜିକୃତ ହୋଇଯିବେ l ଏହାକୁ ନେଇ କୌଣସି ସନ୍ଦେହ ଥିଲେ ନିକଟସ୍ଥ ଶ୍ରମ କାର୍ଯ୍ୟାଳୟ ପରିଦର୍ଶନ କରନ୍ତୁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments