1. ସରକାରୀ ସ୍କିମ

ପିଏମ କିସାନ ଇ-ମିତ୍ର: ପୂର୍ବରୁ ସହଜ ହେବ ଏହି କାମ

କୃଷି ଓ କୃଷକର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି । ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିଥାଏ । କୃଷିର ଉନ୍ନତିରେ ମାନବ ଜାତିର ଉନ୍ନତି ।

Tanushree Mahapatra
Tanushree Mahapatra
Central government started this facility for the farmers , image source - @pix

Central government started this facility for the farmers , image source - @pix

କୃଷି ଓ କୃଷକର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି । ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିଥାଏ । କୃଷିର ଉନ୍ନତିରେ ମାନବ ଜାତିର ଉନ୍ନତି ।କୃଷି କୃଷକ ପାଇଁ ଏକ ବୃତ୍ତି ନୁହେଁ, ଏହା ଜୀବନ ଧାରଣର ଏକ ଉଦ୍ଦେଶ୍ୟ ଏବଂ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ପରମ୍ପରା ।

ସାର ହେଉ କି ବିହନ ସବୁଥିରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସବସିଡି ପ୍ରଦାନ କରୁଛନ୍ତି l ଚାଷ କୁ ଆହୁରି ସରଳ ଏବଂ ଚାଷୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି l ସରକାର ଚାଷ ସମ୍ବନ୍ଧୀୟ ନୂତନ କୌଶଳ ଅବଲମ୍ବନ କରୁଛନ୍ତି | ଯେଉଁଥିପାଇଁ କୃଷକମାନେ ସିଧାସଳଖ ଅନେକ ଲାଭ ପାଆନ୍ତି ଏବଂ ସେମାନଙ୍କର ଚାଷରେ ଅମଳ ମଧ୍ୟ ବୃଦ୍ଧି ପାଇଥାଏ l

ସେହିପରି କୃଷକଙ୍କ ପାଇଁ ଆସିଛି ଖୁସି ଖବର ! ତେବେ ସରକର ଏବେ କୃଷକଙ୍କ ପାଇଁ ଆରମ୍ଭ କରିଛନ୍ତି ଏକ ନୂଆ ସୁବିଧା । କେନ୍ଦ୍ରୀୟ କୃଷି ଏବଂ କିସାନ କଲ୍ୟାଣ ରାଜ୍ୟ ମନ୍ତ୍ରୀ କୈଲାଶ ଚୌଧରୀ ମିଶି ଏକ ପିଏମ କିସାନ ଇ-ମିତ୍ର ଲଞ୍ଚ କରିଛନ୍ତି ଯାହା ଚାଷୀଙ୍କୁ ଅଧିକ ରୁ ଅଧିକ ଚାଷକାର୍ଯ୍ୟରେ ସାହାଯ୍ୟ କରିବ । ଆଶା କରାଯାଉଛି ଯେ ଏଥିରେ କୃଷକଙ୍କୁ ଅନେକ ଫାଇଦା ମିଳିପାରିବ । ଏହାକୁ ଲଞ୍ଚ କରିବା ସମୟରେ କୃଷି ସଚିବ ମନୋଜ ଆହୁଜା ଏବଂ ଅତିରିକ୍ତ କୃଷି ସଚିବ ପ୍ରମୋଦ ମେହରଦାଙ୍କର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ସେହିପରି ଉପସ୍ଥିତ ଥିବା ମେହରଦା କିସାନ ଇ-ମିତ୍ରର ବୈଶିଷ୍ଟ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହା ସହିତ କୃଷି ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପିଏମ କିସାନ ଯୋଜନାର ଦକ୍ଷତା ବଢାଇବା ଦିଗରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେହିପରି କୃଷକ ମାନଙ୍କୁ ସେମାନଙ୍କର ପ୍ରଶ୍ନର ଶୀଘ୍ର, ସ୍ୱଚ୍ଛ ଏବଂ ସଠିକ ଉତ୍ତର ଦେବ ବୋଲି ଆଶା କରାଯାଉଛି । AI ଚାଟବୋଟକୁ ଗୋଟିଏ ପାଦ ଫାଉଣ୍ଡେସନ ଏବଂ ଭାଷିନୀ ସାହାର୍ଯ୍ୟରେ ବିକଶିତ କରାଯାଇଛି ବୋଲି କୁହାଯାଇଛି ।


ପିଏମ କିସାନ ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ଏଆଇ ଚାଟବୋଟ ଉପଭୋକ୍ତାଙ୍କୁ ଅନୁକୂଳ ଏବଂ ସୁଳଭ ମଞ୍ଚ ସହ ସଶକ୍ତ କରିବ ବୋଲି ଆଶା ରଖାଯାଇଛି । ପ୍ରଥମେ AI କୃଷକଙ୍କୁ ସେମାନଙ୍କର ଆବେଦନ ର ସ୍ଥିତି, ଦେୟ ବିବରଣୀ ସମ୍ପର୍କରେ , ଅଯୋଗ୍ୟତା ସ୍ଥତି ଏବଂ ଅନ୍ୟାନ୍ୟ ଯୋଜନା ସମ୍ବନ୍ଧୀୟ ଅପଡେଟ ସୂଚନା ପ୍ରଦାନ କରିବ ବୋଲି ବିଭାଗ ପାଖୟରୁ କୁହାଯାଇଛି । ଏହି ଏଆଇ ଚାଟବୋଟଟି ପିଏମ କିସାନ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଉପଲବ୍ଧ ହେବ । ଏହା ଉନ୍ନତ ଜ୍ଞାନକୌଶଳର ଏକୀକରଣ ସ୍ୱଚ୍ଛତା ବୃଦ୍ଧି କରିବ ନାହିଁ ବରଂ କୃଷକଙ୍କୁ ସୂଚନାପୂର୍ଣ୍ଣ ନିଷ୍ପତି ନେବାରେ ମଧ୍ୟ ସାହାଯ୍ୟ କରିବ । ସେହିପରି ସୂଚନାଯୋଗ୍ୟ ଯେ, ଏହି ଚାଟବଟ ବର୍ତ୍ତମାନ କେବଳ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଓଡିଆ ଏବଂ ତାମିଲ ଭାଷାରେ ଉପଲବ୍ଧ ରହିଛି । ଖୁବ ଶୀଘ୍ର ଏଥିରେ ଦେଶର ସମସ୍ତ ଭାଷାକୁ ଉପଲବ୍ଧ କରାଯିବ ବୋଲି କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments