1. ସରକାରୀ ସ୍କିମ

Free Seeds: କେନ୍ଦ୍ର ସରକାର ଦେବେ ଏହି ଜିନିଷ ସମ୍ପୂର୍ଣ୍ଣ ମାଗଣା...

କୃଷକମାନେ ଯଥାଶୀଘ୍ର ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ପଞ୍ଜୀକୃତ କରିବା ଉଚିତ୍ l ପ୍ରଚଳିତ ଏହି ମାଗଣା ବିହନ ଯୋଜନା ଏକ ସୀମିତ ସମୟ ପାଇଁ ।

Tanushree Mahapatra
Tanushree Mahapatra
Central government will give free seeds, image source - pixeles

Central government will give free seeds, image source - pixeles

ଆମ ଦେଶ ହେଉଛି ଏକ କୃଷି ପ୍ରଦାହନ ଦେଶ  l ଯେଉଁଠି ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ  l ବେଳେବେଳେ ଚାଷୀ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି l ଆଉ ସେ ସମସ୍ତ ଅସୁବିଧାକୁ ଆଖିରେ ରଖି ସରକାର ଦେଶରେ ପ୍ରଚଳନ କରିଛନ୍ତି କେତେକ ଯୋଜନା l

ସେ ସମସ୍ତ ଯୋଜନା କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ପ୍ରଚଳିତ କରାଯାଉଛି ଦେଶରେ l ତେବେ ଆମ ଦେଶରେ କୃଷକ ସର୍ବଦା ନିଜକୁ ଅସୁରକ୍ଷିତ ଅନୁଭବ କରିଆସିଛି ଚାଷ କ୍ଷେତ୍ରରେ l କେବେ ପ୍ରାକୃତିକ ବିପର୍ଯ୍ୟୟ ଡର ତ କେବେ ବଜାର ଦର ଖସିବା ଡର ତ ଆଉ କେବେ ଫସଲ ନଷ୍ଟ ହେବାର ଡର  ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାର, କୃଷକ ମାନଙ୍କ ପାଇଁ, ବୀମା କମ୍ପାନୀଗୁଡ଼ିକ ସହ ବିଚାର ବିମର୍ଶ ପରେ ବ୍ୟାପକ ଲାଭ ପ୍ରଦାନ କରୁଛନ୍ତି l ଦେଶର କୃଷକମାନେ ସମସ୍ତଙ୍କୁ ଖାଇବାକୁ ଦେବାର କାମ କରନ୍ତି ଚାଷୀ ଭାଇ ଭଉଣୀମାନେ । ଚାଷୀଙ୍କର ଏକ ବଡ ଭୂମିକା ରହିଛି ଦେଶରେ l ତେଣୁ ସେମାନଙ୍କ ଦାୟିତ୍ତ୍ୱ ନେବା ସରକାରଙ୍କ କାମ l ଗୋଟିଏ ବର୍ଷରେ ଅନେକ ପ୍ରକାରର ଫସଲ ଲଗାନ୍ତି ଚାଷୀ ଏବଂ ତାହା ଆମର ଘରେ ପହଞ୍ଚିଥାଏ ବଜାର ମାଧ୍ୟମରେ  । ଅନେକ ଥର କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ଫସଲ କୌଣସି କାରଣରୁ ନଷ୍ଟ ହୋଇଯାଏ ତାହା ତାଙ୍କୁ ଆର୍ଥିକ ସ୍ଥିତିରେ କଷ୍ଟ ଦିଏ ।

ଅନେକ ଜନ କଲ୍ୟାଣକାରୀ ଯୋଜନା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହାରି ମଧ୍ୟରେ ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର l ଚାଷୀଙ୍କୁ ଚାରି ପ୍ରକାରର ପନିପରିବାର ମାଗଣା ମଞ୍ଜି ଦିଆଯାଉଛି l ଯେଉଁଥିରେ ଲଙ୍କା, ଟମାଟୋ, କ୍ୟାପସିକମ୍ ଏବଂ କାକୁଡି ମଞ୍ଜି ଅନ୍ତର୍ଭୁକ୍ତ କରାଯାଇଛି । ଚାଷୀମାନେ ଉଦ୍ୟାନ କୃଷି ବିଭାଗରେ ପଞ୍ଜୀକୃତ ହୋଇଥିଲେ ଏକ ଏକରରୁ ଅଧିକ ମଞ୍ଜି ପାଇପାରିବେ ମାଗଣାରେ । ମାଗଣା ଦିଆଯାଉଥିବା ମଞ୍ଜିରୁ ଭଲ ଫସଲ ବଢ଼ାଇ ଭଲ ଲାଭ କରିପାରିବେ ଚାଷୀ ।

ବିଭିନ୍ନ ଜିଲ୍ଲାରେ ଉଦ୍ୟାନ କୃଷି ଅଧିକାରୀଙ୍କ ଦ୍ୱାରା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ କଲ୍ୟାଣ ଯୋଜନା ଅନୁଯାୟୀ ଅନେକ ପ୍ରକାର ଫଳ ଓ ପନିପରିବା ମଞ୍ଜି ଚାଷୀଙ୍କୁ ମାଗଣାରେ ଦିଆଯାଉଛି । ଏହି ଯୋଜନା ଅଧୀନରେ ଜଣେ ଚାଷୀଙ୍କୁ ଏକ ଏକର ଜମିରେ ଚାଷ କରିବା ପାଇଁ ମାଗଣା ମଞ୍ଜି ଦିଆଯାଏ।

କେଉଁ କେଉଁ ଲାଭ ପାଇବେ ଚାଷୀ  ?

ବିହନ ଗୁଣବତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣର ରହିଛି ବୋଲି ଉଦ୍ୟାନ କୃଷି ବିଭାଗ ଦ୍ୱାରା କୁହାଯାଇଛି । ବିଭାଗ ଦ୍ୱାରା କୃଷକମାନଙ୍କୁ ମଞ୍ଜି ବଢ଼ିବାର ପଦ୍ଧତି ବିଷୟରେ ସୂଚନା ଦିଆଯାଏ l ଯେଉଁ କାରଣରୁ ଚାଷୀଙ୍କ ଫସଲ ଶୀଘ୍ର ପ୍ରସ୍ତୁତ ହୁଏ l ଯେଉଁ କାରଣରୁ କୃଷକମାନେ ଭଲ ଲାଭ ପାଆନ୍ତି ଏବଂ ଆୟ ସଠିକ ମିଳେ । ଏଭଳି ପରିସ୍ଥିତିରେ ଚାଷୀମାନେ ଯଥାଶୀଘ୍ର ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ଯାଇ ନିଜକୁ ପଞ୍ଜୀକୃତ କରିବା ସହିତ  ମାଗଣା ବିହନ ପାଇବା ଉଚିତ୍ ।

କିପରି ପାଇବେ ମାଗଣା ମଞ୍ଜି ?

କୃଷକମାନେ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ପଞ୍ଜୀକୃତ କରିବେ l ଏକ ଏକର ଜମିରେ ଚାଷ ପାଇଁ କାକୁଡି, ଟମାଟୋ, ଲଙ୍କା ଏବଂ କ୍ୟାପସିକମ୍ ମଞ୍ଜି ମାଗଣା ଦିଆଯାଉଛି । ମାଗଣା ଦିଆଯାଉଥିବା ବିହନ ଅତ୍ୟନ୍ତ ଉର୍ବର ଏବଂ ଏହି ବିହନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟରେ ଦିଆଯାଉଛି । ସମସ୍ତ ସୂଚନା ପ୍ରଦାନ କରିବା ପରେ ହିଁ ମଞ୍ଜି ଚାଷୀଙ୍କୁ ଦିଆଯାଏ ବିହନ  l ଯାହାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହବ । କୃଷକମାନେ ଯଥାଶୀଘ୍ର ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ପଞ୍ଜୀକୃତ କରିବା ଉଚିତ୍ l ମାଗଣା ବିହନ ପାଇ ତାକୁ ନିଜ ଖେତରେ ଚାଷ କରିବା ଉଚିତ । କିନ୍ତୁ ମନେରଖନ୍ତୁ ପ୍ରଚଳିତ ଏହି ମାଗଣା ବିହନ ଯୋଜନା ଏକ ସୀମିତ ସମୟ ପାଇଁ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments