Government Schemes

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ୧୪ତମ କିସ୍ତିର ତାରିଖ ଘୋଷଣା

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତିଟି ଯୋଜନା ମାଧ୍ୟମରେ ସାହାଯ୍ୟ କରନ୍ତି l ସ୍କିମ ପରେ ସ୍କିମ ରେ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ସରକାର ତାଙ୍କ ଆୟ ବୃଦ୍ଧିରେ l ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l

29 May, 2023 12:32 PM IST By: Tanushree Mahapatra

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀଙ୍କୁ ପ୍ରତିଟି ଯୋଜନା ମାଧ୍ୟମରେ ସାହାଯ୍ୟ କରନ୍ତି l ସ୍କିମ ପରେ ସ୍କିମ ରେ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି ସରକାର ତାଙ୍କ ଆୟ ବୃଦ୍ଧିରେ l  ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ଚାଷ ହେଉଛି ଆମ ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଉ ଏକ ରାସ୍ତା l ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବା ପାଇଁ ଡିସେମ୍ବର 2018 ରେ ପିଏମ କିସାନ ଯୋଜନା ଆରମ୍ଭ କରିଥିଲେ । ଏହା ପୂର୍ବରୁ କୃଷକମାନେ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ କୌଣସି ସରକାରଙ୍କ ଠାରୁ ନଗଦ ସହାୟତା ପାଇ ନଥିଲେ ଯାହା କେନ୍ଦ୍ର ସରକାର ୨୦୧୮ ରେ ଲାଗୁ କଲେ  ।

ବିଶେଷ କରି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନେ ଉଚିତ ଲାଭବାନ ହୋଇପାରୁଛନ୍ତି । ଏହି ଯୋଜନା ମାଧ୍ୟମରେ ସିଧାସଳଖ କୃଷକଙ୍କ ଆକାଉଣ୍ଟ ଟଙ୍କା ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟରେ ୧୩ଟି କିସ୍ତି ପହଞ୍ଚି ସାରିଛି l ତେବେ ଏବେ ୧୪ତମ କିସ୍ତିକୁ ଅପେକ୍ଷା କରିଛନ୍ତି ଦେଶର କୋଟି କୋଟି କୃଷକ । ତେବେ ଏହି କିସ୍ତି ଆସନ୍ତାମାସ ତଥା ଜୁନ ୨୩ ତାରିଖରେ ପ୍ରଦାନ କରାଯାଇପାରେ । ଏପ୍ରିଲରୁ ଜୁଲାଇ ମାସ ଭିତରେ ପିଏମ କିସାନର କିସ୍ତି ପ୍ରତିବର୍ଷ ଟ୍ରାନ୍ସଫର କରାଯାଇଥାଏ । ତେଣୁ ଜୁନ ମାସରେ କୃଷକଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇପାରେ । ତେବେ ଏହି ଯୋଜନାରେ ନିଜକୁ ପଞ୍ଜୀକୃତ କରିଥିବା କୃଷକମାନଙ୍କୁ ଏହି କିସ୍ତି ପ୍ରଦାନ କରାଯିବ ।

ତେବେ ମିଳିବାକୁ ଥିବା ଏହି କିସ୍ତିର ଷ୍ଟାଟସ ଚେକ୍ କରିବା ପାଇଁ ଆପଣ ପିଏମ କିସାନର ୱେବସାଇଟକୁ ଯାଆନ୍ତୁ l ଏହାପରେ ବର୍ତ୍ତମାନ ଫାର୍ମର୍ସ କର୍ଣ୍ଣରରେ କ୍ଲିକ କରନ୍ତୁ l  ସେଠାରେ ଥିବା ବେନିଫିସିଆରୀ ଷ୍ଟାଟସ ଉପରେ କ୍ଲିକ କରନ୍ତୁ l  ଏକ ନୂଆ ପେଜରେ ନିଜର ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ଦିଅନ୍ତୁ ଯାହା ବୈଧ ହୋଇଥିବା ଆବଶ୍ୟକ l ଏହାପରେ ଆପଣଙ୍କ ସ୍କ୍ରିନରେ କିସ୍ତିର ଷ୍ଟାଟସ ଏବଂ ଏହାର ସମସ୍ତ  ତଥ୍ୟ ମିଳିପାରିବ ଆପଣଙ୍କୁ l

ଦେଶର କୋଟି କୋଟି କୃଷକଙ୍କ ବିକାଶ ଏବଂ କଲ୍ୟାଣ ଉଦେଶ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଛି ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ । ସୂଚନା ଅନୁଯାୟୀ ଖୁବଶୀଘ୍ର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ପକ୍ଷରୁ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ଆସନ୍ତା ମାସ ଜୁନ ୨୩ ତାରିଖରେ କେନ୍ଦ୍ର ତରଫରୁ କୃଷକମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ସରକାର ।

E-KYC ଅପଡେଟ ହୋଇନଥିଲେ କଟିଯିବ କିସାନ ସମ୍ମାନ ନିଧି ଯୋଜନାର ଟଙ୍କା !

ପ୍ରତି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ତରଫରୁ ୧୨ ଲକ୍ଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)