1. ସରକାରୀ ସ୍କିମ

Bharat rice: ଚାଉଳ ବିକ୍ରିର ଶୁଭାରମ୍ଭ

ଏବେ ଶସ୍ତାରେ କିଣନ୍ତୁ ଚାଉଳ l ସରକାର କମାଇଲେ ଏହି ସବୁ ଖାଦ୍ୟ ଦର.........

Tanushree Mahapatra
Tanushree Mahapatra
central govt has launched the sale of bharat rice brand, image source - pexels.com

central govt has launched the sale of bharat rice brand, image source - pexels.com

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଆଜି “ଭାରତ ବ୍ରାଣ୍ଡ” ଚାଉଳ ବିକ୍ରିର ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧୦୦ ମୋବାଇଲ ଭ୍ୟାନରେ ଏହି ସରକାରୀ ଚାଉଳ ବିକ୍ରୟ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଭାରତ ବ୍ରାଣ୍ଡର ଏହି ଚାଉଳ କେଜି ପିଛା ମୂଲ୍ୟ ୨୯ ଟଙ୍କା ଧାର୍ଯ୍ୟ କରାଯାଇଛି ଏବଂ ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଜରେ ଖାଉଟିଙ୍କ ପାଇଁ ଉପଲବ୍ଧ ହେଉଛି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତା, ବିଶେଷକରି ସବୁ ବର୍ଗର ଖାଉଟିଙ୍କ ଆବଶ୍ୟକତା ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ତାଙ୍କର ସତର୍କ ଦୃଷ୍ଟି ବଜାର ଦର ଉପରେ ରହିଛି ଏବଂ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର କୃଷକ ଓ ଜନତାଙ୍କ କଲ୍ୟାଣ ପ୍ରତି ଅଙ୍ଗୀକୃତ । କେନ୍ଦ୍ର ସରକାର ଚାଷୀଙ୍କଠାରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ତାହାକୁ ଖାଉଟିଙ୍କୁ ଆବଶ୍ୟକ ସ୍ଥଳେ ରିହାତି ମୂଲ୍ୟରେ ଯୋଗାଇ ଦେଉଛନ୍ତି ।

କେନ୍ଦ୍ର ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ‘ଭାରତ ରାଇସ’ ବ୍ରାଣ୍ଡ ଚାଉଳର ଖୁଚୁରା ବିକ୍ରି ଫଳରେ ବଜାରରେ ଚାଉଳ ଯୋଗାଣ ବଢିବ ଏବଂ ଚାଉଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେବ । ଖାଉଟିଙ୍କ କଲ୍ୟାଣ ପାଇଁ ଏହା ଭାରତ ସରକାରଙ୍କର ଆଉ ଏକ ପଦକ୍ଷେପ । ସେ କହିଛନ୍ତି ଯେ ଏହି ଭାରତ ବ୍ରାଣ୍ଡର ଚାଉଳ ଦେଶର ସବୁ କେନ୍ଦ୍ରୀୟ ଭଣ୍ଡାର, ନାଫେଡ, ଜାତୀୟ ସମବାୟ ଖାଉଟି ମହାସଂଘ (ଏନ୍‌ସିସିଏଫ୍‌)ର ସବୁ ଶାଖା ତଥା ଏସବୁର ଭ୍ରାମ୍ୟମାଣ ଯାନରୁ ଖାଉଟିଙ୍କୁ ବିକ୍ରି ପାଇଁ ଆଣିବାକୁ ଉପଲବ୍ଧ ହୋଇଛି । ଏହି ଚାଉଳ ମଧ୍ୟ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ । ପାଞ୍ଚ ଓ ୧୦କି.ଗ୍ରା ବିଶିଷ୍ଟ ପ୍ୟାକେଟରେ କିଲୋପିଛା ସର୍ବାଧିକ ୨୯ଟଙ୍କା ମୂଲ୍ୟରେ ଏହି ଚାଉଳ ବିକ୍ରି ପାଇଁ ଉପଲବ୍ଧ ।

ଖାଉଟିଙ୍କୁ ମହଙ୍ଗାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ନାନାବିଧ ପଦକ୍ଷେପ ନେଉଛନ୍ତି । ଚାଉଳ ଓ ଗହମ ରପ୍ତାନୀ ଉପରେ କଟକଣା ଜାରି କରାଯାଇଥିବା ବେଳେ ଘରୋଇ ବଜାରରେ ତାହାର ଉପଲବ୍ଧତା ବଢାଇବାକୁ ପଦକ୍ଷେପ ନିଆଯାଇଛି । ଚାଉଳ ବିକ୍ରେତା ଓ ମିଲରଙ୍କ ପାଇଁ ଷ୍ଟକ ପରିମାଣ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହୋଇଛି । ଖାଇବା ତେଲ, ଡାଲିର ଅଭାବ ଦୂର କରିବାକୁ ଏହାର ଆମଦାନୀ ଶୁଳ୍‌କୁ ଯଥେଷ୍ଟ କମ୍ କରାଯାଇଛି । ସେହିଭଳି ଚିନି ମୂଲ୍ୟ ଉପରେ ମଧ୍ୟ ସରକାର ନିୟନ୍ତ୍ରଣ ରଖିଛନ୍ତି ।

ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଓ ଡାଲିର ମୂଲ୍ୟ ବୃଦ୍ଧି ସତ୍ତ୍ୱେ ସରକାର ତାହାକୁ ଆମଦାନୀ କରି ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କଳାବଜାରି ଓ କୃତ୍ରିମ ଅଭାବକୁ ରୋକିବାକୁ ରାଜ୍ୟ ସରକାରମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯେପରି ନ ରହେ ସେଥିପାଇଁ ବଫର ଷ୍ଟକକୁ ବଢାଯାଇଛି । ଟମାଟୋ, ଡାଲି, ପିଆଜ, ତେଲ, ଚିନି, ଅଟା ଓ ଗହମଠାରୁ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଓ ଯୋଗାଣକୁ ସରକାର ସୁସଂହତ କରିଛନ୍ତି ।

Goat farming: ଛେଳି ଚାଷୀଙ୍କୁ ୬୦ ପ୍ରତିଶତ ସବସିଡି

Profitable fish farming: ଲାଭଦାୟକ ମାଛ ଚାଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments