1. ସରକାରୀ ସ୍କିମ

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦରମା ବଢାଇଲେ କେନ୍ଦ୍ର ସରକାର!

କେନ୍ଦ୍ର ସରକାର DA ବା ମହଙ୍ଗା ଭତ୍ତା ବୃଦ୍ଧି କରିବା ସଙ୍ଗେସଙ୍ଗେ ଘର ଭଡା ଭତ୍ତା ମଧ୍ୟ ବୃଦ୍ଧି କରିପାରନ୍ତି ।

Omkar Mohanty
Omkar Mohanty
central govt may hike salary and DA of central govt employees pic credit @pmoindia and pexels.com

central govt may hike salary and DA of central govt employees pic credit @pmoindia and pexels.com

କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବଶୀଘ୍ର ଦୁଇ ଦୁଇଟି ଖୁସି ଖବର ମିଳିବାକୁ ଯାଉଛି । ଆଗାମୀ ସାଧାରଣ ନିର୍ବାଚନକୁ ଲକ୍ଷ କରି ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତାଙ୍କ ପାଇଁ ବଡ ଘୋଷଣା କରିପାରନ୍ତି ମୋଦି ସରକାର ବୋଲି ଏ ନେଇ ଏକ ରିପୋର୍ଟ ମଧ୍ଶ୍ୟାମର ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ AICPI ଙ୍କ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀ DA ବା ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି ସୂଚନା ମିଳିଛି ।

ଏହା ସହିତ ପେନସନ୍‌ ପାଉଥିବା ଲୋକଙ୍କର ମଧ୍ୟ ମହଙ୍ଗ ଭତ୍ତା (Dearness Relif) ମଧ୍ୟ ବୃଦ୍ଧି କରାଯିବାକୁ ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି ।ଭି ସପ୍ତମ ବେତନ କମିଶନ ନିୟମ ଅନୁଯାୟୀ ଯଦି ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରାଯାଏ ତେବେ ଏହା ପୂର୍ବରୁ ଥିବା ୪୨%ରୁ ବୃଦ୍ଧି ହୋଇ ୪୬%କୁ ବୃଦ୍ଧି ଘଟିବ। ତେବେ ଯଦି DA ବୃଦ୍ଧି ପାଏ ତେବେ କର୍ମଚାରୀଙ୍କ ଦରମା ମଧ୍ୟ ଆଶାନୁରୂପ ଭାବରେ ବୃଦ୍ଧି ପାଇବ । କେବଳ ସେତିକି ନୁହେଁ ପେନସନଧାରୀଙ୍କ ପେନସନ୍ ମଧ୍ୟ ବୃଦ୍ଧି ପାଇବ ବୋଲି ଖବର ପ୍ରକାଶିତ ହାଇଛି ।

ଖବର ଅନୁଯାୟୀ, କେନ୍ଦ୍ର ସରକାର DA ବା ମହଙ୍ଗା ଭତ୍ତା ବୃଦ୍ଧି କରିବା ସଙ୍ଗେସଙ୍ଗେ କର୍ମଚାରୀଙ୍କୁ ମିଳୁଥିବା ଘର ଭଡା ଭତ୍ତା (House Rent Allowences) ମଧ୍ୟ ବୃଦ୍ଧି କରିପାରନ୍ତି ।

ବର୍ଷକୁ କେତେ ଥର ବଢିଥାଏ ମହଙ୍ଗା ଭତ୍ତା?

କେନ୍ଦ୍ର ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ବାର୍ଷିକ ୨ ଥର ବୃଦ୍ଧି କରାଯାଇଥାଏ । ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରଥମ ଥରପାଇଁ DA ବୃଦ୍ଧି କରାଯାଇଥିଲା । ଜୁଲାଇ ମାସରେ ପୁଣି ଏହି ଭତ୍ତା ବୃଦ୍ଧି ପାଇବାକୁ ଯାଉଛି ବୋଲି ଖବର ମିଳିଛି । ଶ୍ରମ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ପୁରା ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା DA ବୃଦ୍ଧି କରାଯାଇ ଥାଏ । କେତେ ପରିମାଣର ବୃଦ୍ଧି କରାଯିବ ତାହା ଶ୍ରମ ବିଭାଗ ରିପୋର୍ଟ ଉପରେ ନିର୍ଭର କରିଥାଏ । ଅନୁମାନ କରାଯାଉଛି କି, ଜୁଲାଇ ମାସରେ ମଧ୍ୟ DA ୪% ବୃଦ୍ଧି ଘଟିବ ।

କେତେ ବଢିବ ?

ଯଦି ଆମ ଦେଶରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରାଯାଏ ତେବେ 20 ହଜାର ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କ ମହଙ୍ଗା ଭତ୍ତାରେ ବାର୍ଷିକ 9600 ଟଙ୍କା ବୃଦ୍ଧି ପାଇବେ । ସେହିଭଳି 60 ହଜାର ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କ ବାର୍ଷିକ ମହଙ୍ଗା ଭତ୍ତାରେ 28,800 ଟଙ୍କା ବୃଦ୍ଧି ଘଟିବ । ଏଥିରେ ଦେଶର ପ୍ରାୟ ୧ କୋଟି ପେନସନ୍ ଉପଭୋକ୍ତା ଉପକୃତ ହେବେ ବୋଲି ଶ୍ରମ ବିଭାଗ ପ୍ରକାଶ କରିଛି ।ମିଳିଥିବା ଖବର ମହଙ୍ଗା ଭତ୍ତା ସହିତ ଘର ଭଡା ଭତ୍ତା ମଧ୍ୟ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର । ଶେଷ ଥର ପାଇଁ ଆର୍ଥିକ ବର୍ଷ ୨୦୨୧-୨୨ରେ ଘର ଭଡା ଆଲାଉନ୍ସ ବୃଦ୍ଧି କରାଯାଇଥିଲା କିନ୍ତୁ ଚଳିତ ଥର ଘର ଭଡା ଭତ୍ତା ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ପ୍ରକାଶ କରାଯାଇଛି ।

ସାହାରା ଟଙ୍କା ଉଠାଇବା ପାଇଁ ରଖିଛନ୍ତି ଏହି କାର୍ଡ଼? ନଚେତ୍ ମିଳିବନି ଟଙ୍କା

 

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments