1. ସରକାରୀ ସ୍କିମ

ଏହି ଛୋଟ ସଞ୍ଚୟ ସ୍କିମ୍ ସହିତ ଆପଣଙ୍କ ପଇସାକୁ ୧୦ ବର୍ଷରେ ଦୁଇଗୁଣ କରନ୍ତୁ

ବର୍ତ୍ତମାନ କିଷାନ ବିକାଶ ପତ୍ର (କେଭିପି) ବାର୍ଷିକ 6.9% ହାରରେ ସୁଧ ପ୍ରଦାନ କରୁଛି l କିଷାନ ବିକାଶ ପତ୍ର ସାଧାରଣ ଭାବରେ କେଭିପି ନାମରେ ଜଣାଶୁଣା ଅଟେ l ପୋଷ୍ଟ ଅଫିସ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏହା ଏକ ଅନ୍ୟତମ ବଢ଼ିଆ ଛୋଟ ସଞ୍ଚୟ ସ୍କିମ୍ ଅଟେ l ବର୍ତ୍ତମାନ କିଷାନ ବିକାଶ ପତ୍ର (କେଭିପି) ବାର୍ଷିକ 6.9% ହାରରେ ସୁଧ ପ୍ରଦାନ କରୁଛି l ବର୍ତ୍ତମାନର ସୁଧ ହାରରେ ଆପଣଙ୍କର ପଇସାକୁ ଦୁଇଗୁଣ କରିବା ପାଇଁ କେଭିପି ୧୨୪ ମାସ ସମୟ ବା ୧୦ ବର୍ଷ ୪ ମାସ ସମୟ ନେବ l ସର୍ବନିମ୍ନ ୧୦୦୦ ଟଙ୍କା ଅର୍ଥ ରାଶିରେ ଗୋଟିଏ କେଭିପି ଆକାଉଣ୍ଟ ଖୋଲାଯାଇପାରିବ ଏବଂ ତାହାପରେ ୧୦୦ ଟଙ୍କାର ଗୁଣକ ଆକାରରେ ହେବ l ଏଥିରେ କୌଣସି ପ୍ରକାରର ସର୍ବାଧିକ ସୀମା ନାହିଁ l ଆପଣ କେଭିପିଗୁଡ଼ିକ ସମ୍ପର୍କରେ ଏହି ସମସ୍ତ କଥା ଜାଣନ୍ତୁ l

Sugyan Kumar Nayak
Sugyan Kumar Nayak
Kisan Vikas Patra Scheme

> ଜଣେ ବୟସ୍କ ବ୍ୟକ୍ତିଙ୍କ ଦ୍ୱାରା ଗୋଟିଏ କେଭିପି ଆକାଉଣ୍ଟ ଖୋଲା ଯାଇପାରିବ l ତିନିଜଣ ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରି ଗୋଟିଏ ସଂଯୁକ୍ତ ଆକାଉଣ୍ଟ ମଧ୍ୟ ଖୋଲା ଯାଇପାରିବ l ଜଣେ ନାବାଳକ କିମ୍ବା ମାନସିକ ଭିନ୍ନକ୍ଷମଙ୍କ ତରଫରୁ ଜଣେ ବ୍ୟକ୍ତି ଅଭିଭାବକ ରହି ମଧ୍ୟ ଏହି ଆକାଉଣ୍ଟ ଖୋଲିପାରିବେ l 10 ବର୍ଷରୁ ଉର୍ଦ୍ଧ୍ୱ ଜଣେ ନାବାଳକ ନିଜ ନାମରେ ନିଜର କେଭିପି ଆକାଉଣ୍ଟ ପାଇପାରିବେ l

> ଏହି ସ୍କିମ୍ ଅଧୀନରେ ଅଧିକ ସଂଖ୍ୟକ ଆକାଉଣ୍ଟ ମଧ୍ୟ ଖୋଲା ଯାଇପାରିବ l

> ନିମ୍ନଲିଖିତ ସର୍ତ୍ତଗୁଡ଼ିକ ଅଧୀନରେ କେଭିପିକୁ ପରିପକ୍ଵତା ଲାଭ କରିବା ପୂର୍ବରୁ ଯେ କୌଣସି ସମୟରେ ଅପରିପକ୍ଵ ଭାବରେ ବନ୍ଦ କରାଯାଇପାରେ:

(i) ଗୋଟିକିଆ ଆକାଉଣ୍ଟରେ ମୃତ୍ୟୁ କ୍ଷେତ୍ରରେ କିମ୍ବା ସଂଯୁକ୍ତ ଆକାଉଣ୍ଟ କ୍ଷେତ୍ରରେ କୌଣସି କିମ୍ବା ସମସ୍ତ ଆକାଉଣ୍ଟଧାରୀମାନଙ୍କ ମୃତ୍ୟୁ କ୍ଷେତ୍ରରେ

(ii) ଗେଜେଟେଡ ଅଧିକାରୀଙ୍କ ଭଳି ବନ୍ଧକଗ୍ରହୀତାଙ୍କ ଦ୍ୱାରା ବ୍ୟାର୍ଜ୍ୟାପ୍ତ ହେବା କ୍ଷେତ୍ରରେ

(iii) ଯେତେବେଳେ ଅଦାଲତ ଦ୍ୱାରା ଆଦେଶ ଦିଆଯାଏ

(iv) ଜମା କରିବାର ୨ ବର୍ଷ ଏବଂ ୬ ମାସ ପର ଠାରୁ

> ନିମ୍ନଲିଖିତ ସର୍ତ୍ତଗୁଡ଼ିକରେ କେଭିପିକୁ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖକୁ ପରିବର୍ତ୍ତନ କରାଯାଇପାରେ:

(i) ମନୋନୀତ ବ୍ୟକ୍ତି/ଆଇନଗତ ଉତ୍ତରାଧିକାରୀଙ୍କ ପାଇଁ ରହିଥିବା ଆକାଉଣ୍ଟଧାରୀଙ୍କ ମୃତ୍ୟୁରେ l

(ii) ସଂଯୁକ୍ତ ଆକାଉଣ୍ଟଧାରୀ(ମାନଙ୍କ) କ୍ଷେତ୍ରରେ ଆକାଉଣ୍ଟଧାରୀଙ୍କ ମୃତ୍ୟୁରେ l

(iii) ଅଦାଲତର ଆଦେଶରେ l

(iv) ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କୁ ଆକାଉଣ୍ଟ ବନ୍ଧକ କ୍ଷେତ୍ରରେ l

> ଯେ କୌଣସି ବିଭାଗୀୟ ପୋଷ୍ଟ ଅଫିସରୁ କେଭିପି କିଣା ଯାଇପାରିବ l

> କେଭିପି ନାମାଙ୍କନ ସୁବିଧାକୁ ଅନୁମତି ପ୍ରଦାନ କରେ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments