1. ସରକାରୀ ସ୍କିମ

ଅଟଳ ପେନସନ୍ ଯୋଜନା ପାଇଁ କିପରି ଆବେଦନ କରିବେ

ଅଟଳ ପେନସନ୍ ଯୋଜନା (ଏପିୱାଇ) ହେଉଛି ଅଣବ୍ୟବସ୍ଥିତ କ୍ଷେତ୍ରର କର୍ମଚାରୀମାନଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପେନସନ୍ ସ୍କିମ୍ l ଏହାକୁ ୨୦୧୫-୧୬ ୟୁନିଅନ୍ ବଜେଟରେ ଘୋଷଣା କରାଗଲା ଏବଂ ଜୁନ୍ ୧, ୨୦୧୫ରେ ଏହାର ଶୁଭାରମ୍ଭ କରାଗଲା l

Sugyan Kumar Nayak
Sugyan Kumar Nayak
Atal Pension Yojana

Atal Pension Yojana

ଅଟଳ ପେନସନ୍ ଯୋଜନା (ଏପିୱାଇ) ହେଉଛି ଅଣବ୍ୟବସ୍ଥିତ କ୍ଷେତ୍ରର କର୍ମଚାରୀମାନଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପେନସନ୍ ସ୍କିମ୍ l ଏହାକୁ ୨୦୧୫-୧୬ ୟୁନିଅନ୍ ବଜେଟରେ ଘୋଷଣା କରାଗଲା ଏବଂ ଜୁନ୍ ୧, ୨୦୧୫ରେ ଏହାର ଶୁଭାରମ୍ଭ କରାଗଲା l

ଅଟଳ ପେନସନ୍ ଯୋଜନା ସ୍ଥିର ସର୍ବନିମ୍ନ ପେନସନ୍ ପ୍ରଦାନ କରେ, ଯାହା ମାସିକ ୧,୦୦୦ ଟଙ୍କା ଠାରୁ ଆରମ୍ଭ କରି ମାସିକ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଅଟେ l ନାମାଙ୍କନ କରିବା ସମୟରେ ଜଣେ ସବସ୍କ୍ରାଇବର ମାସିକ କେତେ ପରିମାଣର ପେନସନ ଗ୍ରହଣ କରିବାକୁ ଇଛା କରନ୍ତି ତାହା ସେ ବାଛିବେ, ଯଥା; ୧,୦୦୦ ଟଙ୍କା, ୨,୦୦୦ ଟଙ୍କା, ୩,୦୦୦ ଟଙ୍କା, ୪,୦୦୦ ଟଙ୍କା କିମ୍ବା ୫,୦୦୦ ଟଙ୍କା l ସବସ୍କ୍ରାଇବର ବାଛିଥିବା ମାସିକ ପେନସନ ପରିମାଣ ଉପରେ ଭିତିକରି ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ମାସିକ ଅର୍ଥରାଶି ବିଯୁକ୍ତ କରାଯିବ l ଅଟଳ ପେନସନ୍ ଯୋଜନା ନିମନ୍ତେ ଆପଣଙ୍କର ଆକାଉଣ୍ଟରୁ ଆପେ ଆପେ ମାସିକ ଅର୍ଥରାଶି ବିଯୁକ୍ତ ହେବ l

ମାସିକ ଅନୁଦାନ ଅର୍ଥ ପରିମାଣ ନାମାଙ୍କନ ସମୟରେ ସବସ୍କ୍ରାଇବରଙ୍କ ବୟସ ଉପରେ ନିର୍ଭର କରେ l ଏହି ସ୍କିମରେ ପ୍ରବେଶ କରିବାର ଆରମ୍ଭ ବୟସ ହେଉଛି ୧୮ ବର୍ଷ ଏବଂ ନାମାଙ୍କନର ସର୍ବାଧିକ ବୟସ ହେଉଛି ୪୦ ବର୍ଷ l ଯଦି ସବସ୍କ୍ରାଇବର ଖୁବ କମ ବୟସରୁ ନାମାଙ୍କନ କରନ୍ତି ତେବେ ଅନୁଦାନ ପରିମାଣ ଅଳ୍ପ ରହିବ, କିନ୍ତୁ ଯଦି ସବସ୍କ୍ରାଇବର ଅଧିକ ବୟସରେ ନାମାଙ୍କନ କରନ୍ତି ତେବେ ଅନୁଦାନ ପରିମାଣ ଅଧିକ ରହିବ l

ଉଦାହରଣ ସ୍ୱରୂପ ଜଣେ ସବସ୍କ୍ରାଇବର ୧୮ ବର୍ଷ ବୟସରେ ନାମାଙ୍କନ କରି ମାସିକ ୫,୦୦୦ ଟଙ୍କା ପେନସନ୍ ପାଇବା ପାଇଁ ତାଙ୍କୁ ପ୍ରତି ମାସରେ ୨୧୦ ଟଙ୍କା ଦେବାକୁ ପଡ଼ିବ l ଅନ୍ୟ ପକ୍ଷରେ, ଏହି ସମାନ ପରିମାଣର ପେନସନ୍ ପାଇବା ପାଇଁ ଯଦି ଜଣେ ବ୍ୟକ୍ତି ୩୦ ବର୍ଷରେ ନାମାଙ୍କନ କରନ୍ତି ତେବେ ତାଙ୍କୁ ପ୍ରତି ମାସରେ ୫୭୭ ଟଙ୍କା ଦେବାକୁ ପଡ଼ିବ l ସବସ୍କ୍ରାଇବର ୬୦ ବର୍ଷ ବୟସରୁ ମାସିକ ପେନସନ୍ ଗ୍ରହଣ କରିବା ଆରମ୍ଭ କରିବେ l

ଏପିୱାଇ ଆକାଉଣ୍ଟ ଖୋଲିବା ନିମନ୍ତେ ଆବଶ୍ୟକତାଗୁଡ଼ିକ

ପେନସନ୍ ସ୍କିମ୍ ନିମନ୍ତେ ଆବେଦନ କରିବା ପାଇଁ ଜଣେ ସବସ୍କ୍ରାଇବରଙ୍କର ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ, ଆଧାର ନମ୍ବର, ଏବଂ ମୋବାଇଲ ନମ୍ବର ଥିବା ଦରକାର l

ଏପିୱାଇ ଆକାଉଣ୍ଟ ନିମନ୍ତେ ଆବେଦନ

ଏପିୱାଇ ଆକାଉଣ୍ଟ ଖୋଲିବା ନିମନ୍ତେ ଦୁଇଗୋଟି ଉପାୟ ରହିଛି l ଗୋଟିଏ ଉପାୟ ହେଉଛି, ବ୍ୟକ୍ତିଙ୍କର ଆକାଉଣ୍ଟ ରହିଥିବା ବ୍ୟାଙ୍କ୍କୁ ଯାଇକରି l ବ୍ୟାଙ୍କ ସଖାକୁ ଯାଇ ସବସ୍କ୍ରାଇବର ସଠିକ ଭାବରେ ଏପିୱାଇ ଆବେଦନ ଫର୍ମକୁ ପୂରଣ କରି ଦାଖଲ କରିବେ ଏବଂ କେୱାଇସି ପ୍ରକ୍ରିୟାକୁ ସମାପନ କରିବେ l ଏଚଡିଏଫସି ବ୍ୟାଙ୍କ୍ ୱେବସାଇଟ ଅନୁସାରେ ଯଦି ଆପଣଙ୍କର ସେହି ବ୍ୟାଙ୍କରେ ଆକାଉଣ୍ଟ ରହିଛି ତେବେ କେୱାଇସି  ବିବରଣୀ ବ୍ୟାଙ୍କ୍ ଆକାଉଣ୍ଟରୁ ନକଲ ହୋଇଯିବ l

ଜଣେ ବ୍ୟକ୍ତି ନିଜର ନେଟ୍ ବ୍ୟାଙ୍କିଙ୍ଗ ସୁବିଧାକୁ ବ୍ୟବହାର କରି ନିଜର ଏପିୱାଇ ଆକାଉଣ୍ଟ ଅନଲାଇନରେ ଖୋଲିପାରିବେ l ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ୍ ଭଳି ବ୍ୟାଙ୍କଗୁଡ଼ିକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସୁବିଧା ମାଧ୍ୟମରେ ଗ୍ରାହକମାନଙ୍କୁ ପେନସନ୍ ସ୍କିମ୍ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଉଛନ୍ତି l

ଏସବିଆଇ ନେଟ ବ୍ୟାଙ୍କିଙ୍ଗ ସୁବିଧା ମାଧ୍ୟମରେ ଏପିୱାଇ ଆକାଉଣ୍ଟ ଖୋଲିବାର ସୁବିଧା ଇ-ସର୍ଭିସେସ ଟ୍ୟାବରେ ସାମାଜିକ ସୁରକ୍ଷା ସ୍କିମ୍ଗୁଡ଼ିକର ବିକଳ୍ପ ଅଧୀନରେ ଉପଲବ୍ଧ ଅଟେ l

ଆଇସିଆଇସିଆଇ ବ୍ୟାଙ୍କ୍ ଆକାଉଣ୍ଟଧାରୀମାନେ ନିମ୍ନଲିଖିତ ସୋପାନଗୁଡ଼ିକୁ ଅନୁସରଣ କରି ଏପିୱାଇ ସ୍କିମ୍ ନିମନ୍ତେ ନାମାଙ୍କନ କରିପାରିବେ:

ସୋପାନ ୧: ICICIBank.comରେ ଲଗ ଇନ କରନ୍ତୁ

ସୋପାନ ୨: କଷ୍ଟୋମର ସର୍ଭିସ ଉପରେ କ୍ଲିକ କରନ୍ତୁ

ସୋପାନ ୩: 'ସର୍ଭିସ ରିକ୍ୱେଷ୍ଟ' ଉପରେ କ୍ଲିକ କରନ୍ତୁ

ସୋପାନ ୪: "ବ୍ୟାଙ୍କ୍ ଆକାଉଣ୍ଟସ" ବିଭାଗରୁ "ଏନରୋଲ ଫର ଅଟଳ ପେନସନ ଯୋଜନା" ଉପରେ କ୍ଲିକ କରନ୍ତୁ

ସୋପାନ ୫: ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ଏବଂ ଦାଖଲ କରନ୍ତୁ l ୧ଟି କାର୍ଯ୍ୟଦିବସ ମଧ୍ୟରେ ଅଟଳ ପେନସନ ଯୋଜନା ଆକାଉଣ୍ଟକୁ ସକ୍ରିୟ କରାଯିବ l

ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ନିଶ୍ଚିତ କରିବା ଉଚିତ ଯେ, ସେମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ କେୱାଇସି ଅନୁପାଳନ କରୁଛି l

ଏପିୱାଇ ପ୍ରତି ଅନୁଦାନ

ପେନସନ ସ୍କିମ୍ ଆକାଉଣ୍ଟ ବ୍ୟାଙ୍କ ଶାଖା ମାଧ୍ୟମରେ ଖୋଲାଯାଉ ବା ଅନଲାଇନରେ ଖୋଲାଯାଉ, ସ୍କିମ୍ ନିମନ୍ତେ ଅନୁଦାନ ଆପଣଙ୍କର ବ୍ୟାଙ୍କ୍ ଆକାଉଣ୍ଟରୁ ଆପେ ଆପେ ବିଯୁକ୍ତ କରାଯିବ l

ଅନୁଦାନ ଖିଲାପ ହେବା କ୍ଷେତ୍ରରେ ଜୋରିମାନା ଲାଗୁ ହେବ l ନିମ୍ନ ଭାବରେ ଜୋରିମାନା ଲାଗୁ ହେବ:

(a) ମାସିକ ୧୦୦ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ମାସିକ ୧ ଟଙ୍କା

(b) ମାସିକ ୧୦୧ ଟଙ୍କାରୁ ୫୦୦/-ଟଙ୍କା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ମାସିକ ୨ ଟଙ୍କା

(c) ମାସିକ ୫୦୧ ଟଙ୍କାରୁ ୧୦୦୦/-ଟଙ୍କା ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ମାସିକ ୫ ଟଙ୍କା

(d) ମାସିକ ୧୦୦୧/- ଟଙ୍କାରୁ ଅଧିକ ଅନୁଦାନ ନିମନ୍ତେ ମାସିକ ୧୦ ଟଙ୍କା

ଯଦି କୌଣସି ଅନୁଦାନ ପ୍ରଦାନ କରାଯାଏ ନାହିଁ ତେବେ ଆପଣଙ୍କର ଏପିୱାଇ ଆକାଉଣ୍ଟ ପ୍ରତି ନିମ୍ନଲିଖିତ ପ୍ରତିବିଧାନ କରାଯିବ

a) ୬ ମାସ ପରେ ଆକାଉଣ୍ଟକୁ ରୁଦ୍ଧ କରାଯିବ l

b) ୧୨ ମାସ ପରେ ଆକାଉଣ୍ଟକୁ ନିଷ୍କ୍ରିୟ କରାଯିବ l

c) ୨୪ ମାସ ପରେ ଆକାଉଣ୍ଟକୁ ବନ୍ଦ କରାଯିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments