1. ସରକାରୀ ସ୍କିମ

Ration Card: ମୋଦି ଦେଲେ ବଡ଼ ଉପହାର !

କେନ୍ଦ୍ର ସରକାର ଦେଶର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯାହାଦ୍ୱାରା ସେମାନେ ଆର୍ଥିକ ସ୍ଥିତିରେ ମଜବୁତ ହୋଇପାରିବେ l ସମସ୍ତ ଯୋଜନା ମଧ୍ୟରୁ ମାଗଣା ରାସନ ହେଉଛି ପୃଥକ l ଯେଉଁଥିରେ କେନ୍ଦ୍ର ସରକାର ପ୍ରତି ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇଦେଉଛନ୍ତି l

Tanushree Mahapatra
Tanushree Mahapatra
Centre free ration scheme for next 5 years , image source - pexels.com

Centre free ration scheme for next 5 years , image source - pexels.com

କେନ୍ଦ୍ର ସରକାର ଦେଶର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯାହାଦ୍ୱାରା ସେମାନେ ଆର୍ଥିକ ସ୍ଥିତିରେ ମଜବୁତ ହୋଇପାରିବେ l ସମସ୍ତ ଯୋଜନା ମଧ୍ୟରୁ ମାଗଣା ରାସନ ହେଉଛି ପୃଥକ l ଯେଉଁଥିରେ କେନ୍ଦ୍ର ସରକାର ପ୍ରତି ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇଦେଉଛନ୍ତି l ଯାହାକି ଖୁବ କମ ଦାମରେ ସେମାନଙ୍କୁ ପ୍ରଦାନ କରାଯାଉଛି l ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଗରିବ ଲୋକ ଲାଭ ପାଉଛନ୍ତି l

ତେବେ ଆଗକୁ ଆସୁଛି ଦୀପାବଳି ପର୍ବ l ଆଉ ଏହି ଉପଲକ୍ଷେ ଗରିବ ଲୋକଙ୍କୁ ମୋଦି ସରକାର ଉପହାର ପ୍ରଦାନ କରିଛନ୍ତି l କାରଣ ରାସନ ଯୋଜନା ଉପରେ ମୋଦି ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ l ଯାହା ଗରିବ ଲୋକଙ୍କୁ ଅଶ୍ଵସ୍ତି ପ୍ରଦାନ କରିଛି l

ତେବେ ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟି ଗରିବ ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି l ସେହି ନିଷ୍ପତ୍ତି ଅନୁଯାୟୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୫ ବର୍ଷକୁ ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି । ଛତିଶଗଡର ଦୁର୍ଗରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଥିବା ଦେଖିବାକୁ ମିଳିଥିଲା ।

ବିଶେଷକରି କିଛି ବର୍ଷ ହେବ ଗରିବମାନେ କୋରନା ସମୟରୁ ଖାଦ୍ୟ ଓ ପାନୀୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି ପରିସ୍ଥିତିରେ ଗରିବ ଜନସଂଖ୍ୟାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟ ନେଇ ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ ରାସନ କାର୍ଡ ହିତାଧିକାରୀମାନେ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଆନ୍ତି । ଯାହା ତାଙ୍କୁ ପ୍ରତିମାସ ମିଳିଥାଏ l ଏହି ଯୋଜନାକୁ କେନ୍ଦ୍ର ସରକାର ପ୍ରଥମେ ୩୦ ଜୁନ୍ ୨୦୨୦ ରେ ଆରମ୍ଭ କରିଥିଲେ । ଏହା ପରେ କେନ୍ଦ୍ର ସରକାର ଏହାକୁ ଅନେକ ଥର ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଏହି ଯୋଜନା ଡିସେମ୍ବର ୨୦୨୩ ମାସରେ ଶେଷ ହୋଇଯିବା । କିନ୍ତୁ ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ୫ ବର୍ଷର ସମ୍ପ୍ରସାରଣ ପରେ, ଲୋକମାନେ ଆସନ୍ତା ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ ପାଇବେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments