1. ସରକାରୀ ସ୍କିମ

Govt scheme : ମଖାନା ଚାଷରେ ୨୫୦୦୦ ଟଙ୍କା ସବସିଡି

ସମ୍ପ୍ରତି ଦେଶର ଅନେକ ରାଜ୍ୟରେ ମଖାନା ଚାଷ ଦ୍ରୁତ ଗତିରେ ବଢୁଥିବା ଦେଖିବାକୁ ମିଳୁଛି । ମଖାନାର ସବୁଠାରୁ ବଡ ଉତ୍ପାଦକ ହେଉଛି ବିହାର ରାଜ୍ୟ | ଏହି ରାଜ୍ୟର ଅନେକ ଚାଷୀ ପ୍ରାୟତଃ ଏହି ଚାଷ କରୁଛନ୍ତି l ଦେଶରେ ମଖାନା ଉତ୍ପାଦନର ୯୦ ପ୍ରତିଶତ କେବଳ ବିହାରରେ କରାଯାଇଥାଏ |

Tanushree Mahapatra
Tanushree Mahapatra
Check subsidy scheme for makhana cultivation , image source - pexels.com

Check subsidy scheme for makhana cultivation , image source - pexels.com

ସମ୍ପ୍ରତି ଦେଶର ଅନେକ ରାଜ୍ୟରେ ମଖାନା ଚାଷ ଦ୍ରୁତ ଗତିରେ ବଢୁଥିବା ଦେଖିବାକୁ ମିଳୁଛି । ମଖାନାର ସବୁଠାରୁ ବଡ ଉତ୍ପାଦକ ହେଉଛି ବିହାର ରାଜ୍ୟ | ଏହି ରାଜ୍ୟର ଅନେକ ଚାଷୀ ପ୍ରାୟତଃ ଏହି ଚାଷ କରୁଛନ୍ତି l ଦେଶରେ ମଖାନା ଉତ୍ପାଦନର ୯୦ ପ୍ରତିଶତ କେବଳ ବିହାରରେ କରାଯାଇଥାଏ | କେବଳ ଏତିକି ନୁହେଁ ବିହାରର ମିଥୀଲାରେ  ମାଖାନା ମଧ୍ୟ ସରକାରଙ୍କଠାରୁ ଜିଆଇ ଟ୍ୟାଗ୍ ପାଇଛି ।

ଦେଶ ତଥା ବିଦେଶରେ ମଖାନାର ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟର କୃଷକମାନେ ମଖାନା ଚାଷ କରି ନିଯୁକ୍ତି ବୃଦ୍ଧି କରୁଛନ୍ତି । ତେଣୁ ବିହାର ସରକାର ମଖାନା ଉତ୍ପାଦନ ସହିତ ଜଡିତ କୃଷକମାନଙ୍କୁ ମଜବୁତ କରିବା ପାଇଁ ଏକ ପୃଥକ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହା ତାଙ୍କୁ ଆହୁରି ଏହି ଚାଷ ପ୍ରତି ଅକ୍ରୁସ୍ତ କରିବ l

ଏହି ଯୋଜନାର ନାମ ହେଉଛି ମଖାନା ବିକାଶ ଯୋଜନା | ଏହି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ଦ୍ୱାରା ମଖାନାର ଉତ୍ପାଦନ ବୃଦ୍ଧି କରାଯାଉଛି | ଏହା ବ୍ୟତୀତ ସରକାର ମଖାନା ଚାଷ କରୁଥିବା ଚାଷୀଙ୍କୁ ବମ୍ପର ସବସିଡି ମଧ୍ୟ ଦେଉଛନ୍ତି । ସମ୍ପୂର୍ଣ୍ଣ ଖବର ଜାଣିବାକୁ, ନିମ୍ନରେ ଦିଆଯାଇଥିବା ସୂଚନା ପଢନ୍ତୁ |  ବିହାର କୃଷି ବିଭାଗ ଟୁଇଟ୍ କରି ମଖାନା ବିକାଶ ଯୋଜନା ବିଷୟରେ ସୂଚନା ଦେଇଛି । କୃଷି ବିଭାଗ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ ଏହି ଯୋଜନା ଅଧୀନରେ ଅକ୍ଟୋବର ୧୧ ରୁ ରାଜ୍ୟର ୧୧ ଟି ଜିଲ୍ଲାରେ ମଖାନା ଚାଷର ସମ୍ପ୍ରସାରଣ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି | ଏହି ଯୋଜନା ମାଧ୍ୟମରେ ରାଜ୍ୟର ଚାଷୀଙ୍କୁ ୭୫ ପ୍ରତିଶତ ସବସିଡି ଅର୍ଥାତ୍ ୯୭,୦୦୦ ଟଙ୍କା ମଖାନା ଚାଷ ପାଇଁ ୭୨,୭୫୦ ଟଙ୍କା ଦିଆଯାଉଛି । ଏହି ଅନୁଯାୟୀ ଚାଷୀଙ୍କୁ ମାତ୍ର ୨୪,୨୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଅନ୍ଲାଇନରେ ଆବେଦନ କରିବାକୁ କୃଷକମାନେ ପ୍ରଥମେ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି Bihar.gov.in ୱେବସାଇଟ୍ କୁ ଯିବା ଉଚିତ୍ | କୃଷକ ଅଫିସିଆଲ୍ ୱେବସାଇଟ୍ ର ମୂଳପୃଷ୍ଠା ପରିଦର୍ଶନ କରିବା ପରେ, ଯୋଜନାର ବିକଳ୍ପ ବାଛନ୍ତୁ | ଏଠାକୁ ଯିବା ପରେ, ମଖାନା ବିକାଶ ଯୋଜନା ଉପରେ କ୍ଲିକ୍ କରନ୍ତୁ | ଏହା ପରେ ମଖାନା ଉପରେ ସବସିଡି ପାଇଁ ଆବେଦନ କରନ୍ତୁ | ଏଠାରେ କ୍ଲିକ୍ କରିବା ପରେ ପଞ୍ଜୀକରଣ ଫର୍ମ ଆପଣଙ୍କ ସାମ୍ନାରେ ଖୋଲିବ | ଏହା ପରେ, ସମସ୍ତ ଅନୁରୋଧ କରାଯାଇଥିବା ତଥ୍ୟକୁ ଯତ୍ନର ସହିତ ଏବଂ ସଠିକ୍ ଭାବରେ ପୁରଣ କରନ୍ତୁ | ସମସ୍ତ ବିବରଣୀ ପୂରଣ କରିବା ପରେ ଆପଣଙ୍କର ଆବେଦନ ସଫଳତାର ସହିତ ଦାଖଲ ହେବ |

ଯଦି ଆପଣ ବିହାରର ଜଣେ କୃଷକ ଏବଂ ମଖାନା ଚାଷ କରିବାକୁ ଚାହୁଁଛନ୍ତି, ତେବେ ସରକାର ଏଥିପାଇଁ ସବସିଡି ପ୍ରଦାନ କରୁଛନ୍ତି । ଏଥିପାଇଁ କୃଷକମାନେ ଅନଲାଇନରେ ପଞ୍ଜୀକୃତ କରିପାରିବେ । ଏହି ସବସିଡିର ଲାଭ ପାଇବା ପାଇଁ କୃଷକମାନେ ନିଜ ଜିଲ୍ଲାର କୃଷି କିମ୍ବା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ |

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments