1. ସରକାରୀ ସ୍କିମ

BIG UPDATE: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା !

ସେପ୍ଟେମ୍ବର ୮ ତାରିଖରେ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବ !

Tanushree Mahapatra
Tanushree Mahapatra
cm kisan scheme of odisha farmer, image source - pexels

cm kisan scheme of odisha farmer, image source - pexels

ଗତକାଲି ରାଜ୍ୟରେ ଚାଷୀଙ୍କ ପାଇଁ କରାଯାଇଛି ବଡ ଘୋଷଣା l ଯାହା ପାଇଁ ଚାଷୀ ପାଇବେ ଏଥର ୪୦୦୦ ଟଙ୍କା ଆର୍ଥିକ ସହାୟତା l ଚାଷୀଙ୍କ ପାଇଁ ଏହା ଏକ ବଡ ଖୁସି ଖବର l ଆଗକୁ ନୂଆଁଖାଇରେ ଚାଷୀଙ୍କୁ ଏହି ଯୋଜନାର ମିଳିବ ପ୍ରଥମ CM କିଷାନ କିସ୍ତି ଟଙ୍କା । ଅକ୍ଷୟ ତୃତୀୟାରେ ପ୍ରଦାନ କରାଯିବ ଦ୍ବିତୀୟ କିସ୍ତି । ଅନ୍ୟପଟେ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତି ମାଧ୍ୟମରେ ୧୨,୫୦୦ ଟଙ୍କା ପ୍ରଦାନ କରାଯିବ ।

ସରକାରଙ୍କ ଏକ ବଡ଼ ଘୋଷଣା। ଚାଷୀଙ୍କୁ ନୂଆଁଖାଇରେ ପ୍ରଦାନ କରାଯିବ ପ୍ରଥମ CM କିଷାନ କିସ୍ତି ଟଙ୍କା । ସେପ୍ଟେମ୍ବର ୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଏହି ୨ ହଜାର ଟଙ୍କା ପଠାଯିବ । ସେହିପରି ଅନ୍ୟ କିସ୍ତି ଟଙ୍କା ଅକ୍ଷୟ ତୃତୀୟାରେ ମିଳିବ । ଚାଷୀଙ୍କ ମହଲରେ ଏହାକୁ ସ୍ୱାଗତ କରାଯାଇଛି l କାଳିଆ ଟଙ୍କା ବଦଳକୁ ଏହି କିସ୍ତି ଟଙ୍କା ପ୍ରଦାନ କରାଯିବ l ଏହା ନିଷ୍ପତ୍ତି ନେବାପରେ ଓଡ଼ିଶାର ଚାଷୀଙ୍କ ମହଲରେ ଏକ ଖୁସିର ଲହରୀ ଖେଳିଯାଇଛି l

ଗତକାଲି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଘୋଷଣା କରିଥିଲେ ନୂଆଁଖାଇରେ ଏହାର ପ୍ରଥମ CM କିଷାନ ଟଙ୍କା ମିଳିବ। ସେହିପରି ଆସନ୍ତା ମାସ ୮ ତାରିଖରେ ଆକାଉଣ୍ଟକୁ ଯିବ ଏହି ଟଙ୍କା। ସମସ୍ତ ଯୋଜନା ଟଙ୍କା ପରି ଏହି ଯୋଜନା ଟଙ୍କା ମଧ୍ୟ ଡିବିଟି ମାଧ୍ୟମରେ ଚାଷୀଙ୍କ ପାଖରେ ପହଂଚିବ l

ପ୍ରଥମ କିସ୍ତି ବାବଦକୁ ୨ ହଜାର ଟଙ୍କା ମିଳିବ ଏବଂ ଅକ୍ଷୟ ତୃତୀୟାରେ ଏହାର ଦ୍ବିତୀୟ କିସ୍ତି CMକିଷାନ ଟଙ୍କା ଦିଆଯିବ। ବର୍ଷକୁ ଦୁଇଟି କିସ୍ତି ମାଧ୍ୟମରେ ମୋଟ ୪ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ସେହିପରି ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତି ମାଧ୍ୟମରେରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟର ସମସ୍ତ ଚାଷୀ ସିଏମ୍‌ କିଷାନ ପୋର୍ଟାଲରେ ଆବେଦନ କରିବେ l ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସହାୟତା ଦେବେ ସରକାର।

ଅଧିକ ପଢ଼ନ୍ତୁ

RAIN UPDATE: ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଜଳସେଚନ ସହ ଚାଷ କାର୍ଯ୍ୟକୁ ବଢାଇବା ପାଇଁ ପରାମର୍ଶ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ