1. ସରକାରୀ ସ୍କିମ

ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଲେ ସରକାର

ଦେଶର ପ୍ରତି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିଥର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ଯାହା ଚାଷୀଙ୍କୁ ତାଙ୍କ ଚାଷ କ୍ଷେତ୍ରରେ ଏକ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଉଛି l ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l

Tanushree Mahapatra
Tanushree Mahapatra
Cm orders release of rs 19000 crore for crop loan waiver, image source - twitter

Cm orders release of rs 19000 crore for crop loan waiver, image source - twitter

ଦେଶର ପ୍ରତି କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିଥର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି । ଯାହା ଚାଷୀଙ୍କୁ ତାଙ୍କ ଚାଷ କ୍ଷେତ୍ରରେ ଏକ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଉଛି l  ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l

ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଉଭୟ ସରକାର ସହରରୁ ନେଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଯୋଜନା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଛି । ଗୃହ ଯୋଜନା ଠାରୁ ଆରମ୍ଭ କରି ରାସନ, ବିଦ୍ୟୁତ୍, ଶିକ୍ଷା, ରୋଜଗାର, ଭତ୍ତା, ସହିତ ଜଡିତ ଅନେକ ବୀମା ଏବଂ ପେନସନ ଭଳି ଅନେକ ପ୍ରକାରର ଲାଭଦାୟକ କଲ୍ୟାଣକାରୀ ଯୋଜନା ଚାଲିଛି ଦେଶର ନାଗରିକଙ୍କ ପାଇଁ ।

ସରକାର ଚାଷୀଙ୍କୁ ଏବେ ସରକାରୀ ସହାୟତା ଦେଉଛନ୍ତି ଯାହା ତାଙ୍କୁ ଚାଷ କାର୍ଯ୍ୟରେ ଆହୁରି ଉତ୍ସାହିତ କରିବ l ସେଥିପାଇଁ ତ କୃଷକଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ମଧ୍ୟ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ଏବେ ବିହାର ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତି ଯଦି ଆପଣ ଜଣେ କୃଷକ ହୋଇଥିବେ, ତେବେ ବର୍ତ୍ତମାନ ଲାଭ ଉଠାନ୍ତୁ ଏହାର l ସରକାର ଚାଷ ସମ୍ବନ୍ଧୀୟ ନୂତନ କୌଶଳ ଅବଲମ୍ବନ କରୁଛନ୍ତି | ଯେଉଁଥିପାଇଁ କୃଷକମାନେ ସିଧାସଳଖ ଅନେକ ଲାଭ ପାଆନ୍ତି ଏବଂ ସେମାନଙ୍କର ଚାଷରେ ଅମଳ ମଧ୍ୟ ବୃଦ୍ଧି ପାଇଥାଏ l କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୁଗାନ୍ତକାରୀ ଯୋଜନା ମାନ କାର୍ଯ୍ୟକାରୀ ହୋଇଛି । କିନ୍ତୁ ସେହି ସବୁ ଯୋଜନାମାନଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା ଆଦି ଅନ୍ୟତମ ।

ଅନେକ ଯୋଜନା ମଧ୍ୟରେ ଚାଷୀ ଦେବାକୁ ପଡିଥାଏ ପ୍ରତି ଋଣ ର ସୁଧ l ଯାହାକୁ ନେଇ ଚିନ୍ତାରେ ପଡ଼ିଥାନ୍ତି ଚାଷୀ l ଏବେ ଏହି ଋଣ ପରିଶୋଧ ନିୟମୟୁ ନେଇ ସରକାର କଲେ ବଡ ପରିବର୍ତ୍ତନ l ତେବେ ଏହି ବଡ ପରିବର୍ତ୍ତନ ହେବାକୁ ଯାଉଛି ତେଲେଙ୍ଗାନାରେ l କରଣର ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଚାଷୀଙ୍କ ଋଣ ଛାଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗକୁ । ସେ କହିଛନ୍ତି ଅର୍ଥନୈତିକ ଦୂରାବସ୍ଥା ଯୋଗୁଁ  ବିମୁଦ୍ରିକରଣ ଏବଂ କରୋନା ମହାମାରୀ ପାଇଁ ରାଜ୍ୟର ଅର୍ଥନୀତି ଦୁର୍ବଳ ହୋଇଯାଇଥିଲା । ଏଣୁ ଏହି ଋଣ ଛାଡରେ ବିଳମ୍ବ ଘଟିଛି ବୋଲି ସେ ସୂଚନା ଦେଇଛନ୍ତି ।

ଏନେଇ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ l ତେବେ  ଏହି ନିଷ୍ପତ୍ତି ସରକାରଙ୍କର ଏକ ବଡ ନିଷ୍ପତ୍ତି ଚାଷୀଙ୍କପାଇଁ l କାରଣ ଚାଷୀଟିଏ ଚାଷ କରିବା ପାଇଁ ପ୍ରଥମେ ଯେଉଁ ଋଣ ନେଇଥାଏ ବ୍ୟାଙ୍କ ପାଖରୁ ପରେ ଏହାକୁ ଶୁଝିବା ପାଇଁ ଅଧିକ ଚିନ୍ତାଗ୍ରସ୍ତ ହୋଇପଡେ l ଚାଷୀଙ୍କ ଏହି ଚିନ୍ତା ଦୂର କରିବା ପାଇଁ ଏହି ରାଜ୍ୟସରକାରଙ୍କର ଏହା ଏକ ବଡ ପଦକ୍ଷେପ କହିଲେ ଅତ୍ୟୁକ୍ତ ହେବ ନାହିଁ l

ଏହି ମୁଖ୍ୟମନ୍ତ୍ରୀ ଜଣଙ୍କ ବୈଠକରେ କହିଥିଲେ ଯେ, ଯେହେତୁ ମୁଁ ପ୍ରତିଶ୍ରୁତି ଦେଇଥିଲି ଏହା କରିବା ପାଇଁ ତେବେ ବିଭିନ୍ନ କାରଣରୁ ଏହା କରାଯାଇ କାର୍ଯ୍ୟକ୍ଷମ ହୋଇପାରୁନଥିଲା । ସେହିପରି ସେ ଆହୁରି କହିଛନ୍ତି ଯେ, ଋଣ ଛାଡ ବାବଦରେ ୧୯ହଜାର କୋଟି ଟଙ୍କା ପଡି ରହିଛି । ତେଣୁ ଏହାକୁ ଚାଷୀଙ୍କ ମନଗଲ ପାଇଁ ଖୁବ୍ ଶୀଘ୍ର ଛାଡ କରାଯିବ ବୋଲି ସେ କହିଛନ୍ତି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments