1. ସରକାରୀ ସ୍କିମ

ଦଶହରା ପୂର୍ବରୁ ଏହିଦିନ ମିଳିବ ମହଙ୍ଗା ଭତ୍ତା

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ ।

Tanushree Mahapatra
Tanushree Mahapatra
Employees get good news da will increase by 45% , image source - pexels.com , @pmoindia

Employees get good news da will increase by 45% , image source - pexels.com , @pmoindia

ମହଙ୍ଗା ଭତ୍ତା କେନ୍ଦ୍ର ଦ୍ୱାରା ବୃଦ୍ଧି ହୋଇଥାଏ l କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ଦେଶରେ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା କରିଥାନ୍ତି ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ ।

ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । କିନ୍ତୁ ଏହା ବଢିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ ଲ

ସେହିପରି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଏକ ଖୁସି ଖବର l ସରକାର ଖୁବ୍ ଶୀଘ୍ର ଡିଏ ବୃଦ୍ଧି କରିପାରନ୍ତି   ତେବେ ଏବେ ଦେଶରେ ମୁଦ୍ରାସ୍ଫୀତି ମୁକାବିଲା ପାଇଁ କେନ୍ଦ୍ର ସରକାର ସମୟ ସମୟରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି । ପ୍ରତିବର୍ଷ ଜାନୁଆରୀ ମାସ ଏବଂ ଜୁଲାଇ ମାସରେ ଏହାକୁ ସଂଶୋଧନ କରାଯାଏ କେନ୍ଦ୍ର ସରକାରଙ୍କ ଦ୍ୱାରା । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମୋଟ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଥିବା ନଜର ରହିଛି ।

ସରକାରଙ୍କ ଅନୁଯାୟୀ ପ୍ରତିବର୍ଷ ଜାନୁଆରୀ ଏବଂ ଜୁଲାଇ ମାସରେ କର୍ମଚାରୀଙ୍କ ପ୍ରିୟତା ଭତ୍ତା ସଂଶୋଧନ କରିଥାନ୍ତି । ତେବେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଅଧା ହେବାକୁ ବସିଲାଣି କିନ୍ତୁ ମହଙ୍ଗା ବା ପ୍ରିୟତା ଭତ୍ତା ବୃଦ୍ଧି ହୋଇନି ଏପର୍ଯ୍ୟନ୍ତ । କିନ୍ତୁ ଏବେ ସରକାରୀ ସୂଚନା ଅନୁଯାୟୀ ସରକାର ପ୍ରଦାନ କରିବାକୁ ଯାଉଛନ୍ତି ମାହାଙ୍ଗା ଭତ୍ତା l ତେବେ ପାର୍ବଣ ଋତୁର ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଏକ ଭଲ ଖବର । ଦଶହରା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବାକୁ ଯାଉଛି ବର୍ଦ୍ଧିତ ମହଙ୍ଗା ଭତ୍ତା ସହିତ ମହଙ୍ଗା ଆଶ୍ବସ୍ତି । ଯାହାକି କର୍ମଚାରୀଙ୍କୁ ଅଶ୍ଵସ୍ତି ପ୍ରଦାନ କରିଛି l

ସେହିପରି ମିଳିଥିବା ସରକାରୀ ସୂଚନା ଅନୁଯାୟୀ, ଆସନ୍ତା ମାସ ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁ  ବୈଠକରେ ମହଙ୍ଗା ଭତ୍ତା ସହିତ ମହଙ୍ଗା ଆଶ୍ବସ୍ତିରେ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନୂଆ ସୂଚନା ଦେଇପାରନ୍ତି ବୋଲି ଆଶା କରାଯାଉଛି । ଯଦି ଏହା ହୁଏ ତେବେ ନବରାତ୍ରୀ ପୂର୍ବରୁ ହିଁ କେନ୍ଦ୍ରୀୟ କର୍ମଚାରୀଙ୍କ ସହିତ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ ବୋଲି କୁହାଯାଉଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments